Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଏମିତି ବୋହୂ କାହାକୁ ନ ମିଳୁ ! ଟିକିଏ ଛୋଟିଆ ଭୁଲ ପାଇଁ ଶାଶୁକୁ ଗୋଇଁଠା ମାରି ଦରମାରା କଲା ବୋହୂ, 2 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ବର୍ତ୍ତମାନ ସମାଜରେ ସୋସିଆଲ ମିଡିଆ ଜରିଆରେ ଲୋକମାନେ ଘରେ ରହି ସମସ୍ତ ଘଟଣା ସମ୍ପର୍କରେ ଅବଗତ ହୋଇ ପାରୁଛନ୍ତି । ପ୍ରତିଦିନ କିଛି ନା କିଛି ଘଟଣା ନିଶ୍ଚୟ ଦେଖିବାକୁ ମିଳୁଛି , ସେ ହତ୍ୟା ହେଉ ବା ଡକାୟତି ବା ଚୋରୀ ଏମିତି ଅନେକ ପ୍ରକାର ଘଟଣା ସମାଜରେ ଘଟୁଛି । ପରିବାର କ୍ଷେତ୍ରରେ କହିଲେ ପରିବାର ସଦସ୍ୟ ଅର୍ଥାତ୍ ବାପା ପୁଅ ବା ସ୍ୱାମୀ ସ୍ତ୍ରୀ ବା ଶାଶୁ ବହୂଙ୍କ ମଧ୍ୟରେ ପ୍ରତିଦିନ ଝଗଡା ହେଉଥିବାର ଆପଣ ମାନେ ନିଶ୍ଚୟ ଶୁଣିଥିବେ । ମାତ୍ର ଏହି ସାମାନ୍ୟ ଝଗଡାରୁ ସୃଷ୍ଟି ହୋଇଥାଏ ମହାଭାରତ ଏବଂ ସେହି ଯୁଦ୍ଧରେ ବାପା କିମ୍ୱା ପୁଅ ବା ବହୂ ଯିଏବି ହେଉନା କାହିଁକି ତାଙ୍କୁ ପ୍ରାଣ ହରାଇବାକୁ ପଡିଥାଏ ।

କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହା ଆପଣଙ୍କୁ ଚକିତ କରିଦେବ । ତେବେ ଘଟଣାଟି ହେଉଛି ଜଣେ ବହୂ ନିଜ ଶାଶୁ କୁ ଅତି ନିର୍ମମ ଭାବରେ ମାରି ଚାଲିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ବରପାଲି ଗ୍ରାମରେ । ସେମାନଙ୍କ ପରିବାର କହିଲେ ସର୍ବମୋଟ ଦୁଇ ଜଣ ସଦସ୍ୟ ଅଟନ୍ତି , ଶାଶୁ ଏବଂ ବହୂ କିନ୍ତୁ ପରସ୍ପର କେହି କାହାର ମୁହଁ ଚାହିଁବାକୁ ନାରାଜ ଅଟନ୍ତି ।

ଗତ କିଛି ଦିନ ହେବ ବହୂ ତାର ଶାଶୁକୁ ନିର୍ଜାତନା ଦେଇ ଆସୁଛି କିନ୍ତୁ ସେ ଗୋଟିଏ ଦିନ ବୃଦ୍ଧ ଶାଶୁକୁ ବିଧା ଚାପୁଡା ଓ ଗୋଇଠା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ଅନେକ ଦିନ ତାଙ୍କୁ ଭୋକ ଉପାସରେ ମଧ୍ୟ ଦିନ କାଟିବାକୁ ପଡେ । ବହୂ ନିଜ ଗର୍ବ ଓ ଅହଂକାର ରେ ଏତେ ମାତ୍ରାରେ ଅନ୍ଧ ହୋଇଯାଇଛି ଯେ ତାଙ୍କୁ ମଣିଷ ଭଳି ଖାତିର କରୁ ନାହାନ୍ତି । ନିଜ ରାଗ ସୁଝିବାକୁ ଯାଇ ତାଙ୍କ ଉପରେ ନିଜ ବଳ ମୁତାବକ ମାରି ଚାଲିଛନ୍ତି । ତାଙ୍କ ସ୍ୱାମୀ ଓ ପୁଅର ମୃତ୍ୟୁ ପରେ ବହୂ ଶାଶୁଙ୍କୁ ଘରୁ ବାହାର କରିଦେଇଛନ୍ତି ଏବଂ ଶାଶୁ ଯେତେ କାକୋତି ମିନିତି କଲେ ମଧ୍ୟ ବହୂ ତାଙ୍କୁ ଘରେ ପୂରେଇ ଦେଉ ନାହାନ୍ତି ।

ବର୍ତ୍ତମାନ ସମୟରେ ବୃଦ୍ଦା ଜଣକ ବହୂର ନିର୍ଜାତନା ସହି ନପାରି ନିଜ ଝିଅ ଘରେ ଆଶ୍ରୟ ନେଇଛନ୍ତି । ଏନେଇ କିଛି ଦିନ ପୂର୍ବରୁ ଶାଶୁ ଜଣକ ବଲାଙ୍ଗୀର ଥାନା ଟାଉନରେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ବୃଦ୍ଧା ଜଣଙ୍କ ଅଭିଯୋଗ ଏହାକି ଏନେଇ ପୋଲିସ ପ୍ରସାଶନ ଉଚ୍ଚ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ତାଙ୍କୁ ଏନେଇ ନ୍ୟାୟ ମିଳୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Comments are closed.