Swastik Tv News Odisha

ଜାଣନ୍ତୁ ବାବା ଭେଙ୍ଗାଙ୍କ 2022 ଭବିଷ୍ୟବାଣୀ କଣ ରହିଛି ? ଏହି ଭୟଙ୍କର ଘଟଣା ସବୁ ଘଟିବାକୁ ଯାଉଛି…

0

ବନ୍ଧୁଗଣ ଚଳିତ ବର୍ଷ ୨୦୨୨ କିପରି ରହିବ ତାକୁ ନେଇ ଲୋକଙ୍କ ମନରେ ଅନେକ ଆଶା ଏବଂ ଆଶଙ୍କା ଭରି ରହିଛି। ତେବେ ୨୦୨୨ କୁ ସ୍ଵାଗତ କରିବା ପାଇଁ ସବୁ ଆଡ଼େ ଉତ୍ସାହ ଭରି ରହିଥିବା ବେଳେ ଏହାକୁ ନେଇ ଚିନ୍ତାରେ ବି ରହିଛନ୍ତି ବିଶ୍ୱବାସୀ। କାରଣ ସମସ୍ତେ ଏଥିପାଇଁ ଭୟଭୀତ ଯେ କଣ ରହିବ ଏହି ଚଳିତ ବର୍ଷ ର ଭବିଷ୍ୟବାଣୀ। ତେବେ ଏହିବର୍ଷ କୁ ନେଇ ଅନେକ ଜଣ ତାଙ୍କର ମତ, ବାଣୀ ଆଦି ଦେଉ ଥିବାର ଆପଣ ଦେଖିବାକୁ ପାଉଥିବେ। ବର୍ଷ ୨୦୨୨କୁ ନେଇ ପ୍ରସିଦ୍ଧ ଭବିଷ୍ୟବକ୍ତା ମାନଙ୍କ ଭବିଷ୍ୟବାଣୀ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି।

ତେବେ ଏହି ସମୟରେ ଏହାରି ଭିତରେ ଜଣେ ପ୍ରସିଦ୍ଧ ବାବା ଙ୍କ ଭବିଷ୍ୟବାଣୀ ସାମ୍ନାକୁ ଆସିଛି। ତାଙ୍କ ବିଷୟରେ ଆପଣ ଆଗରୁ ବି ଅନେକ କଥା ଶୁଣିଥିବେ।ସେ ହେଉଛନ୍ତି ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା ଓରଫ ବାବା ଭେଙ୍ଗା।ସେ ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟବକ୍ତା ଅଟନ୍ତି ଯାହାଙ୍କର ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ବେଶ୍ ସ୍ପଷ୍ଟ ଦେଖି ପାରନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ଯାହା ସତ୍ୟ ହୋଇଛି ବୋଲି ମଧ୍ୟ ବିଶ୍ୱାସ କରାଯାଏ। ତେବେ ୨୦୨୨ ବର୍ଷକୁ ନେଇ ସେ ତାଙ୍କର ଭବିଷ୍ୟବାଣୀ ଦେଇଛନ୍ତି। ଆସନ୍ତୁ ଜାଣିବା ସେ କ’ଣ ସବୁ ଭବିଷ୍ୟବାଣୀ କରିଛନ୍ତି ଏହି ଚଳିତ ବର୍ଷକୁ ନେଇ।

ଆଉ ସେ ଦେଇଥିବା ଭବିଷ୍ୟବାଣୀ ଯଦି ସତ ହୁଏ ତେବେ ଦୁନିଆରେ ଆସିଯିବତୋତେ ପ୍ରଳୟ।୨୦୨୨ କୁ ନେଇ ବାବା କହିଛନ୍ତି ଯେ ଏହି ବର୍ଷ ଏକ ନୂଆ ମାରାତ୍ମକ ଭୂତାଣୁ ମିଳିବ। ଏହି ଭୂତାଣୁ ଅତ୍ୟଧିକ ସଂକ୍ରମିତ ହେବ ଓ ଶୀଘ୍ର ବିସ୍ତାର କରିବ।ଏହି ସଂକ୍ରମଣର ମୁକାବିଲା କରିବାରେ ଦୁନିଆର ସମସ୍ତ ବ୍ୟବସ୍ଥା ବିଫଳ ହେବ ବୋଲି ସେ ତାଙ୍କର ଭବିଷ୍ୟବାଣୀରେ କହିଛନ୍ତି।ଦୁନିଆରେ ବୃଦ୍ଧି ପାଉଥିବା ଗ୍ଲୋବାଲ ୱାର୍ମିଂ, ଗରମ ହେତୁ ରୁଷର ସାଇବେରିଆ ଅଞ୍ଚଳରେ ବରଫ ତରଳିବା ଆରମ୍ଭ କରିବ, ଯେଉଁ କାରଣରୁ ବୈଜ୍ଞାନିକଙ୍କ ଦଳକୁ ଏହିଭଳି ଏକ ମାରାତ୍ମକ ଭୂତାଣୁ ମିଳିବ।

ଏହାଛଡା ଏହି ବର୍ଷ ପ୍ରଳୟଙ୍କାରୀ ବନ୍ୟା ସାଙ୍ଗକୁ ଭୂମିକମ୍ପ ମଧ୍ଯ ଆସିବ। ବଢୁଥିବା ଜନସଂଖ୍ୟା ପାଇଁ ଏହି ମସିହାରେ ବିଶ୍ୱରେ ଜଳ ସଙ୍କଟ ଆହୁରି ବୃଦ୍ଧି ପାଇବା ସହିତ ଅନେକ ସହରରେ ପାନୀୟ ଜଳର ଅଭାବ ଦେଖାଦେବ ଏବଂ ନଦୀଗୁଡ଼ିକର ଜଳ ପ୍ରଦୂଷିତ ହେବ ଏବଂ ହ୍ରଦ ଓ ପୋଖରୀଗୁଡ଼ିକର ପାଣି ଶୁଖିବାକୁ ଲାଗିବ। ଲୋକେ ଅନେକ ଜଳ ସଂକଟର ସମ୍ମୁଖୀନ ହେବେ। ଏହାଛଡା ୨୦୨୨ ରେ ପଙ୍ଗପାଳ ଆକ୍ରମଣ ବଢିବ ଏବଂ ଏହା ଫଳରେ ଶସ୍ୟ କ୍ଷେତ, ଫସଲ ଆଦି ନଷ୍ଟ ହେବା ସହିତ ଅନାହାର ମଧ୍ୟ ବଢିବ। ଏସବୁ ବାଦେ ଏଲିଅନ୍ ମାନେ ପୃଥିବୀ ଉପରେ ଆକ୍ରମଣ କରିବେ ବୋଲି ବାବା କହି ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.