Swastik Tv News Odisha

ଜୀବନରେ ବାପା ମାଆଙ୍କର ମୂଲ୍ୟ କଣ ? ଏ ଦୁନିଆର ପ୍ରତ୍ୟେକ ଝିଅ ଓ ପୁଅ ଥରେ ନିଶ୍ଚୟ ଦେଖନ୍ତୁ

0

ଆଜି ଆମେ ଏକ ଏମିତି କାହାଣୀ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହା ଶୁଣିବା ପରେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ଆସିବ ଏବଂ ଏହା ଏକ ନୂତନ ଉନ୍ମାଦନା ସୃଷ୍ଟି କରିବ ମନ ଭିତରେ। ଆମ ଜୀବନରେ ଏହି ସଂଗ୍ରାମ ସବୁବେଳେ ଲାଗି ରହିଥାଏ ଯେ ଆମ ଜୀବନରେ ଲୁଚି ରହିଥିବା ଅପ୍ରିୟ ସତ୍ୟକୁ ସାମ୍ନାକୁ ଆଣିବା। ତେଣୁ ଏହି କାହାଣୀ ବହୁତ୍ ପ୍ରେରଣାଦାୟୀ। ପ୍ରତ୍ୟେକ ମୂଲ୍ୟବାନ ବସ୍ତୁ ତାର ବାରମ୍ଵାର ବ୍ଯବହାର ସତ୍ତ୍ୱେ ବି ତାର ମୂଲ୍ୟ ସେମିତି ଅମୂଲ୍ୟ ହୋଇ ରହିଥାଏ। ଆଉ ସେହି ମୂଲ୍ୟବାନ ବସ୍ତୁ ମଧ୍ୟରୁ ବାପା ମାଆ ହେଉଛନ୍ତି ଜଣେ।

ଅନେକଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି, ଯେଉଁ ମାନଙ୍କର ସକ୍ଷମ ଥାଉ କି ନଥାଉ ସେମାନେ ବାପା ମାଆ ଙ୍କ ଠାରୁ ଦୂରେଇ ଯାଉଛନ୍ତି। ବାପା ମାଆ ଙ୍କ ଆଶିର୍ବାଦ ବିନା ଆଗକୁ ବଢିବା ଅସମ୍ଭବ। ଆମେ ଆଖି ଖୋଲିଥାଉ ମାଆ ର କୋଳରୁ ଏବଂ ବଢି ଥାଉ ବାପାଙ୍କ ପରିଶ୍ରମରେ। ବାପାଙ୍କ ପରିଶ୍ରମ ଏବଂ ସାହାସ ଓ ମାଆର ସ୍ନେହ ପ୍ରେମ ବିନା ଏ ଦୁନିଆରେ ଆଗକୁ ବଢିବା ବେଶ୍ କଷ୍ଟକର। କିନ୍ତୁ ବାପା ମାଆ ସଦୃଶ ଏହି ମୂଲ୍ୟବାନ ବସ୍ତୁକୁ ଆମେ ସମୟ ବଢିବା ସହିତ ଦୂରେଇ ଦେଇଥାଉ। ତେବେ ଏଠାରେ ଏକ ସୁନ୍ଦର୍ କାହାଣୀ ର ଭିଡିଓ ରହିଛି,ଯାହାକୁ ଦେଖି ଆପଣ ଅନୁଭବ କରି ପାରିବେ ବାପା ମାଆଙ୍କ ପ୍ରକୃତ ମୂଲ୍ୟ ଏବଂ କଷ୍ଟକୁ।

ଏଠାରେ ଏହି ଘଟଣାରେ ଜଣେ ଯୁବକ କିପରି ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ତାର ମାଲିକ ତାକୁ ତା ବାପା ବିଷୟରେ ପଚାରିଛନ୍ତି ଏବଂ କିଛି କାମ ତାକୁ ଦେଇଛନ୍ତି ଏବଂ ପରେ ସବୁ ଘଟଣାକୁ ଅନୁଧ୍ୟାନ କରି ଶେଷରେ କମ୍ପାନୀ ର ମାଲିକ ଯୁବକଙ୍କୁ ଚୟନ କରିଛନ୍ତି। ତେବେ ଯୁବକ ଜଣଙ୍କ କଣ କରିଛନ୍ତି ଏବଂ କଣ ପାଇଁ ମାଲିକ ତାଙ୍କୁ ସିଲେକ୍ଟ କରିଛନ୍ତି ତାହା ଆପଣ ଏହି କାହାଣୀରୁ ଜାଣି ପାରିବେ। ଯେଉଁ ଘଟଣାଟି ବହୁତ୍ ହୃଦୟସ୍ପର୍ଶୀ ହୋଇଛି। ଏଠାରେ ବାପା ମାଆଙ୍କ ର ପ୍ରକୃତ ମୂଲ୍ୟବୋଧତା କୁ ଅନୁଭବ କରିପାରିବ ଜଣେ,ଯିଏ ଏହି କାହାଣୀ କୁ ଶୁଣିବ। ଜଣେ ପିଲାକୁ ମଣିଷ କରିବା ପାଇଁ ବାପା କେତେ କଷ୍ଟ କରିଥାଏ କିନ୍ତୁ ପରିଣତ ବୟସରେ କିପରି ତାଙ୍କୁ ଅବହେଳାର ଶିକାର ହେବାକୁ ପଡେ ତାହା ବାସ୍ତବ ରେ ଦୁଃଖ ଦାୟକ ଏବଂ ଅପ୍ରୀତିକର ଅଟେ।

ପ୍ରକୃତ ମୂଲ୍ୟବୋଧ କୁ କେହି ବୁଝିବାକୁ ନାରାଜ ଯେ ଜୀବନରେ ବାପା ମାଆ ଙ୍କ ଭୂମିକା କଣ ଏବଂ ବାପା ମାଆଙ୍କ ଆଶିର୍ବାଦ ବିନା ଜୀବନରେ ଆଗକୁ ବଢିବା କେତେ କଷ୍ଟକର। ତେବେ ପ୍ରତ୍ୟେକ ଝିଅ ପୁଅ ଏ କଥାକୁ ମନେ ରଖିବା ଉଚିତ୍ ଏବଂ ବାପା ମାଆଙ୍କୁ ଅବହେଳା ନକରି ସେମାନଙ୍କ ଯତ୍ନ ନେବା ସହିତ ସେମାନଙ୍କ ଆବଶ୍ୟକ ସମୟରେ ସାହା ହୋଇ ପାଖରେ ରହିବା ଉଚିତ୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.