Swastik Tv News Odisha

( ଥଣ୍ଡା, ଜ୍ୱର, କଫ, କାଶ ) ଗୋଟିଏ ଦିନରେ ଭଲ ହେବ…ରାମବାଣ ଔଷଧ – Health Tips

0

ଶୀତ ଦିନ ମାନଙ୍କରେ ଥଣ୍ଡାକାଶ , ଛିଙ୍କ ଏବଂ କଫ , ଜ୍ୱର ଭଳି ସମସ୍ୟା ହେବାକୁ ଲାଗେ । ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ପିଡୀତ ହୋଇଥାନ୍ତି । ଏମିତିରେ ବାରମ୍ୱାର ବାହାରର ଔଷଧ ସେବନ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଏହି ସବୁ ଔଷଧର ଅନେକ ସାରା ସାଇଡ୍ ଇଫେକ୍ଟ ମଧ୍ୟ ରହିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ରେମିଡି ପ୍ରସ୍ତୁତି ବିଷୟରେ ଜଣେଇବୁ , ଯାହାର ସେବନ କରିବା ଦ୍ୱାରା ଆପଣଙ୍କର ଥଣ୍ଡା କାଶ ଗଳାରେ ଜମା କଫ , ଛାତିରେ କଷ୍ଟ ଏବଂ ଥଣ୍ଡା ଜନିତ ସମସ୍ତ ସମସ୍ୟାରୁ ଆରାମ ମିଳିବ । ତେବେ ଆସନତୁ ଜାଣିବା ସେହି ଉପଚାର ବିଷୟରେ ।

ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଗୋଲମରିଚ
2. ଲବଙ୍ଗ
3.ସୁଣ୍ଠି ପାଉଡର
4.ତୁଳସୀପତ୍ର
5. କଞ୍ଚାହଳଦୀ
6. ଗୁଜୁରାତି

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ଗୋଟିଏ ପ୍ୟାନ ଗ୍ୟାସ ଉପରେ ବସାନ୍ତୁ , ସେଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ଏବେ ପାଣିକୁ ଅଳ୍ପ ଗରମ କରି ନିଅନ୍ତୁ , ସେଥିରେ 10 ରୁ 12 ଟି ଗୋଲମରିଚକୁ ଗୁଣ୍ଡ କରି ସେଥିରେ ପକାନ୍ତୁ । ଗୋଲମରିଚ ଗଳା ପାଇଁ ବହୁତ ଭଲ ରେମିଡି ଅଟେ ଏବଂ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଆପଣଙ୍କର ଇମ୍ୟୁନିଟି ପାୱାରକୁ ମଜବୁତ କରିଥାଏ । ପରେ ଏଥିରେ ଦୁଇଟି ଲବଙ୍ଗ କୁ ଚୂର୍ଣ୍ଣ କରି ସେଥିରେ ମିଶାନ୍ତୁ , ଲବଙ୍ଗ ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ ହୋଇଥାଏ । ଯାହା କାଶ କାଶ କାରଣରୁ ଗଳାରେ ହେଉଥିବା କଷ୍ଟ ରୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ ।

ଏହାପରେ ଏଥିରେ 1 ଚାମଚ ଜୁଆଣି ମିଶାନ୍ତୁ , ଏଥିରେ ଆଣ୍ଟିବାୟଟିକ ଓ ଆଣ୍ଟିଇଫ୍ଲାମେଟରୀ ଗୁଣ ଭରପୁର ରହିଥାଏ । ଥଣ୍ଡା କାଶ , ଶରାରରୁ କଷ୍ଟ ଏବଂ କଫରୁ ଆପଣଙ୍କୁ ଆରାମ ପ୍ରଦାନ କରିଥାଏ । ଏବେ ଆମେ ଏଥିରେ ମିଶାଇବା ଅଧା ଚାମଚ ସୁଣ୍ଠି ପାଉଡର , ଅଦା ଆମ ଶରୀରର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଭିଟାମିନ ଏବଂ ପ୍ରଟିନ ଅଧିକ ମାତ୍ରା ରେ ମିଳିଥାଏ । ଏବେ ଆମେ ଏଥିରେ 5 ରୁ 6 ଟି ତୁଳସୀ ପତ୍ର ମିଶାଇବା , ତୁଳସୀ ଆଣ୍ଟିବ୍ୟାକ୍ଟେରିଆଲ ହୋଇଥାଏ । ଥଣ୍ଡାକାଶ ଏବଂ କଫରୁ ଆପଣଙ୍କୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ ।

ଏବେ ସେଥିରେ ଏକ ଛୋଟ ଖଣ୍ଡ କଞ୍ଚାହଳଦୀକୁ ଛେଞ୍ଚି ସେଥିରେ ପକାନ୍ତୁ ଏବଂ ଶେଷରେ ଏକ ଚାମଚ ଗୁଡ୍ ଏଡ୍ କରନ୍ତୁ । ପରିଶେଷରେ ସେଥିରେ 2 ଟି ଗୁଜୁରାତିକୁ ଗୁଣ଼୍ଡ କରି ସେଥିରେ ଏଡ୍ କରନ୍ତୁ । ଗୁଜୁରାତି ଆପଣଙ୍କର ବନ୍ଦ ନାକ ଏବଂ ଗଳାରେ ଖସ୍ ଖସ୍ କଷ୍ଟରୁ ବହୁତ ଶୀଘ୍ର ଆରାମ ପ୍ରଦାନ କରିଥାଏ । ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରି ବଏଲ କରି ନିଅନ୍ତୁ , ଏହି କାଢାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ , ଯେତେପର୍ଯ୍ୟନ୍ତ ଏହା ଅଧା ହୋଇ ନଯିବ । ଅଧା ହୋଇଯିବା ପରେ ଗୋଟିଏ ପାତ୍ରକୁ ଢାଳି ଦିଅନ୍ତୁ ।

ସେବନ ପ୍ରଣାଳୀ :-

ଏହି କାଢାକୁ ଯଦି କୌଣସି ବଡ ଲୋକଙ୍କୁ ଦେଉଛନ୍ତି ତେବେ ଦିନ ରେ 3 ଥର 2 ଚାମଚ ଲେଖାଏ ଏହାର ସେବନ କରିପାରିବେ । ଯଦି ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ ଦିନରେ 2 ଥର ଏକ ଚାମଚ ଛୋଟ ପିଲାଙ୍କୁ ଦେଇପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.