Swastik Tv News Odisha

ଜରାୟୁ ଖସିଯିବା ବା ୟୁଟେରାଇନ୍‌ ପ୍ରୋଲାପ୍ସ କ’ଣ ? Dr. Pushpa Giri

0

ବହୁତ୍ ସମୟରେ ଆପଣ ଶୁଣିବାକୁ ପାଇଥିବେ ଯେ ମହିଳା ମାନଙ୍କର ଜରାୟୁ ଖସିଯିବା ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଜରାୟୁ ତଳକୁ ଖସିଯିବା ଭଳି ସମସ୍ୟା ଅନେକାଂଶରେ ମହିଳାଂକ ପାଖରେ ଦେଖା ଦେଇଥାଏ। ଯାହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍‌ ପ୍ରୋଲାପ୍ସ ବୋଲି କୁହା ଯାଇଥାଏ। ତେବେ ସ୍ତ୍ରୀ ଲୋକ ମାନଙ୍କର ଯେତେବେଳେ ମାସିକ ଋତୁସ୍ରାବ ବନ୍ଦ ହୋଇଯାଏ ଅର୍ଥାତ୍ ୪୦ ରୁ ୫୦ ବର୍ଷ ପରେ ସେତେବେଳେ ଏହିଭଳି ହୋଇ ଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ଆଉ କିଛି ଜଣଙ୍କ ପାଖରେ ଯୁବା ବୟସରେ ଅର୍ଥାତ୍ ୨୦ ରୁ ୩୦ ବର୍ଷ ବୟସରେ ମଧ୍ୟ ଏପରି ସମସ୍ୟା ଦେଖାଯାଏ।

ତେବେ ସାଧାରଣତଃ ମହିଳା ମାନଙ୍କ ର ମାସିକ ଋତୁସ୍ରାବ ବନ୍ଦ ହୋଇ ଯିବାର ୫ ରୁ ୧୦ ବର୍ଷ ଭିତରେ ଏହା ଦେଖା ଦେଇଥାଏ। ତେବେ ଏହାର ତ ଅନେକ କାରଣ ରହିଛି ଯେଉଁ ପାଇଁ ଅଳ୍ପ ବୟସରୁ ମଧ୍ୟ ଏହା ଦେଖାଦିଏ। ଯେମିତିକି ପିଲାହେବା ବେଳେ ଏହା ଉପରେ ଚାପ ପଡିବା ଏବଂ ଅସ୍ବାଭାବିକ ଭାବରେ ମୋଡି ରହିଯିବା କାରଣରୁ ଏହା ହୋଇଥାଏ। ଆଉ ଅନ୍ଯ ମହିଳା ଯେଉଁମାନେ କି ଅନେକ ପିଲାକୁ ଜନ୍ମ ଦେଇଥାନ୍ତି ସେମାନଙ୍କ କ୍ଷେତ୍ରରେ ବି ଏହି ସମସ୍ୟା ପରେ ଦେଖା ଦେବାର ସମ୍ଭାବନା ଅଧିକ ରହିଥାଏ। ସେମାନଙ୍କ କ୍ଷେତ୍ରରେ ଋତୁସ୍ରାବ ବନ୍ଦ ହେବାର କିଛି ବର୍ଷ ପରେ ଶରୀରରେ ଇଷ୍ଟ୍ରୋଜେନ୍ ର ମାତ୍ରା କମି କମି ଆସିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ।

ଅଧିକାଂଶ ମହିଳା ନିଜେ ଜାଣି ପାରନ୍ତି ଯେ ତାଙ୍କର ଜରାୟୁ ତଳକୁ ଖସି ଆସିଛି। ତେବେ ଏହା ଏପରି ଦୀର୍ଘ ଦିନ ଧରି ରହିଲେ ଏବଂ ଏହାର ଚିକିତ୍ସା ନକଲେ ପରବର୍ତ୍ତୀ ସମୟରେ ଏହା ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ। ଏହାଦ୍ୱାରା ଆଲାସର୍ ହେବା, ବ୍ଲିଡ଼ିଂ ହେବା ଏବଂ ବହୁତ୍ କମ୍ କ୍ଷେତ୍ରରେ କ୍ୟାନ୍ସର ହେବା ଭଳି ସମସ୍ୟା ମଧ୍ୟ ଦେଖା ଦେବାର ସମ୍ଭାବନା ରହିଥାଏ। ତେଣୁ ଯଦି ଅଳ୍ପ ବୟସରୁ ଏହା ହେଉଛି ତେବେ ସେମାନେ ଅପରେସନ କରିନେବା ନିହାତି ଆବଶ୍ୟକ। ବୟସ ବଢିଲେ ତାହା ସମସ୍ୟା ସୃଷ୍ଟି କରିଥାଏ।

ତେବେ ପ୍ରୋଲାପ୍ସ ପାଇଁ ଦୁଇ ପ୍ରକାରର ଚିକିତ୍ସା କରା ଯାଇଥାଏ। ଗୋଟିଏ ହେଉଛି କନଜରଭେଟିବ ଟ୍ରିଟମେଣ୍ଟ ଏବଂ ଅନ୍ୟଟି ହେଉଛି ପେଶାରି ଟ୍ରିଟମେଣ୍ଟ। ତେବେ ମୁଖ୍ୟତଃ ସର୍ଜିକାଲ୍ ଟ୍ରିଟମେଣ୍ଟ ଦ୍ଵାରା ଏହାର ଚିକିତ୍ସା କରାଗଲେ ଏହା ଭଲ ଫଳ ଦେଇଥାଏ। ତେବେ ଯାହା ପାଖରେ ପ୍ରଥମରୁ ଦୁର୍ବଳତା ରହିଛି ଏବଂ ତାର ଟିଶୁ ଦୁର୍ବଳ ରହିଛି, ତେବେ ସେଭଳି କ୍ଷେତ୍ରରେ ଏପରି ହେବା ସାଧାରଣ କଥା, ଯାହାର କିଛି କରିହେବ ନାହିଁ। କିନ୍ତୁ ଫେମିଲି ପ୍ଲାନିଂ କରି ଏବଂ ବର୍ଥ କଣ୍ଟ୍ରୋଲ କରି ଏହିଭଳି ସମସ୍ୟା କୁ ରୋକା ଯାଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.