Swastik Tv News Odisha

ଦେଖନ୍ତୁ ଏହି ଛାତିଥରା ଭି଼ଡିଓ : ମୃତ୍ୟୁ ପାଇଁ କେମିତି ଛାତି ଫଟେଇ କାନ୍ଦୁଛନ୍ତି Ollywood କମେଡିଆନ୍ ସୁମନ୍..ପୁରା ଭିଡିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ…

0

ଓଡ଼ିଆ ଅଭିନୟ ଜଗତରେ ଜଣେ ଉଜ୍ଜ୍ବଳିତ ତାରକା ଥିଲେ ବରିଷ୍ଟ ଅଭିନେତା ମିହିର ଦାସ। ଯାହାଙ୍କ ବିୟୋଗରେ ସ୍ତବ୍ଧ ସାରା ଓଡ଼ିଶା ଏବଂ ଅଗଣିତ ସିନେ ପ୍ରେମୀ। କାରଣ ଜଣେ ଭେଟେରାନ୍‌ ଅଭିନେତା ଭାବରେ ସାରା ଓଡିଶାରେ ପରିଚିତ ଥିଲେ ଓଲିଉଡ ଅଭିନେତା ମିହିର ଦାସ। ଏବେ ତାଙ୍କର ପରଲୋକରେ ସାରା ରାଜ୍ୟ ଯେମିତି ସ୍ତବ୍ଧ ହୋଇ ଯାଇଛି। ମିହିର ଦାସଙ୍କ ଏପରି ଅକାଳ ବିୟୋଗ ର ଖବରକୁ ବିଶ୍ବାସ କରି ପାରୁନାହାନ୍ତି ଅଗଣିତ ସିନେ ପ୍ରେମୀ ଏବଂ ରାଜ୍ଯ ବାସୀ। ଆପଣ ଜାଣିଛନ୍ତି ହୃଦଘାତର ଶିକାର ହୋଇ ଗତ କିଛିଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବର୍ଷୀୟାନ ଓଡିଆ କଳାକାର ମିହିର ଦାସଙ୍କ ପରଲୋକ ଘଟିଛି।

ଯାହା ଓଡ଼ିଆ ସିନେମା ଜଗତରେ ସୃଷ୍ଟି କରିଛି ଏକ ଅପୂରଣୀୟ କ୍ଷତି। ମାତ୍ର ୬୩ ବର୍ଷ ବୟସ ରେ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି ଏହି ଭେଟରାନ ଅଭିନେତା ଜଣଙ୍କ।ଆପଣ ଜାଣିଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅବଦାନ ଅନେକ ରହିଛି। ତାଙ୍କର ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ଗାର୍ଡ ଅଫ୍ ଅନର୍ ସହ ଶେଷକୃତ୍ୟ ମଧ୍ୟ ସମ୍ପନ୍ନ କରା ଯାଇଛି।ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତା ଭାବରେ ମିହିର ଦାସ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ସେ ଏପରି ଜଣେ କଳାକାର ଥିଲେ ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି।

ଆପଣ ତ ଜାଣିଛନ୍ତି ଭାରି ନିଆରା ଏବଂ ଜୀବନ୍ତ ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ବ୍ୟକ୍ତିତ୍ଵ ର ଅଧିକାରୀ ଅଟନ୍ତି। ତାଙ୍କର ଅଗଣିତ ପ୍ରସଂଶକ ମାନେ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ କଳାକାର ମିହିର ଦାସ୍ ଙ୍କ ସହିତ ତାଙ୍କର ସ୍ମୃତିକୁ ମନେ ପକାଇଛନ୍ତି ଏବଂ ଦୁଃଖ ପ୍ରକାଶ କରିଛନ୍ତି। ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡିର ଲୋକପ୍ରିୟ ହାସ୍ୟ ଅଭିନେତା ସୁମନ୍ ମଧ୍ଯ ମିହିର ଦାସ ଙ୍କ ବିୟୋଗରେ ବହୁତ୍ ଦୁଃଖ ପ୍ରକାଶ କରିଛନ୍ତି ଏବଂ ସେ ଏହାକୁ ନେଇ ଭାଙ୍ଗି ପଡ଼ିଛନ୍ତି।

ସତେ ଯେମିତି ଅନ୍ୟ ମାନଙ୍କ ଭଳି ସିଏ ବି ଏହି ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାଁନ୍ତି। ସୁମନ କହିଛନ୍ତି ଅଭିନୟ ଜୀବନରେ ତାଙ୍କ ଠାରୁ ଅନେକ କିଛି ଶିଖିବାକୁ ମିଳିଛି। ସବୁବେଳେ ସେ ସାନ୍ତ୍ଵନା ଦିଅନ୍ତି, ବୁଝନ୍ତି ଏବଂ ଆଗକୁ ବଢିବା ପାଇଁ ପ୍ରେରଣା ଦିଅନ୍ତି। ତାଙ୍କ ଭଳି କଳାକାର ମିଳିବା ବହୁତ୍ କଷ୍ଟ। ତାଙ୍କ ବିନା ଓଡ଼ିଆ ସିନେମା ଜଗତର ଅସ୍ତିତ୍ବ କିଛି ନାହିଁ। ଏହିଭଳି ଜଣେ ଅଭିଜ୍ଞ, ଦରଦୀ ମଣିଷ ଏବଂ କଳାକାର କୁ ହରାଇ ଆମେ ସମସ୍ତେ ଦୁଃଖିତ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.