Swastik Tv News Odisha

ଜୀବନରେ ଖୁସି ଏବଂ ସଫଳତା ହାସଲ କରିବା ପାଇଁ ଚାହୁଁଥିଲେ ଶୋଇବା ପୁର୍ବରୁ ଏହି କାମକୁ ନିଶ୍ଚିତ କରନ୍ତୁ

0

ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଯଦି ଆପଣ ଏହାକୁ ଆପଣଙ୍କ ଜୀବନରେ ପ୍ରୟୋଗ କରନ୍ତି ତେବେ ବହୁତ୍ ବଡ ଏକ ପରିବର୍ତ୍ତନ ଆପଣ ହାସଲ କରିବେ ନିଶ୍ଚିତ। ଏହାକୁ ଆପଣଙ୍କୁ ନିଶ୍ଚିତ ୩୦ ଦିନ ପର୍ଯ୍ୟନ୍ତ କରିବାକୁ ପଡ଼ିବ। ଆପଣ ଜାଣିଛନ୍ତି ମଣିଷ ଯାହା ଚାହିଁଛି ତାହା କରି ଦେଖାଇଛି। ମଣିଷର ଦୃଢ଼ ଇଚ୍ଛା ଶକ୍ତି ଏବଂ ମନୋବଳ ତାକୁ ବହୁତ୍ ୱର୍ଦ୍ଧ୍ୱ ଗାମୀ କରାଇଥାଏ। ମଣିଷ ତାର ମନ ଓ ମସ୍ତିଷ୍କ ଏହି ଶରୀର ମାଧ୍ଯମରେ ହିଁ ପ୍ରାପ୍ତ କରିଛି।

ଯେତେ ବି ବଡ଼ ସଫଳତା ହେଉ ଯେତେ ବି ବଡ କଠିନ କାମ ବା ପରିସ୍ଥିତି ହେଉ ମଣିଷ ତାର ମନ, ମସ୍ତିଷ୍କ ଏବଂ ଶରୀରକୁ ଉଚିତ୍ ଭାବରେ ପ୍ରୟୋଗ କରି ଠିକ୍ କରି ପାରିଛି ସମାଧାନ କରି ପାରିଛି ଏବଂ ବିଚିତ୍ର ରୁ ବିଚିତ୍ର କାମକୁ ସହଜ କରି ଦେଇଛି। ଏ ବିଶ୍ଵର ସର୍ବଶ୍ରେଷ୍ଠ ସମ୍ପତ୍ତି ହେଉଛି ମଣିଷର ମନ ବା ମସ୍ତିଷ୍କ। ଯାହା ଅନେକ ଅସମ୍ଭବ କୁ ସମ୍ଭବ କରିପାରେ। ତେବେ ଏହି ମନ, ମସ୍ତିଷ୍କ ଦୁଇଟି ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହିସାବରେ କାମ କରେ। ତାହା ହେଉଛି ସକାଳର ପ୍ରାରମ୍ଭରେ ଏବଂ ରାତ୍ରୀରେ ଶୋଇବା ପୂର୍ବରୁ। ସକାଳର ପ୍ରାରମ୍ଭରେ ଆମେ ଯଦି କିଛି ଭଲ କଥା ଶିକ୍ଷା କରୁ ତାହା ସମ୍ପୂର୍ଣ୍ଣ ଭାବରେ ଆମ ଜୀବନକୁ ପରିବର୍ତ୍ତନ କରେ।

ସକାଳେ କିଛି ଅମୂଲ୍ୟ ଶିକ୍ଷା ମସ୍ତିଷ୍କ ଗ୍ରହଣ କରିବା ଦ୍ଵାରା ଦିନସାରା ମସ୍ତିଷ୍କ ଏହାକୁ ମନେ ରଖେ ଏବଂ କାମରେ ଲଗାଏ। ଆଉ ଆମର କର୍ମ ବି ଭଲ ହୋଇଯାଏ ଏବଂ ଯେମିତି ଆମେ କର୍ମ କରିଥାଉ ସେହିଭଳି ଆମର ଭାଗ୍ୟ ସୃଷ୍ଟି ହୋଇଥାଏ। ସେହିଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ରାତ୍ରିର ଶୋଇବା ସମୟ। ମାତ୍ର ୧୦ ମିନିଟ୍ ପାଇଁ ଆପଣ ଶୋଇବା ପୁର୍ବରୁ ଏହି କାମକୁ କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଏକ ବିରାଟ ପରିବର୍ତନ ଆସିବ। ଆପଣ ଶୋଇବା ପୁର୍ବରୁ ନିଶ୍ଚିତ କିଛି ଭଲ କଥା ଚିନ୍ତା କରନ୍ତୁ ଏବଂ ଅମୂଲ୍ୟ ଶିକ୍ଷା ମସ୍ତିଷ୍କ କୁ ଦିଅନ୍ତୁ। ମନ ଭିତରେ ଏକ ଦୃଢ଼ତା ଆଣନ୍ତୁୁ ଯେ ଆପଣଙ୍କୁ ଜୀବନରେ କଣ କରିବାର ଅଛି ଆଉ କିପରି କରିବାର ଅଛି।

କୌଣସି ନକାରାତ୍ମକ କଥା ମସ୍ତିସ୍କକୁ ଦିଅନ୍ତୁ ନାହିଁ। କିଛି ସକାରାତ୍ମକ ଭଲ ବାର୍ତ୍ତା ଏବଂ ଉଚ୍ଚ ଅଭିଳାଷ କୁ ମନ ଭିତରକୁ ଆଣନ୍ତୁ। ଏହାଦ୍ୱାରା ଆପଣଙ୍କର ଅବଚେତନ ମନ ଏହା ଉପରେ କାମ କରିବା ଆରମ୍ଭ କରିଦେବ। ରାତିସାରା ଅବଚେତନ ମନ ତା ଉପରେ କାର୍ଯ୍ଯ କରେ। ଯଦି ଜୀବନର କିଛି ଅମୂଲ୍ୟ ବାର୍ତାକୁ ଯଦି ଆମେ ସେହି ସମୟରେ ଆମ ମନ ମସ୍ତିଷ୍କ ଭିତରେ ପ୍ରବେଶ କରି ଦେଇ ପାରିବା, ତାହେଲେ ରାତିସାରା ଏହି ତଥ୍ୟ ମନ ଭିତରେ କାର୍ଯ୍ୟକରି ସକାଳେ ଆମ ଜୀବନ ଏକ ନୂଆ ରୂପରେ ଆରମ୍ଭ ହୁଏ। ଯଦି ଏହି ଅଭ୍ୟାସ ଆପଣ ୩୦ ଦିନଧରି କରି ଦିଅନ୍ତି ତେବେ ନିଶ୍ଚିତ ଆପଣ ଯାହା ଚାହୁଛନ୍ତି ତାହା ଘଟିବା ସହିତ ସଫଳତା ହାସଲ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.