Swastik Tv News Odisha

ଦେଖନ୍ତୁ – ଏବେ ଯାଇ ମିଳିଲା ସମୁଦ୍ରରେ ବୁଡିଯାଇଥିବା ଶ୍ରୀକୃଷ୍ଣଙ୍କର “ଦ୍ଵାରିକା” ନଗରୀ (ଭିଡିଓ) ଦେଖି ନଥିବା ଲୋକ ନିଶ୍ଚୟ ଦେଖନ୍ତୁ

0

ବନ୍ଧୁଗଣ ଆମେ ସର୍ବଦା ଆମର ଇତିହାସ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।କାରଣ ବର୍ତ୍ତମାନ ଯାହା ସବୁ ଆମେ ଦେଖୁଚୁ କିମ୍ବା ପୁସ୍ତକ ରେ ଅଧ୍ୟୟନ କରିଛୁ ସବୁକିଛି ଆମର ଇତିହାସ ସହ ଜଡିତ ଅଟେ। ତେବେ ଆମ ଜାଣିଚୁ ଯେ ଆମର ୪ ଟି ଯୁଗ ରହିଛି ତଥା ସତ୍ୟ ଯୁଗ, ଦ୍ୱାପର , ତ୍ରେତୟା ଏବଂ କଳିଯୁଗ। ବର୍ତ୍ତମାନ ଆମେ କଳି ଯୁଗରେ ବାସ କରୁଛୁ। ତେବେ ସବୁ ଯୁଗରେ କିଛି ନା କିଛି କାହାଣୀ ଆମେ ଶୁଣିବାକୁ ପାଇଥାଉ ।ତେବେ ଏହି କାହାଣୀ ପଛରେ ଥିବା ସତ୍ୟତା କୁ ଖୋଜିବାକୁ ଚେଷ୍ଟା କରିଥାନ୍ତି ଆମ ବୈଜ୍ଞାନିକ ମାନେ।

ତେବେ ଦୀର୍ଘ ଦିନର ଗବେଷଣା ପରେ ବୈଜ୍ଞାନିକ ମାନେ ଦ୍ୱାପର ଯୁଗର ଭଗବାନ ଶ୍ରୀକୃଷ୍ଣ ଙ୍କର ଦ୍ଵାରିକା ନଗରୀ କୁ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣ ଙ୍କର ଦ୍ଵାରିକା ନଗରୀ ବିଷୟରେ କେତେକ ରହସ୍ୟମୟ ତଥ୍ୟ ଯାହା ଆପଣ ଆଗରୁ କେବେବି ଜାଣିନଥିବେ।

ଉଲ୍ଲେଖଯୋଗ୍ୟ ଯେ, ପୌରାଣିକ କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଙ୍କର ଦେହାନ୍ତ ପରେ ତାଙ୍କର ଏହି ମହାନଗରୀ ସମୁଦ୍ର ତଳେ ଲିନ ହୋଇଯାଇଥିଲା। ତେବେ କୁହାଯାଏ କି ଭଗବାନ ଶ୍ରୀକୃଷ୍ଣ ଙ୍କୁ ମୃତ୍ୟୁ ର ୩୬ ସହ ବର୍ଷ ପରେ ତାଙ୍କର ନଗରୀ ସମୁଦ୍ରରେ ଲୀନ ହୋଇଥିଲା। ତେବେ ଏହାପଛ ରେ ମଧ୍ୟ ଦୁଇଟି କାରଣ ରହିଛି ପ୍ରଥମ କାରଣ ଥିଲା କି, ମାତା ଗାନ୍ଧାରୀ ଙ୍କର ଶ୍ରୀକୃଷ୍ଣ ଙ୍କୁ ଦେଇଥିବା ଅଭିଶାପ ଯୋଗୁଁ ଏବଂ ଦ୍ୱିତୀୟ କାରଣ ଟି ହେଉଛି ଭଗବାନ ଶ୍ରୀକୃଷ୍ଣ ଙ୍କର ପୁତ୍ର ଙ୍କୁ ମହାରୁଷି ଦେଇଥିବା ଅଭିଶାପ ଯୋଗୁଁ ଦ୍ଵାରିକା ନଗରୀ ସମୁଦ୍ରରେ ଲୀନ ହୋଇଯାଇଥିଲା ବୋଲି ।

କେହି କେହି ଏପରି ମଧ୍ୟ କୁହନ୍ତି କି, ମହାଭାରତ ଯୁଦ୍ଧ ପରେ ଶ୍ରୀକୃଷ୍ଣ ଙ୍କର ପରମ ସଖା ଅର୍ଜ୍ଜୁନ ଯଦୁ ବଂଶ ର ସମସ୍ତ ସ୍ତ୍ରୀ ଏବଂ ଦ୍ଵାରିକା ବାସୀ ଙ୍କୁ ହସ୍ତୀନାପୁରୀ କୁ ନେଇ ଆସିଥିଲେ।ତେଣୁ ଦ୍ଵାରିକା ନଗରୀ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ତେବେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଧର୍ମ ର ଭଗବାନ ବୋଲି କୁହାଯାଏ। ସେ ସହସ୍ର ଗୋପୀ ଙ୍କ ସହ ଲୀଳା କୁରୁଥିବା ସତ କିନ୍ତୁ ସମାଜ ରେ ନ୍ୟାୟ ଓ ଧର୍ମର ପ୍ରତିଷ୍ଠା ପାଇଁ ଏକ ଉଦାହରଣ ଅଟନ୍ତି।

ତେବେ ପ୍ରାୟ ହଜାର ହଜାର ବର୍ଷ ପରେ ବୈଜ୍ଞାନିକ ମାନେ ଦ୍ଵାରିକା ନଗରୀ କୁ ଖୋଜି ପାଇବାରେ ସାମର୍ଥ୍ୟ ହୋଇଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ସମୁଦ୍ର ମଧ୍ୟରେ ପ୍ରାୟ ୧୦୦ ଫୁଟ ପାଣି ତଳେ ରହିଥିବାର ଠାବ କରାଯାଇଛି। ତେବେ ଏତେ ଦିନ ଧରି ଏହା ଅଦୃଶ୍ୟ ଥିବା ବେଳେ ବର୍ତ୍ତମାନ ଏହା ଦେଖିବାକୁ ମିଳିଛି। ତେବେ ବୈଜ୍ଞାନିକ ମାନେ ଏହାର ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.