Swastik Tv News Odisha

ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର |Cold and Cough Home Remedy

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଛନ୍ତି କି ସ୍ୱାସ୍ଥ୍ୟ ହି ସମ୍ପଦ ଯଦି ଆମେ ନିଜ ସ୍ୱାସ୍ଥ୍ୟ ର ଯତ୍ନ ନ ନେବା, ତାହେଲେ ବିଭିନ୍ନ ପ୍ରକାରର ସମସ୍ୟା ଆମ ମାନଙ୍କ ଠାରେ ଉପୁଜିବ | ତେଣୁ ଆମେ ପ୍ରଥମେ ନିଜର ଦେହ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ | ତାହା ବ୍ୟତୀତ ଆମେ ଜାଣିଛୁ କି ଛୋଟ ପିଲା ଠାରୁ ଆରମ୍ଭ କରିବି ଯୁବ ପିଢ଼ି ଓ ବୟସ୍କା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଜ୍ୱର, କାଶ ଓ କଫ ଭଳି ସମସ୍ୟା ଦେଖା ଦେଇଥାଏ | ତେବେ ଆମେ ଯଦି ଏହିଭଳି ଛୋଟ ରୋଗକୁ ଧ୍ୟାନ ନ ଦେବା ଓ ଏହାର ଉପଚାର ନ କରିବା ତାହେଲେ ଏହା ପରେ ଗୋଟିଏ ବଡ଼ ରୋଗ ହୋଇକି ବାହାରିବ |

ଆମେ ମାନେ ମଧ୍ୟ ଏହି ରୋଗରୁ ମୁକ୍ତି ପାଇଁ ଅନେକ ସମୟରେ ଔଷଧ ବ୍ୟବହାର କରିଥାଉ | ତେବେ ସବୁବେଳେ ଔଷଧ ର ସେବନ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ |ତେବେ ଆଜି କାଲି ଥଣ୍ଡା, କାଶ ,କଫ ହେବା ପରି ରୋଗ କିଛି ବଡ କଥା ନୁହେଁ ହେଲେ ଏହି ରୋଗରେ ପଡିଲେ ଆମକୁ ଯେଉଁ କଷ୍ଟ ଅନୁଭବ ହେଇଥାଏ,ସେ କଥା କେବଳ ରୋଗରେ ପଡିଥିବା ବ୍ୟକ୍ତି ହିଁ ଜାଣି ଥାନ୍ତି | ତେଣୁ ଏହିସବୁ ରୋଗରୁ ମୁକ୍ତି ପାଇବା ପାଇଁ ଘରେ କରନ୍ତୁ ଏହି ସବୁ ଜିନଷ ର ସେବନ ଦେଖିବେ ମାତ୍ରା କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ର ଏହି ସବୁ ରୋଗ କୁଆଡେ ଗାୟବ ହେଇଯିବ | ତାହେଲେ ଆସନ୍ତୁ ଜାଣିବା ସେ ବିଷୟରେ ଓ ତାହାର ପ୍ରସ୍ତୁତି ବିଷୟରେ|

ଆବଶ୍ୟକୀୟ ଉପକରଣ :-

ଅଦା, ପାନ, ଗୋଲ ମରିଚ,ତୁଳସୀ ପତ୍ର, ଗୁଡ଼ ଓ ମହୁ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆମେ ଗୋଟିଏ ଗଢେଇ ବସାଇ ସେଥିରେ 200 ଏମେଲେ ପାଣି ନେଉ ତାକୁ ଫୁଟାଇବା ଓ ସେଥିରେ କିଛି ଅଦା ନେଇ ତାକୁ ଛୋଟ ଛୋଟ ଖଣ୍ଡ କରିକି ଛେଞ୍ଚି ପକାଇବା | ତାପରେ ସେଥିରେ ଆମେ ବ୍ୟବହାର କରୁଥିବା ପାନ କୁ ଛୋଟ ଛୋଟ ଭାବରେ କାଟି ପକେଇବା , ଆଉ ସେହି ପାଣିକୁ ଫୁଟାଇବା |ତାପରେ ସେଥିରେ ଗୋଲମୋରିଚ ନେଇକି ଗୁଣ୍ଡ କରିକି ପକେଇବା 5-6 ଟି, ତାପରେ ସେଥିରେ 5-7 ଟି ତୁଳସୀ ପତ୍ର ନେଇକି ଧୋଇକି ପକାଇବା | ଓ ସେହି ପାଣିକୁ ଭଲ ଭାବରେ ଫୁଟାଇବା | ଆଉ ଶେଷରେ ଆମେ ଗୁଡ଼ ଗୋଟିଏ ଚାମଚ ପକାଇବା | ଆଉ ସେହି ଗୋଟିଏ ଗ୍ଲାସ ପାଣି ଫୁଟି ଗୋଟିଏ ଅଧା ହେବା ପର୍ଯ୍ୟନ୍ତ ଫୁଟାଇବା | ତାପରେ ସେହି ମିଶ୍ରଣ କୁ କାଢି ଆଣିବା ଓ ତାକୁ କପ କୁ ଛାଣିଦେବା ଓ ଦୁଇ କପ କରିଦେବା | ତାପରେ ସେଥିରେ ମିଶାଇବା ଗୋଟିଏ ଚାମଚ ମହୁ |ତେବେ ଏବେ ଆମର ମିଶ୍ରଣ ପ୍ରସ୍ତୁତ ହୋଇଗଲା |

ବ୍ୟବହାର :-

ଏହି ମିଶ୍ରଣ କୁ ଆମେ ମାନେ ଦିନକୁ ଦୁଇ ଥରେ ଥରେ ସକାଳେ ଆଉ ଥରେ ସାନ୍ଧ୍ୟରେ ଗରମ କରିକି ବ୍ୟବହାର କରିପାରିବା |

ତେବେ ଏହି ଭଳି ଭାବରେ ଆମେ ଯଦି ଏହି ପ୍ରସ୍ତୁତ ମିଶ୍ରଣ କୁ ସେବନ କରିବା ତାହେଲେ ଆମର ଥଣ୍ଡା , ଜ୍ୱର, କାଶ ଓ ବନ୍ଦ ନାକ ଭଳି ସମସ୍ୟାକୁ ଦୂର କରିପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.