Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ବୟ Trailokya Ray, ଅମିକ୍ରନ କୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ…

0

ଅନେକ ସମୟରେ ଆପଣ ମାନେ କୁନି ପିଲା ମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।ଏହା କିଭଳି ଭାବରେ ଆପଣ ମାନଙ୍କୁ ଖୁସି ଦେଇଥାଏ ତାହା ମଧ୍ୟ ଆପଣ ଅନୁଭବ କରି ପାରୁଥିବେ। ସେମାନଙ୍କ କଥାରେ ଏକ ଅଲଗା ପ୍ରକାରର ଭାବନା ରହିