Swastik Tv News Odisha

ଜାଣନ୍ତୁ ସୂର୍ଯ୍ୟପରାଗ ସମୟରେ ଏହା କେଉଁ ରାଶି ପାଇଁ ଭଲ ଓ କେଉଁ ରାଶି ପାଇଁ ଅଶୁଭ – Vastu Tips

0

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଜ୍ୟୋତିଷ ଶାସ୍ତ୍ରକୁ ଲୋକମାନେ ବହୁତ ବିଶ୍ୱାସ କରି ଥାଆନ୍ତି। ବିଶ୍ୱରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଲାଗିଥାଏ। ଏହାର ମଧ୍ୟ ସବୁ ନୀତି ନିୟମ ରହିଛି ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୋକ ମାନେ ସବୁ ଠିକ ଠାକ ଭାବରେ କାର୍ଯ୍ୟ କରି ଥାଆନ୍ତି। ଏଥି ସହିତ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଯେଉଁ ସବୁ ରାଶି ରହିଛି, ତା’ହା ଉପରେ ମଧ୍ୟ ଏହାର କିଛି ପ୍ରଭାବ ପଡିଥାଏ। କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ମଧ୍ୟ ଅଶୁଭ ହୋଇଥାଏ, ତା’ହା ଉପରେ ଜ୍ୟୋତିଷ ମାନେ ମତ ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ମେଷ :- ଏହି ରାଶିର ଲୋକମାନଙ୍କ ପାଇଁ ଏହି ପରାଗ ତୃତୀୟ ଭାଗରେ ରହି ଥିବାରୁ, ଏମାନଙ୍କ ଜୀବନରେ ପରିବାରର ସୁଖ ଓ ଶାନ୍ତି ମିଳିଥାଏ। ଏମାନେ ମଧ୍ୟ ବହୁତ ଉଚ୍ଚକୁ ଯାଇ ପାରିବେ।

ବୃଷ :- ଏହି ରାଶିର ଲୋକମାନଙ୍କ ପାଇଁ ଆର୍ଥିକ ପରିସ୍ଥିତି ଶୋଚନୀୟ ରହିବ। ଯେଉଁ ନୂଆ କାର୍ଯ୍ୟ କରିବ ପାଇଁ ଇଚ୍ଛା ପ୍ରକାଶ କରିବେ,ସେଥିରେ ବାଧା ସୃଷ୍ଟି ହେବ।

ମିଥୁନ :- ଏହି ରାଶିର ଲୋକମାନଙ୍କ ପାଇଁ ପିତୃ ସମ୍ପତ୍ତିରେ ବହୁତ ଭାଗ ରହିଛି। ଶରୀରରେ କିଛି ସମସ୍ୟା ଦେଖା ଯିବ ଓ ସେହି ସବୁ ସମସ୍ୟାର ସମାଧାନ ଖୁବ ଶୀଘ୍ର ମଧ୍ୟ ହୋଇଯିବ। ସବୁବେଳେ ପାଇଁ ଶାନ୍ତି ଓ ଆରାମରେ ଜୀବନ ଯାପନ କରିବେ।

କର୍କଟ :-ଏହି ରାଶିର ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି ଓ ବହୁତ ବାଧା ମଧ୍ୟ ଉପଜିଥାଏ। କିଛି ମାସ ପରେ ବୃହଷ୍ପତି ଚଳନ ହେଲେ ପରିସ୍ଥିତିରେ ସୁଧାର ଆସିଯିବ ଓ ସବୁ କିଛି ମଧ୍ୟ ଠିକ ଠାକ ହୋଇଯିବ।

ସିଂହ :-ଏହି ରାଶିର ଲୋକମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଭାବରେ ଶୁଭ ହୋଇଥାଏ। ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ମଧ୍ୟ ହାସଲ କରିବେ। ପରିବାରରେ ଯେକୌଣସି ସମସ୍ୟା ରହିଥିବ ଶୀଘ୍ର ସମାଧାନ ମଧ୍ୟ ହୋଇଯିବ।

କନ୍ୟା :-ଏହି ରାଶିର ଲୋକମାନେ ବହୁତ ଉନ୍ନତି କରିବେ ଓ ସବୁ କିଛି ଶୁଭମୟ ହେବ। ଏହି ବର୍ଷ ଭଲରେ ବିତିବ ଓ ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ।

ତୁଳା :- ଏହି ରାଶିର ଲୋକମାନେ କମ ଟଙ୍କା ରୋଜଗାର କରି ଅଧିକ ଟଙ୍କା ଖର୍ଚ୍ଚ କରିବେ।

ବିଛା :-ଏହି ରାଶିର ଲୋକ ମାନଙ୍କ ପାଇଁ ଦିନ ଜମାରୁ ବି ଭଲ ରହିବ ନାହିଁ। ପରିବାରରେ କଳି ଝଗଡା ସୃଷ୍ଟି ହେବ।

ଧନୁ :- ଏହି ରାଶିର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଭାବରେ ଶୁଭ ହେବ।

ମକର :- ଏହି ରାଶିର ଲୋକମାନଙ୍କ ପାଇଁ ଶତ୍ରୁ ଆକ୍ରମଣ କରିବେ। ଏଥି ସହିତ ବହୁତ କ୍ଷୟ କ୍ଷତି ମଧ୍ୟ ହେବ।

କୁମ୍ଭ :- ଏହି ରାଶିର ଲୋକମାନଙ୍କ ପାଇଁ ବର୍ଷଟି ଭଲରେ ରହିବ। ପାଠ ପଢିବା ପିଲା ମାନଙ୍କ ପାଇଁ ଭଲ ହେବ।

ମୀନ :- ଏହି ରାଶିର ଲୋକମାନଙ୍କ ପାଇଁ ଚତୁର୍ଥରେ ରବି ଗ୍ରହ ବଶତଃ ଶୁଭ ହେବ। ଏହି ବର୍ଷଟି ମଧ୍ୟ ଶୁଭମୟ ରହିବ।

ଏଥି ସହିତ ମେଶ, ମକର, ସିଂହ, କୁମ୍ଭ ଓ ଧନୁ ବ୍ୟକ୍ତିର ଲୋକମାନେ ଏହି ପରାଗକୁ ଦେଖି ପାରିବେ ଓ ଅନ୍ୟ ଯେଉଁ ସବୁ ରାଶି ରହିଲେ ଦେଖି ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.