Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ନାଇଟ ପାର୍ଟି ଚାଲିଥିଲା -ହଠାତ ପଶି ଆସିଲା ସିଂହ, ଆଉ ତା’ପରେ ସିକ୍ୟୁରିଟ୍‌ଗାର୍ଡ ଯାହା କଲେ-ଦେଖିଲେ ଆଶ୍ଚର୍ଯ୍ୟ ହେବେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖି ବାକୁ ମିଳୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଭୟାରଣ୍ୟ ମାନ ରହିଛି ଓ ସେଥିରେ ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖିବା ସହିତ ସେମାନଙ୍କୁ ବଣ, ଜଙ୍ଗଲରେ ମଧ୍ୟ ଦେଖି ବାକୁ ମିଳିଥାଏ। ଏମାନଙ୍କୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ। ସେମାନେ ବେଳେ ବେଳେ ରାସ୍ତା ଘାଟରେ ଯିବା ଆସିବା କରି ଥାଆନ୍ତି। ସେମାନଙ୍କ ସହ ଯେଉଁ ମାନେ ଲାଗି ଥାଆନ୍ତି, ସେମାନେ କାହାରିକୁ ମଧ୍ୟ ଛାଡନ୍ତି ନାହିଁ ଓ ସେମାନଙ୍କ ସହ ଯେଉଁ ମାନେ ଲାଗନ୍ତି ନାହିଁ ସେମାନେ କାହାରି କୌଣସି କ୍ଷତି କରନ୍ତି ନାହିଁ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ମାତ୍ରାରେ ଭୟ ଭିତ ହୋଇଯିବେ। ତେବେ ଘଟଣାଟି ହେଉଛି, ଗୋଟେ ହୋଟେଲରେ ପାର୍ଟି ଚାଲିଥିବା ସମୟରେ ହଠାଥ ସିଂହଟି ପାର୍ଟି ଭିତରକୁ ପଶି ଆସିଛି ବୋଲି ସୂଚନା ମିଳିଛି। ଯାହାକୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଗୁଜୁରାଟର ଜୁନାଗଡ଼ର ହୋଟେଲରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଏହି ସହର ବିଭିନ୍ନ ନୃତ୍ୟ ଓ ଚିତ୍ର ଶିଳ୍ପ ପାଇଁ ପ୍ରସିଦ୍ଧ ହେବା ସହିତ ସିଂହ ସଫାରି ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ ଅଟେ। ଏହି ଜୁନାଗଡ଼ର ଜଙ୍ଗଲ ମାନଙ୍କରେ ଏସୀୟ ସିଂହ ମାନେ ବହୁତ ମାତ୍ରାରେ ଦେଖା ଯାଇ ଥାଆନ୍ତି। ସେଠାରେ ସବୁବେଳେ ରାସ୍ତା ଉପରେ ସିଂହ ମାନେ ଯିବା ଆସିବା କରି ଥାଆନ୍ତି ଓ ଲୋକ ମାନେ ମଧ୍ୟ ତାଙ୍କୁ ଦେଖି ଥାଆନ୍ତି, କିନ୍ତୁ କୌଣସି କାହାର ବି କ୍ଷତି କରନ୍ତି ନାହିଁ। ସେଠାରେ ଥିବା ଏକ ହୋଟେଲରେ ପାର୍ଟି ଚାଲିଥିଲା, ଓ ସେହି ହୋଟେଲକୁ ଜଣେ ବ୍ୟକ୍ତି ସିକ୍ୟୁରୀଟି ଗାର୍ଡ ଭାବରେ ଜଗି ରହିଥିଲେ।

ତେବେ ପାର୍ଟି ଚାଲିଥିବା ସମୟରେ ସିଂହଟି ରାସ୍ତା ପାର ହୋଇ ହଠାଥ ପାର୍ଟି ଭିତରକୁ ଚାଲି ଆସିଥିଲା। ଏହା ଦେଖି ସେଠାକାର ଲୋକ ମାନେ ବହୁତ ଭୟ ଭିତ ହୋଇ ଯାଇଥିଲେ ଓ ଦୌଡା ଦୋୖଡି ହୋଇ ପାର୍ଟି ଛାଡି ଚାଲି ଯାଇଥିଲେ। ସେଠାରେ ଥିବା ସେହି ସିକ୍ୟୁରୀଟି ଗାର୍ଡ ଜଣଙ୍କ ନିଜ ଜୀବନ ବଞ୍ଚାଇ ବାକୁ ସିକ୍ୟୁରୀଟି କ୍ୟାବିନ ଭିତରକୁ ପଶି ଯାଇଥିଲେ। ସେଠାରେ କିଛି ସମୟ ସିଂହଟି ବୁଲା ବୁଲି କରି ପଳାଇ ଯାଇଥିଲା। ଏହି ଘଟଣାଟି ସେଠାରେ ଥିବା ସିସିଟିଭି ଫୁଟେଜରେ କଏଦ ହୋଇ ରହିଥିଲା। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.