Swastik Tv News Odisha

ଚଳନ୍ତା ଟ୍ରେନରେ ବାଥରୁମ ଯିବି ବୋଲି କହି ପ୍ରେମିକ ସହ ଫେରାର ହୋଇଗଲା ନୂଆ ବାହା ହୋଇଥିବା ସ୍ତ୍ରୀ, ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆଜିକାଲିର ସଭ୍ୟ ସମାଜରେ ଲୋକମାନେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି। ପ୍ରତ୍ୟକ ଦିନ ଟିଭି, ମିଡ଼ିଆ ଖବରକାଗଜ ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିବାକୁ ମିଳିଥାଏ। ଆଜିକାଲିର ଲୋକ ମାନେ ସବୁ ସମ୍ପର୍କକୁ ପଛରେ ପକାଇ ଅନ୍ୟ ଲୋକ ମାନଙ୍କ ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁଛନ୍ତୁ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇଯିବେ। ତାହା ହେଉଛି ଜଣେ ବିବାହିତ ମହିଳା ଡ୍ରେସ ଚେଞ୍ଜ କରିବା ବାହାନାରେ ପ୍ରେମିକ ସହିତ ଫେରାର ହୋଇ ଯାଇଛନ୍ତି। ତେବେ ଆସନ୍ତି କଣ ରହିଛି ପୁରା ଘଟଣା ଜାଣିବା;

ସୂଚନା ଅନୁସାରେ, ଅଜିତ କୁମାର ନାମକ ଜଣେ ଯୁବକ, ଜଣେ ମହିଳାଙ୍କୁ ବୈଦିକ ରୀତି ନୀତି ଅନୁସାରେ ବିବାହ କରିଥିଲେ। ବିବାହ ପରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଶ୍ୱଶୁର ଘରକୁ ବୁଲେଇବା ପାଇଁ ନେଇ ନଥିଲେ। ଠିକ ସେହି ସମୟରେ ମହିଳାଙ୍କର ଫେସବୂକର ଜଣେ ଯୁବକଙ୍କ ସହିତ ପରିଚିତ ହୋଇ ଥିଲା। ଦୁଇ ଜଣ କଥା ବାର୍ତା ହେବା ସମୟରେ, ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ହୋଇ ଯାଇ ଥିଲା। ସେ ଦୁହିଁଙ୍କର ପ୍ରେମ ସମ୍ପର୍କ ମଧ୍ୟ ଅତି ନିବିଡ଼ ହୋଇ ଯାଇ ଥିଲା। ତାଙ୍କ ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ପରିବାର ଲୋକ ମାନେ ଜାଣି ପାରି ଥିଲେ। ସେମାନେ ଜାଣି ସାରିବା ପରେ, ସେ ଶ୍ୱଶୁର ଘରକୁ ଯିବା ସମୟରେ ମହିଳାଙ୍କ ମୋବାଇଲ ଫୋନରୁ ସୀମ କାର୍ଡ କାଢି ନେଇ ଯାଇଥିଲେ।

ଏହା ପରେ ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହିତ ରାଞ୍ଚିରୁ ମୌର୍ଯ୍ୟ ଏକ୍ସପ୍ରେସରେ ଶ୍ୱଶୁର ଘରକୁ ଯାଉ ଥିଲେ। କିନ୍ତୁ ତାଙ୍କ ପରିବାର ଲୋକ ମାନେ ସୀମ କାର୍ଡ ଖୋଲି ନେଇ ଯିବା ସ୍ୱତେ ମଧ୍ୟ, ସେ ୱାଇଫାଇ ଦ୍ୱାରା ସେହି ଯୁବକଙ୍କ ସହିତ କଥା ବାର୍ତା କରିଥିଲେ। ସେହି ସମୟରେ ଟ୍ରେନଟି ଧନବାଦ ଷ୍ଟେସନରେ ପହଁଚିବା ପରେ, ମହିଳା ଜଣଙ୍କ ଡ୍ରେସ ଚେଞ୍ଜ କରିବାର ବାହାନା ଦେଖାଇ ଟୟଲେଟ ମହିଳା ଯାଇ ଥିଲେ। ସେ ଏହାର ସୁଯୋଗ ନେଇ ଟ୍ରେନରୁ ଓଲ୍ହାଇ ଯାଇ ବସ ମାଧ୍ୟମରେ ସେହି ଯୁବକଙ୍କ ନିକଟକୁ ଗୋରଖ ପୁର ପଳାଇ ଯାଇ ଥିଲେ।

କିଛି ସମୟ ପରେ ସ୍ବାମୀ ନିଜ ଫେରିବାର ନଦେଖି ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ ଓ ବହୁତ ଖୋଜା ଖୋଜି ମଧ୍ୟ କରିଥିଲେ। ଖୋଜା ଖୋଜି କରିବା ସ୍ୱତେ ମଧ୍ୟ ମହିଳାଙ୍କୁ ପାଇ ନଥିଲେ। ସେଥିପାଇଁ ସ୍ତ୍ରୀ ନିଖୋଜ ମାମଲାରେ ଧନବାଦ ରେଳ ପୋଲିସ ନିକଟରେ ଏଫାୟାର ଦେଇଥିଲେ। ପୋଲିସ ଏହି ମାମଲାକୁ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ, ପୋଲିସ ତଦନ୍ତ ପରେ ମହିଳା ଜଣଙ୍କ ତାଙ୍କ ପ୍ରେମିକ ସହିତ ଫେରାର ହୋଇ ଯାଇଛନ୍ତି ବୋଲି କହିଥିଲେ। ଏହା ପରେ ମୋବାଇଲର ଲୋକେସନ ଦ୍ୱାରା ମହିଳାଙ୍କୁ ଆଣି ତାଙ୍କ ପରିବାର ଲୋକ ମାନଙ୍କୁ ହସ୍ତାନ୍ତର କରି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.