ହଁ ଦର୍ଶକ ବନ୍ଧୁ ସେ ସେସିଆଲ ମିଡ଼ିଆ ହେଉ କି, ସେ ନିଉଜ ପେପର ହେଉ କି ସେ ଟେଲିଭିଜନ ହେଉ ସବୁଠି ଦେଖା ଯାଉଛି ସେହି ଗୋଟିଏ ଖବର , ଓଡିଶା ର ଜଣେ ସୁନାମଧନ୍ୟ କଳାକାର ଖାଲି ଅଲିଉଡ ନୁହଁ ଯାତ୍ରା ଜଗତରେ ଯିଏ ନିଜର ଚେଷ୍ଟା ଆଉ ଆତ୍ମବିଶ୍ୱାସ ବଳରେ କଳାକାର ଜଗତରେ ତାଙ୍କର ନମକୁ ସମସ୍ତଙ୍କ ଠୁ ଉପରରେ ରଖିଥିଲେ , ସେ ଆଉ କେହି ନୁହଁନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ଖଳନାୟକ ରାୟମୋହନ |
ଯାହାଙ୍କ ବିୟୋଗରେ ଖାଲି ଅଲିଉଡ ଜଗତ କି ଯାତ୍ରା ଜଗତ ନୁହଁ, କଳାକାର ମାନଙ୍କୁ ଭଲ ପାଇଥିବା କଳା କୁ ଭଲ ପାଉଥିବା ଓ ଓଡ଼ିଆ ଚଳଚିତ୍ର ଦୁନିଆକୁ ଭଲ ପାଇଥିବା ସମସ୍ତ ଓଡ଼ିଆ ମଧ୍ୟ ରାୟମୋହନଙ୍କ ବିୟୋଗରେ ଶୋକହରା ହୋଇଯାଇଛନ୍ତି |ଆଉ ରାୟମୋହନ ଙ୍କ ପାଇଁ ଲେଖି ପକାଇଛନ୍ତି ଅମର ଗାଥା | ତାଙ୍କର ବିୟୋଗକୁ ମନେ ପକାଇ ଗୋଟିଏ ଗୀତର ସୁଟିଂ ହେଇଛି , ଗୀତଟି ହେଉଛି “ତୁମ କଥା ଭୁଲି ହେଉନାହିଁ ” ” ତୁମ ହସ ଭୁଲି ହେଉନାହିଁ ” ଏହି ପରି ଏକ ମନୋଛୁଆ ଗୀତ ଗାଇଛନ୍ତି ରାୟମୋହନ କୁ ନେଇକି | ଆଉ ଯୋଉ ଗୀତକୁ ଶୁଣିକି ଆପଣ ମାନେ ଜାଣିପାରିବେ କି ଚଳଚିତ୍ର ଦୁନିଆ ରାୟମୋହନଙ୍କୁ କେତେ ବେଶୀ ଝୁରି ହେଉଛନ୍ତି ତାଙ୍କ ବିୟୋଗରେ |
ସେ ଜଣେ କେବଳ ଭଲ ଅଭିନେତା ନଥିଲେ ପ୍ରକୃତ ରେ ବହୁତ ଭଲ ମଣିଷ ମଧ୍ୟ ଥିଲେ |ରାଇମୋହନ ପରିଡା କେବେଳ ଓଡ଼ିଆ ଚଳଚ୍ଚିତ୍ର ନୁହେଁ ସେ ବହୁତ ଯାତ୍ରା ମାନ କରିଥିଲେ ସେ 100 ଟି ଓଡ଼ିଆ ଚଳଚ୍ଚିତ୍ର କରିଥିବା ବେଳେ 15 ଟି ବଙ୍ଗଳା ଚଳଚ୍ଚିତ୍ର ମଧ୍ୟ ସେ ଅଭିନୟ କରିଥିଲେ | ହେଲେ ତାଙ୍କର ଏହି ଅଭିନୟ ଭିତରେ ସେ ନିଜକୁ ପୁରା ପୁରି ହଜେଇଦେଇଥିଲେ | ତାଙ୍କ ଜୀବନ ତାଙ୍କର କଣ ଚାଲିଥିଲା ସେ କଥା ବୋଧେ କେହି ଜାଣିନଥିଲା ଯାହା ଫଳରେ ସେ ନିଜକୁ ଫାଶୀ ଲଗାଇ ଦେଇ ଆଜି ସାରା ଓଡିଶା ବାସୀ ଙ୍କୁ ଏକା କରି ଚାଲିଯାଇଛନ୍ତି |
ହେଲେ ରାୟମୋହନ ଆମକୁ ଛାଡି ଚାଲିଯାଇଛନ୍ତି ସତ କିନ୍ତୁ ଏବେ ବି ସେ ଆମ ହୃଦୟ ରେ ଅମର ହେଇକି ଅଛନ୍ତି ଆଉ ରହିଥିବେ , ଯାହା ସୁଟିଂ ହେଇଥିବା ଏହି ଗୀତକୁ ଶୁଣିଲେ ଆପଣ ମାନେ ଜାଣିପାରିବେ କି ଚଳଚିତ୍ର ଦୁନିଆ ରାୟମୋହନ ଙ୍କ ଏପରି ବିୟୋଗରେ କେତେ ଦୁଃଖିତ ଅଛନ୍ତି , ଆଉ ତାଙ୍କୁ ଝୁରି ହେଉଛନ୍ତି | ଆଉ ତାଙ୍କର ସେଇ ଅଭୁଲା ସ୍ମୃତି ଆମ ଓଡିଶା ବାସୀ ଙ୍କ ମନରେ ଚିରଦିନ ପାଇଁ ସାଇତି ହୋଇ ରହିବ, ଯାହା ଏହି ରେକର୍ଡିଙ୍ଗ ହେଇଥିବା ଗୀତରେ ସ୍ପଷ୍ଟ ଭାବରେ ଜାଣି ହେଉଛି ଓ ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।