ତେବେ ବନ୍ଧୁଗଣ ଆମେ ଜାଣିଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ |ତେବେ ମୁଁ ଆଜି ଏମିତି ଗୋଟିଏ ରୋଗ ବିଷୟରେ କହିବାକୁ ଯାଉଛି, ଯାହା ଛୋଟ ଠାରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦେଖା ଦେଇଥାଏ | ତେବେ ସେହି ଲକ୍ଷଣ ଟି ହେଉଛି ଘୁଙ୍ଗୁଡ଼ି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଏହି ଘୁଙ୍ଗୁଡ଼ି କାହିଁକି ହୋଇଥାଏ , ଏହାର ଲକ୍ଷଣ କଣ, ଆଉ ଏହି ଭଳି ଘୁଙ୍ଗୁଡ଼ି ଜଣିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କଣ କଣ ଉପାୟ ସବୁ ଆପଣେଇବା |
ଘୁଙ୍ଗୁଡ଼ି କାହିଁକି ହୋଇଥାଏ :-
ତେବେ ଆମେ ଜାଣିଛୁ କି ଆମ ଶ୍ୱାସକ୍ରିୟା ଜଣିତ ପ୍ରକ୍ରିୟା ପାଇଁ ଆମକୁ ସାହାଯ୍ୟ କରିଥାଏ ପ୍ରଥମେ ନାସା ରନ୍ଧ୍ର , ତାପରେ ନାସା ପଥ , ତାପରେ ତାହା ଫୁସଫୁସ କୁ ଯାଇଥାଏ ଆଉ ଆମେ ଶ୍ୱାସକ୍ରିୟା ମଧ୍ୟ କରିଥାଉ | ତେବେ କୌଣସି କାରଣରୁ ଯଦି ଆମର ନାସା ପଥରେ ଚର୍ବି ଜମା ହେଇଯାଏ ତାହେଲେ ଆମେ ଠିକ ଭାବରେ ନିଶ୍ୱାସ ନେଇପାରି ନ ଥାଉ | ଏହା ବ୍ୟତୀତ ଯଦି କୌଣସି କାରଣ ରୁ ନାସା ପଥରେ ଥିବା କପାଟିକା ଗୁଡିକ ଶିଥିଳ ହୋଇଯାଏ ତାହେଲେ ମଧ୍ୟ ଆମେ ଶ୍ୱାସକ୍ରିୟା କରିପାରି ନ ଥାଉ ଠିକ ଭାବରେ | ଆଉ ଯାହା ଯୋଗୁଁ ଘୁଙ୍ଗୁଡ଼ି ସୃଷ୍ଟି ହୁଏ |
ଘୁଙ୍ଗୁଡ଼ି ର ଲକ୍ଷଣ ଗୁଡିକ କଣ ରହିଛି :-
ତେବେ ଯଦି ଆମେ ଶୋଇଲା ବେଳେ ଆମର ନାସା ରାନ୍ଧ୍ର ଟି ସରୁ ହୋଇଯାଏ ବା ବନ୍ଦ ହୋଇଯାଏ, ତାହେଲେ ଆମ ଶରୀରରେ ଏହିଭଳି ଘୁଙ୍ଗୁଡ଼ି ଜନିତ ସମସ୍ୟା ଟି ଦେଖା ଯାଇଥାଏ | ଆଉ ଯାହା ଦ୍ଵାରା ଆମ ମସ୍ତିଷ୍କ କୁ ଠିକ ଭାବରେ ଆକ୍ସିଜେନ ଯାଇ ପାରେ ନାହିଁ | ଆଉ ଯାହା ଫଳରେ ଆକ୍ସିଜେନ ର ମାତ୍ରା ଆମ ଶରୀରରେ କମି ଯାଇଥାଏ ଯାହା ଫଳରେ ନିଦ ନ ହେବା, ରାତିରେ ଅନିଦ୍ରା ରହିବା, ରାତିରେ ନିନ୍ଦ ଭାଙ୍ଗିବା