Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ଆଜିକାଲିର ଦୁନିଆରେ ନିଜ ଛଡା ଅନ୍ୟ ବିଷୟରେ ଚିନ୍ତା କରିବା ପାଇଁ କାହା ପାଖରେ ସମୟ ନାହିଁ, ଥରେ ଦେଖନ୍ତୁ ତ ଏ ଦୃଶ୍ୟକୁ ଆଖିରୁ ଲୁହ ଆସିଯିବ…

0

ସ୍ରଷ୍ଟାଙ୍କ ସୃଷ୍ଟି ବଡ଼ ବିଚିତ୍ର ଅଟେ। କାହାକୁ କେଉଁ ଭଳି ଭାବରେ ଗଢ଼ି ଥାଆନ୍ତି କେହି ମଧ୍ୟ କହି ପାରନ୍ତି ନାହିଁ। ଦୁନିଆରେ ଦିବ୍ୟଙ୍ଗ ଲୋକ ବା ଛୁଆ ବହୁତ ରହିଛନ୍ତି। କେହି ଅନ୍ଧ ହୋଇଥିବା ବେଳେ, ଆଉ କେହି କଥା କହି ପାରୁ ନଥାଏ କି ଚାଲି ମଧ୍ୟ ପାରୁ ନଥାଏ। ଯାହାକୁ ଦେଖିବା ମାତ୍ରେ ବହୁତ ଦୁଃଖ କଷ୍ଟ ଲାଗିଥାଏ। ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ମହିଳା ନିଜ ଛୁଆକୁ ଧରି ଜିଲ୍ଲାପାଳଙ୍କ ନିକଟକୁ ସାହାଯ୍ୟ ପାଇଁ ଆସିଥିଲେ କିନ୍ତୁ ସେଠାରୁ ନିରାଶ ହୋଇ ଫେରି ଯାଇଥିଲେ ବୋଲି ସୂଚନା ମିଳିଛି। ଏଭଳି ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ବୋଲଗଡ଼ ବ୍ଲକ ମଙ୍ଗଳ ସାହି ଗ୍ରାମରେ ଶାନ୍ତିଲତା ନାମକ ଜଣେ ମହିଳାଙ୍କ ଘର, ବଳରାମ ସାହୁ ନାମକ ତାଙ୍କର ଗୋଟେ ମାତ୍ର ପୁତ୍ର ସନ୍ତାନ ରହିଛି ଓ ଯାହାର ବୟସ ମାତ୍ର ୭ ବର୍ଷ ଅଟେ। ସେ ଛୋଟ ବେଳୁ ଦିବ୍ୟଙ୍ଗ ଅଟେ, ସେ ଚାଲି ପାରେ ନାହିଁ କି କଥା ମଧ୍ୟ କହେ ନାହିଁ। ଦୁଃଖ, କଷ୍ଟରେ ମହିଳାଟି ଛୁଆକୁ ଧରି ଜୀବନ ଅତି ବାହିତ କରୁଥାଏ। ତେବେ ପିଲାଟିର ଚିକିତ୍ସା ହେବା ପାଇଁ ମହିଳା ଜଣଙ୍କ ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଗୁହାରି କରିବା ପାଇଁ ଆସିଥିଲେ। ସେଠାରେ ପିଲାଟିକୁ ଚଟାଣ ଉପରେ ଶୁଆଇ ଦେଇ, ଆସି ଦେଖନ୍ତି ଯେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟ କର୍ମ ଚାଲିଛି।

ଜିଲ୍ଲାପାଳଙ୍କ ଅଭିଯୋଗ କାର୍ଯ୍ୟ କର୍ମ ଶୁଣିବା ପାଇଁ ସେଠାକୁ ଆସି ଥିବା ଲୋକ ମାନେ ବା ପୋଲିସ କର୍ମଚାରି ମାନେ ବସିଥିଲେ। ସେଠାରେ ଥିବା ବ୍ୟକ୍ତି କେହି ଫୋନରେ କଥା ବାର୍ତ୍ତା ହେବା ସହିତ ଆଉ କେହି ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବେ ସେହି ବିଷୟରେ ଭାବୁ ଥାଆନ୍ତି କିନ୍ତୁ ଛୁଆଟି ଉପରେ ଯେମିତି କାହାର ବି ନଜର ପଡୁନଥିଲା। ମହିଳା ଜଣଙ୍କ ଯେତେ ଅନୁରୋଧ କରିଲେ ସୁଦ୍ଧା ତାଙ୍କର କଥା କେହି ହେଲେ ବି ଶୁଣି ନଥିଲେ। ଦିବ୍ୟଙ୍ଗ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ପ୍ରକାରର ସାହାଯ୍ୟ ରହିଛି ବୋଲି ମହିଳା ଜଣଙ୍କ ଜାଣି ନପାରି ଛୁଆଟିକୁ ଧରି ଖାଲି ହାତରେ ଘରକୁ ଫେରି ଯାଇଥିଲେ। ତେବେ ବନ୍ଧୁଗଣ ଆପଣ ମାନେ ଯଦି ଏହି ଦୁଃଖୀ ମହିଳାଟିର ଦୁଃଖ ଶୁଣିବେ, ତା’ ହେଲେ ସେ ନିଶ୍ଚୟ କିଛି ସାହାଯ୍ୟ ପାଇବେ ବୋଲି ଆଶା କରା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.