ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ କିପରି ଭାବରେ ଯାତ୍ରାରେ ନାଟକରେ ଥିବା ଡାନ୍ସ ଭିଡିଓ ଗୁଡିକର ଗୀତକୁ ସିଙ୍ଗର ମାନେ ବେକ୍ ଷ୍ଟେଜ ରେ ବସି ଗାଇଥାନ୍ତି। ଯାହାକୁ ହୁଏତ ଆପଣ ଯାତ୍ରା ଚାଲୁଥିବା ସମୟରେ ଦେଖିବାକୁ ପାଉ ନଥିବେ।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ମନୋରଂଜନ ର ସୁରାକ।
ଯାତ୍ରା ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି। କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।ଆଉ ଏହି ସମୟରେ ମଝିରେ ମଝିରେ ହୋଇଥାଏ ଜବରଦସ୍ତ ଆଙ୍କରିଁ। ଏହା ମଧ୍ୟ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ। ଆଉ ଯାତ୍ରାର ନାଟକ ଆରମ୍ଭ ହେବାପରେ ନାଟକରେ ରହିଥାଏ ଡାନ୍ସ। ଏହାକୁ ବେକ ଷ୍ଟେଜ ରେ ଗାଇଥାନ୍ତି ଗାୟକ ଗାୟିକା।ଯାତ୍ରା ରେ ସଙ୍ଗୀତକାର ମାନେ ଗାଉଥିବା ଏହିସବୁ ଗୀତକୁ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ସେମାନେ କିଭଳି ଭାବରେ ଗାଇଥାନ୍ତି ତାହାକୁ ଆପଣ ଦେଖି ନଥିବେ।
କିନ୍ତୁ ଏବେ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ଆପଣ ଦେଖିବାକୁ ପାଇବେ ବେକ ଷ୍ଟେଜ ରେ ଦୁଇଜଣ ଗାୟକ ଗାୟିକା କିପରି ଭାବରେ ଗୀତ ଗାଉଛନ୍ତି। ଦୁଇ ଜଣଙ୍କର ସ୍ୱର ବହୁତ୍ ସୁନ୍ଦର ଶ୍ରୁତି ମଧୁର ଲାଗୁଛି ଶୁଣିବାକୁ। ତେବେ ଯାତ୍ରାର ଏଭଳି ଦୃଶ୍ୟ ବହୁତ୍ ମନ ମୁଗ୍ଧକର ଅଟେ। ଯାତ୍ରା ର କାହାଣୀ ଚାଲୁଥିବା ବେଳେ ମଧ୍ୟ ଯାତ୍ରା ଭିତରେ ନାୟକ ନାୟିକା ଙ୍କ ଭିତରେ ଡାନ୍ସ ଚାଲିଥାଏ। ଆଉ ତାର ଗୀତକୁ ଗାଇଥାନ୍ତି ଗାୟକ ଗାୟିକା ମାନେ।ସେହିଭଳି ତୁଳସୀ ଗଣନାଟ୍ୟ ର ଏକ ଅପେରାର ଏକ ଡାନ୍ସ ର ଗୀତକୁ ସିଙ୍ଗର ମାନେ ଗାଉ ଥିବାର ଆପଣ ଏଠାରେ ଶୁଣିବାକୁ ପାଇବେ।
ଯାହାର ଭିଡିଓ ଆପଣ ଏଠାରେ ଦେଖିବାକୁ ପାଇବେ।ଏହି ଗୀତଟି ହେଉଛି, ଝିପି ଝିପି ଏହି ବର୍ଷାରେ ଆ ଟିକେ ଭିଜି ଯିବାରେ। ଏହାକୁ ଉଭୟ ମେଲ୍ ସିଙ୍ଗର ଦୟାନିଧି ଏବଂ ଫିମେଲ୍ ସିଙ୍ଗର ନନ୍ଦିନୀ ବେକ ଷ୍ଟେଜ ରେ ବସି ଗାଉଛନ୍ତି। ଏହାକୁ ଶୁଣି ବହୁତ୍ ଖୁସି ଲାଗୁଛି। ସେମାନଙ୍କ ଗୀତ ସାଙ୍ଗକୁ ମ୍ୟୁଜିକସିଆନ୍ ମାନଙ୍କର କାର୍ଯ୍ଯ ମଧ୍ୟ ଏହି ଗୀତକୁ ଅଧିକ ଶ୍ରୁତି ମଧୁର କରି ଦେଉଛି।ଆପଣ ଏହାକୁ ଦେଖି ନିଶ୍ଚିତ ଖୁସି ହେବେ। ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି।