Swastik Tv News Odisha

ଛିଃ ଛିଃ କି ଲଜ୍ଜା ! ସାର ସବୁବେଳେ ଆମ ପେଟରେ ହାତ ମାରୁଛନ୍ତି, ଆଉ କହୁଛନ୍ତି…ଦେଖନ୍ତୁ ଭିଡ଼ିଓ

0

ଆମ ସମାଜରେ ଶିକ୍ଷକ ମାନଙ୍କ ସ୍ଥାନ ଅତି ଉଚ୍ଚରେ ଥାଏ। କାରଣ ଯିଏ ଆଜ୍ଞାନ ରୂପି ଅନ୍ଧକାର ରୁ ଜ୍ଞାନର ବାଟ ଦେଖାଏ, ସେ ହେଉଛନ୍ତି ଶିକ୍ଷକ। ଆଗାମୀ କାଲିର ଭବିଷ୍ୟତ ସବୁ ଶିକ୍ଷକଙ୍କ ହାତରେ ରହିଥାଏ। ମାଆ ବାପା ସିନା ପିଲାଙ୍କୁ ଜନ୍ମ ଦିଅନ୍ତି, କିନ୍ତୁ ଭବିଷ୍ୟତ ଗଢ଼ିବାରେ ଶିକ୍ଷକଙ୍କ ଭୂମିକା ଯଥେଷ୍ଟ ରହିଥାଏ। ବାପା ମାଆ ପିଲା ମାନଙ୍କୁ ସ୍କୁଲକୁ ପଠାନ୍ତି। ଭବିଷ୍ୟତ ଗଢ଼ିବା ପାଇଁ ସମାଜରେ ଏକ ପ୍ରତିଷ୍ଠିତ ମଣିଷ ଭାବରେ ଠିଆ ହେବ।

କିନ୍ତୁ ଆଜିକାଲି ଅନେକ ଏପରି ଶିକ୍ଷକ ଅଛନ୍ତି ଯେଉଁମାନେ କି କୁନି କୁନି ପିଲା ମାନଙ୍କ ଉପରେ ଖରାପ ନଜର ରହିଥାଏ। ସମୟ ସୁଵିଧା ଦେଖି ନିଜର ଯୌନ ଅଭିଳାଷ ପୂରଣ କରୁଛନ୍ତି। ଏପରି ଅନେକ ଉଦାହରଣ ଆପଣ ମାନେ ସୋସିଆଲ ମିଡ଼ିଆ, ନିଉଜ ପେପର ଇତ୍ୟାଦିରେ ଦେଖିବା ପାଇଁ ପାଇଥିବେ। ତେବେ ବର୍ତ୍ତମାନ ସମୟରେ ଏପରି କିଛି ଲଜ୍ୟା ଜନକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଶିକ୍ଷକ କୁନି କୁନି ଛାତ୍ରୀ ମାନଙ୍କ ସହିତ ଅସଦାଚରଣ କରି ଶିକ୍ଷକ ନାଁ ରେ କଳଙ୍କର ଦାଗ ଲଗେଇ ଦେଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଏଭଳି କିଛି ଘଟଣା ବାଲିଆକାଶ ପ୍ରାଥମିକ ବିଦ୍ୟାଳୟରେ ଦେଖିବା ପାଇଁ ମିଳିଛି। ସୂଚନା ମୁତାବକ ସେହି ସ୍କୁଲର ଜଣେ ଶିକ୍ଷକଙ୍କ ନାଁ ରେ ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି ଯେ ପିଲା ମାନଙ୍କ ସହିତ ଖରାପ କାମ କରନ୍ତି। ପିଲାମାନେ ଯେତେବେଳେ ସ୍କୁଲ କୁ ଆସିବା ବନ୍ଦ କରିଦେଲେ। ବାପା ମାଆ ସ୍କୁଲ ନଯିବାର କାରଣ ପଚାରିବାରୁ ପିଲା ମାନେ ସବୁ କଥା କହିଥିଲେ। ଶିକ୍ଷକ ତାଙ୍କୁ ଡ଼ାକନ୍ତି ପିଲା ମାନଙ୍କୁ ତଳେ ବସାଇ ସେମାଙ୍କ ଗୁପ୍ତାଙ୍ଗରେ ହାତ ମାରନ୍ତି। ଆଉ ଧମକ ଦିଅନ୍ତି କାହା ପାଖରେ ନକହିବା ପାଇଁ ଯଦି କହିବ ତାହାଲେ ମାଡ଼ ମାରନ୍ତି। ତେବେ ଅଭିଭାବକ ପିଲାଙ୍କ ଠାରୁ ସମସ୍ତ କଥା ଶୁଣି ସାରିଲା ରେ ସ୍କୁଲ କୁ ଯାଇ ହେଡ ମାଷ୍ଟରଙ୍କୁ ସବୁ କଥା ଜଣାଇଥିଲେ। ତେବେ ବିଚାର କରାଯିବ ବୋଲି ସେ କହିଥିଲେ। କିନ୍ତୁ କୌଣସି ପ୍ରକାର କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାନିଯିବା ଫଳରେ ବାଧ୍ୟ ହୋଇ ଅଭିଭାବକ ସମସ୍ତେ ସ୍କୁଲକୁ ଆସିଥିଲେ।

ଏପଟେ ଯେଉଁ ଶିକ୍ଷକ ନାଁରେ ଅଭିଯୋଗ ଆସିଛି, ତାଙ୍କ କହିବା କଥା ସେ କିଛି ଭୁଲ କାମ କରିନାହାନ୍ତି। ପିଲାଟିକୁ ଖାଇକି ଆସିଛି କି ନାହିଁ ଜାଣିବା ପାଇଁ ତାପେଟରେ ହାତ ମାରିଥିଲି। ତାଙ୍କର କୌଣସି ଖରାପ ମନଭାବ ନଥିଲା। ତାଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଯାଇଛି। ତେବେ ଯେଉଁ ଛାତ୍ରୀ ଅସଦାଚରଣ ରେ ଶିକାର ହୋଇଥିଲେ। ସେମାନେ ମଧ୍ୟ କହୁଛନ୍ତି, ତାଙ୍କ ସହିତ ଖରାପ କାମ କରନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ହିଁ ବିଚାର କରନ୍ତୁ ଯଦି ସମାଜର ପଥ ପ୍ରଦର୍ଶକ ଏପରି ଘୃଣ୍ୟ କାମ କରିବେ। ଆଉ କାହା ଉପରେ ମଣିଷ ବିଶ୍ୱାସ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.