Swastik Tv News Odisha

ଜନସାଧାରଣ ଙ୍କୁ ଅରିନ୍ଦମ ଭଉଣୀ ହାତଯୋଡ଼ି ଅନୁରୋଧ କରି କହିଲେ ଏମିତି…ଦେଖନ୍ତୁ ଭିଡ଼ିଓ

0

ଦିବଙ୍ଗତ ସାମ୍ୱାଦିକ ତଥା ଓଟିଭି ର ଚିଫ ରିପୋର୍ଟର ଅରିନ୍ଦମ ଦାସ୍ ଙ୍କ ପରିବାର ସାଧାରଣ ଲୋକଙ୍କ ଠାରୁ ଆର୍ଥିକ ସହାୟତା ଦରକାର୍ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରିତ ହେଉଛି। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର ଏବଂ ଏହାକୁ ବିଶ୍ବାସ ନ କରିବା ପାଇଁ ଅରିନ୍ଦମ ଙ୍କ ଭଉଣୀ ଅନୁରୋଧ କରିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଅରିନ୍ଦମ ଙ୍କ ଭଉଣୀ ଝରଣା ଦାସ ଏନେଇ ଟୁଇଟ କରିଛନ୍ତି ଯେ ତାଙ୍କ ପରିବାର ସହାୟତା ଲୋଡା କରୁଛନ୍ତି ବୋଲି ଯେଉଁ ମିଥ୍ୟା ଖବର ପ୍ରସାରିତ ହେଉଛି ତାହା ମିଛ ଅଟେ। ଦୟାକରି ଏଥିରେ ବିଶ୍ୱାସ କରନ୍ତୁ ନାହିଁ।

ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଥିବା ଏବଂ ସେୟାର ହୋଇଥିବା ଏପରି ମିଥ୍ୟା ଖବର କୁ ଆଦୌ ବିଶ୍ୱାସ ନକରିବା ପାଇଁ ସେ ଅନୁରୋଧ କରିଛନ୍ତି।ସେ ଟୁଇଟ କରି ଲେଖିଛନ୍ତି ଯେ ଆମ ପରିବାର ଅରିନ୍ଦମ ଙ୍କ ଦାୟିତ୍ଵ ନିର୍ବାହ କରିବା ପାଇଁ ତାଙ୍କର ଦାୟିତ୍ଵ କୁ ଉଠାଇବା ପାଇଁ ସକ୍ଷମ ଅଟନ୍ତି। ଭଗବାନଙ୍କ ଆଶୀର୍ବାଦରୁ ଏବଂ ଲୋକଙ୍କ ଭଲପାଇବା ଆମ ସହିତ ରହିଛି। ଆମର ଏକ ଯୌଥ ପରିବାର ରହିଛି ଏବଂ ସମସ୍ତେ ନିଜ ନିଜ କ୍ଷେତ୍ରରେ ସମର୍ଥ ରହିଛନ୍ତି।ସେ ଏପରି ଲେଖିବା ସହିତ ଆହୁରି ମଧ୍ୟ କହିଛନ୍ତି ଯେ ମୋ ବାପା ଜଣେ ସଚ୍ଚୋଟ ବ୍ୟାଙ୍କ୍ ଅଧିକାରୀ ଥିଲେ ଏବଂ ମୋ ଭାଇ ଜଣେ ସଚ୍ଚୋଟ ସାମ୍ୱାଦିକ ଥିଲେ।

ମୋ ଭାଇ ଟଙ୍କା ପଛରେ ନ ଗୋଡ଼ାଇ ସର୍ବଦା କାମକୁ ଗୁରୁତ୍ବ ଦେଇ ଆସୁଥିଲେ। ଏହାଛଡ଼ା ଅରିନ୍ଦମ ଙ୍କ ପୁଅ ଏବଂ ଅରିନ୍ଦମ ଙ୍କ ପତ୍ନୀ କିପରି ଖୁସିରେ ଜୀବନ ଯାପନ କରିବେ ସେଥିପାଇଁ ଆମେ ସକ୍ଷମ ଅଛୁ ତାଙ୍କ କଥା ବୁଝିବା ପାଇଁ। ତେଣୁ ଅରିନ୍ଦମ ଦାସ୍ ଙ୍କ ପରିବାର ସାଧାରଣ ଲୋକଙ୍କ ଠାରୁ ଆର୍ଥିକ ସହାୟତା ଦରକାର୍ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଯେଉଁ ମିଥ୍ୟା ଖବର ପ୍ରସାରିତ ହେଉଛି ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର ଏବଂ ଏହାକୁ ବିଶ୍ବାସ ନ କରିବା ପାଇଁ ଅରିନ୍ଦମ ଙ୍କ ଭଉଣୀ ଝରଣା ଅନୁରୋଧ କରିଛନ୍ତି। ବରଂ ଏଭଳି କଠିନ ସମୟରେ ସେ ସମସ୍ତ ଶୁଭେଚ୍ଛୁ ଙ୍କ ଠାରୁ ସେ ସ୍ନେହ ଆବଶ୍ୟକ କରନ୍ତି ବୋଲି ଝରଣା ଲେଖିଛନ୍ତି।

ଅରିନ୍ଦମ ଙ୍କ ପରିବାର ସହିତ ଛିଡା ହୋଇଥିବା, ତାଙ୍କୁ ବଳ ଓ ସାହାସ ଦେଇଥିବା ଏବଂ ଅରିନ୍ଦମ ଙ୍କୁ ଭଲ ପାଇବା ଦେଇ ଥିବାରୁ ଲୋକଙ୍କୁ ସେ କୃତଜ୍ଞତା ଏବଂ ଭଲପାଇବାର ସହ ଧନ୍ୟବାଦ ଦେଇଛନ୍ତି। ଏହାଛଡ଼ା ଭାଇ ଅରିନ୍ଦମ ଙ୍କ ମୃତ୍ୟୁ କୁ ଢାଲ କରି ପରିଚିତ ହେବାକୁ ଚାହୁଁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ମିଥ୍ୟା ଭିଡିଓ ଓ ଅପ ପ୍ରଚାର ଠାରୁ ନିବୃତ ରହିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.