Swastik Tv News Odisha

ଚାହୁଁ ଚାହୁଁ କୁମ୍ଭୀରକୁ ଗିଳିଦେଲା ଅଜଗର ଦେଖନ୍ତୁ କେମିତି, ଏମିତି ବି ଘଟିପାରେ…ଦେଖନ୍ତୁ ଭିଡ଼ିଓ

0

କୁମ୍ଭୀରକୁ ଗିଳିଦେଲା ଅଜଗର , ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଚାହୁଁ ଚାହୁଁ ଗୋଟିଏ କୁମ୍ଭୀରକୁ ଗିଳି ପକାଇଛି ଗୋଟିଏ ବିରାଟ ଅଜଗର ,ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆ କୁଇନସଲ୍ୟାଣ୍ଡର ମାଉଣ୍ଟ ଇଶା ନାମକ ସ୍ଥାନରେ । ସିଜି ୱାଇଟଲାଇଭ ରେସ୍କ୍ୟୁ ପକ୍ଷରୁ ଏହି ଦୃଶ୍ୟ କୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯାହା ଖୁବ୍ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇ ଯାଇଛି । ଟିକିଏ ଭଲ ଭାବରେ ଦେଖନ୍ତୁ ଏହି ଭିଡିଓ କୁ , ଗୋଟିଏ ବିରାଟ ଆକାରର କୁମ୍ଭୀର କୁ ଅଜଗରଟି ଧରି ପକାଇବା ସହ ଖୁବ୍ ଅଳ୍ପ ସମୟ ମଧ୍ୟରେ କିପରି ଏହାକୁ ଗିଳିବାରେ ଲାଗିଛି ।

ବାରମ୍ୱାର ଗୁଡାଇ ତୁଡାଇ ମୁହଁ ଭିତରକୁ ଘୋଷାଡିବାରେ ଲାଗିଛି ଅଜଗର , ଏପରି ଭାବରେ ଅଜଗରଟି ଜାବୁଡି ଧରିଛି ଯେ କୁମ୍ଭୀରଟି ଆଉ ମୁକିଳିବାର ଚାନ୍ସ ନାହିଁ । ଆପଣ ମାନେ ଦେଖୁଥିବା ଏହି ଅଷ୍ଟ୍ରେଲିଆ ଅଲିପ ପାଇଥନ 13 ଫୁଟ ଲମ୍ୱ ଯାଏ ବଢିଥାଏ । ଅଜଗରର ହନୁ ହାଡର ଆକୃତି ଏପରି ଯେ ଏହା ମୁହଁକୁ ଯେତେ ଇଚ୍ଛା ସମ୍ଭବ ଓସାର କରି ଶିକାରକୁ ଆରାମ ରେ ଗିଳିପାରେ । ଏପରିକିନିଜ ଶରୀରର ଠାରୁ ଅଧିକ ବଡ ଜନ୍ତୁ ଗିଳିବାର କ୍ଷମତା ରହିଥାଏ ଅଜଗରର । ଯେଉଁଥିପାଇଁ ହରିଣ କୁମ୍ଭୀର ଙ୍କ ଠାରୁ ଆରମ୍ଭ କରି ଗୋରୁ ଗାଈ ଓ ମଇଁଷି ମାନଙ୍କୁ ମଧ୍ୟ ଗିଳିବାର ଅନେକ ନଜିର ରହିଛି ।

ସୋସିଆଲ ମିଡିଆରେ ଏହି ଦୃଶ୍ୟଟି ଲୋକପ୍ରିୟ ହେବାରେ ଲାଗିଛି , ପ୍ରତ୍ୟେକ ଜୀବଜନ୍ତୁ ଙ୍କ ମନରେ ନିଜ ଜୀବନକୁ ନେଇ ଭୟ ରହିଥାଏ । ଜୀବଜନ୍ତୁ ମାନେ ପରସ୍ପର ର ଆହାର ସାଜି ଜୀବନ ଯାପନ କରିଥାନ୍ତି । ମୃତ୍ୟୁର ଭୟ ରହିଥିଲେ ମଧ୍ୟ ସେମାନେ ନିଜର ଶିକାର କରିବାରେ ପହଘୁଞ୍ଚା ଦିଅନ୍ତି ନାହିଁ । ଶିକାର ସମୟରେ ଅନେକ ପ୍ରାଣୀଙ୍କର ମଧ୍ୟ ଜୀବ ଚାଲି ଯାଇଥାଏ , ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖିପାରୁଥିବେ । ଅଜଗରର ଆହାର ସାଜିଛି କୁମ୍ଭୀର , କୁମ୍ଭୀର ନିଜର ପ୍ରାଣ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରକିଥିଲେ ମଧ୍ୟ ଅଜଗର ଠାରେ ହାର ମାନିଛି । ଅଜଗରଟି ନିଜର ବିରାଟ କାୟ ମୁହଁରେ କୁମ୍ଭୀରଟିକୁ ଗିଳି ପକାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ବର୍ତ୍ତମାନ ସମୟରେ ଏହି ଦୃଶ୍ୟ ପ୍ରଚୁର ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ କୋଟି କୋଟି କମେଣ୍ଟ କରିବା ସହ ସେୟାର ମଧ୍ୟ କରିଛନ୍ତି । ଆହାର ସନ୍ଧାନରେ ଆସିଥିବା କୁମ୍ଭୀର ଅଜଗରର ଆହାର ପାଲଟିଛି । କୁମ୍ଭୀରଟିକୁ ଗିଳିବା ପାଇଁ ଅଜଗରରକୁ ଅଧିକ ସମୟ ଲାଗି ନାହିଁ , ଚାହୁଁ ଚାହୁଁ ଆଖି ପୁଚୁଳାକେ ଅଜଗରଟି କୁମ୍ଭୀରକୁ ଗିଳି ପକାଇଛି । ଏହି ଭିଡିଓ ରେ ଆପଣ ମାନେ ସମ୍ପୂର୍ଣ୍ଣ ଭାବରେ ଦେଖି ପାରୁଥିବେ ଅଜଗରଟିର କାରନାମା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.