Swastik Tv News Odisha

ଟଏଲେଟ ରେ ବାଘ ସହ ଲକ୍ ହୋଇଗଲା ବୁଲା କୁକୁର, ଆଉ ତା’ ପରେ କଣ ଘଟିଲା ଦେଖନ୍ତୁ ଭିଡ଼ିଓ

0

ବାଘ ସହିତ ଫସିଲା ବୁଲା କୁକୁର । ଟଏଲେଟ୍ ରେ ବାଘ ସହିତ ଲକ୍ ହୋଇଗଲା ବୁଲା କୁକୁର । ଆଉ ତା ପରେ ଏମିତି କିଛି ଘଟିଲା ଯାହା ର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ତେବେ କଣ ବାଘ ଟି ବୁଲା କୁକୁର କୁ ଖାଇଦେଲା ନା ବୁଲା କୁକୁର ଟି ସୁରକ୍ଷିତ ରେ ବାହାରି ଆସିଲା ତେବେ ଏହି ଘଟଣା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭୈରାଲ ହେବାରେ ଲାଗିଛି । ତେବେ କଣ ଘଟିଲା ଏହା ପରେ ଆସନ୍ତୁ ଜାଣିବା ;

କର୍ଣାଟକ ର ବିଲିନେଲି ଗ୍ରାମ ରେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି । ବାଘ ସହିତ ଏକ ବୁଲା କୁକୁର ଟି ଟଏଲେଟ୍ ଭିତରେ ଲକ୍ ହୋଇଯିବା ର ଦୃଶ୍ୟ ବର୍ତ୍ତମାନ ସାମ୍ନା କୁ ଆସିଛି ଯାହା ବର୍ତ୍ତମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସୂଚନା ଅନୁସାରେ ଗୋଟିଏ ବୁଲା କୁକୁର କୁ ବୁଲୁ ଥିବାର ଦେଖି ବାଘ ଟି ତାର ପିଛା କରି ଥିଲା । ଆଉ କୁକୁର ଟି ଭୟ ରେ ଏକ ଟଏଲେଟ୍ ଭିତରେ ପଶି ଯାଇଥିଲା ଆଉ ବାଘ ଟି ମଧ୍ୟ କୁକୁର କୁ ପିଛା କରି ଟଏଲେଟ୍ ଭିତରେ ପଶି ଯାଇଥିଲା। ଏହି ଦୃଶ୍ୟ କୁ ସ୍ଥାନୀୟ ଅଞ୍ଚଳ ର ଜଣେ ବ୍ୟକ୍ତି ଦେଖିଥିଲେ ଓ ଦୁଇ ଜଣ କୁ ଟଏଲେଟ୍ ଭିତରେ ଥିବା ସମୟ ରେ ସେ ବାହାର ପଟରୁ ଲକ୍ କରି ଦେଇ ଥିଲେ ।

ଆଉ ଏହା ପରେ ସେ ପୋଲିସ୍ କୁ ଫୋନ୍ କରିବା ସହିତ ବନ ବିଭାଗ କର୍ମଚାରୀ ମାନଙ୍କୁ ମଧ୍ୟ ଫୋନ୍ କରି ଏହି ଘଟଣା ବିଷୟ ରେ ଅବଗତ କରାଇ ଥିଲେ । ତେବେ ଏହି ଘଟଣା ଟି ଜଣା ପଡିବ ପରେ ସ୍ଥାନୀୟ ଅଂଚଳରେ ହଇଚଇ ଖେଳି ଯାଇ ଥିଲା ଓ ସେହି ସ୍ଥାନ ରେ ଅନେକ ଲୋକ ମାନଙ୍କ ର ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତ ଙ୍କ ମନରେ ଆଶଙ୍କା ଥିଲା ଯେ ବାଘ ଟି ବୁଲା କୁକୁର କୁ ମାରି ଦେଇଥିବ ଆଉ କିଛି ଲୋକ ନିଜର ଉତ୍ସାହ ର ସହିତ ଭିତରେ କଣ ଚାଲିଛି ଦେଖିବା ପାଇଁ ଟଏଲେଟ୍ ର ଝରକା ରେ ଦେଖିଥିଲେ ଓ ସେଠାରେ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଛାଡି ଥିଲେ।

ତେବେ ଭିଡିଓ ରେ ସମ୍ପୂର୍ଣ ଭାବେ ଦେଖା ଯାଇଛି ଯେ ବାଘ ଟି କୁକୁର ର କୌଣସି ପ୍ରକାର କ୍ଷତି କରି ନାହିଁ ଓ ଟଏଲେଟ୍ ଭିତରେ ବାଘ ଗୋଟିଏ କୋଣ ରେ ଥିବା ବେଳେ କୁକୁର ଟି ଗୋଟିଏ କୋଣ ରେ ଥିବାର ଭିଡିଓ ରେ ନଜର ଆସିଥିଲେ । ତେବେ ଦୁଇ ଜଣ ଟଏଲେଟ୍ ଭିତରେ ଦୀର୍ଘ ସାତ ଘଣ୍ଟା ଧରି ଫସି ରହିଲେ । ଏହା ପରେ ବନ ବିଭାଗ କର୍ମଚାରୀ ବାଘ ଟିକୁ ଜାଲ ବିଛାଇ କାବୁ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଜାଲ ଚିଣ୍ଡାଇ ବାଘ ଟି ପଳେଇ ଯାଇଥିଲା ଓ ଏହା ସହିତ କୁକୁର ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ଆସିଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.