ଓ ପରିସ୍ରା ଲାଗିବା ଭଳି ସମସ୍ୟା ମଧ୍ୟ ଦେଖା ଯାଇଥାଏ |ରାତିସାରା ଏପଟ ସେପଟ କୋଳ ମଧ୍ୟ ଆମେ ଲେଉଟେଇ ଥାଉ ନିଦ ଠିକ ଭାବରେ ହୁଏ ନାହିଁ | ଆଉ ଏହା ବ୍ୟତୀତ ଗ୍ରହଣ ଖାଣ୍ଡିଆ ଆଉ ଯଦି ଡାଉନ ସିଣ୍ଡମ ଥିବ ତାହେଲେ ମଧ୍ୟ ଦେଖାଯିବ |ଏହା ପୁରୁଷ ମାନଙ୍କ ପାଖରେ ଅଧିକ ଦେଖା ଯାଏ | ଆଉ ବୟସ ବଢିଲେ ସାଧାରଣତଃ 50 ବର୍ଷରୁ ଅଧିକ ଲୋକଙ୍କ ପାଖରେ ଦେଖା ଯାଏ |
ଘୁଙ୍ଗୁଡ଼ି ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ କଣ ସବୁ କରିବା :-
ତେବେ ଏଥିରୁ ମୁକ୍ତି ପାଇଁ ଉପରକୁ ମୁହଁ କରିକି ସୁଅନ୍ତୁ ନାହିଁ |ତେବେ ଏହିଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ ଠିକ ସମୟରେ ଖାଆନ୍ତୁ, ଆଉ ଶୋଇବା ମଧ୍ୟ ଠିକ ସମୟରେ କରନ୍ତୁ | ଆଉ ଦିନକୁ ପ୍ରାୟ 7-8 ଘଣ୍ଟା ଶୋଇବା ନିହାତି ଆବଶ୍ୟକ ହୋଇଥାଏ | ଆଉ ରାତିରେ ଜମାରୁ ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ଯାହା ଦ୍ୱାରା କି ଏସିଡିଟି ହେବ ଆଉ ଶୋଇବା ରେ ବ୍ୟାଘାତ ସୃଷ୍ଟି ହେବ |ଆଉ ଶୋଇଲା ବେଳେ ତକିଆକୁ 35-40 ଡିଗ୍ରୀ ଉଞ୍ଚା କରିକି ଶୁଅନ୍ତୁ |ଆଉ ଓଜନ କମାଇବା ସହିତ ଶରୀରରେ ବଢୁଥିବା ଚର୍ବି କୁ ମଧ୍ୟ କମାନ୍ତୁ |
ଚିକିତ୍ସା କେମିତି କରିବେ :-
ତେବେ ଏହିଭଲ ଘୁଙ୍ଗୁଡ଼ି ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ମେଡିକାଲ ଉପାୟରେ ସି ପାମ୍ପ ମେସିନ କୁ ମଧ୍ୟ ଆମେ ବ୍ୟବହାର କରିକି ରାତିରେ ଏହା କୁ ଆମ ନାକରେ ଲଗାଇବେ | ଆଉ ଯାହା ଦ୍ୱାରା ଆମେ ନିଶ୍ୱାସ ଠିକ ଭାବରେ ନେଇ ପାରିବା ଓ ଆମର ଘୁଙ୍ଗୁଡ଼ି ଜନିତ ସମସ୍ୟା ସବୁଦିନ ପାଇଁ ଦୂରେଇଯିବା | ନହେଲେ ନାଜାଲ ଅପରେସନ କରିକି ମଧ୍ୟ ଆମେ ଏହି ଘୁଙ୍ଗୁଡ଼ି ଭଳି ସମସ୍ୟା ରୁ ସବୁଦିନ ପାଇଁ ଦୂରେଇ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।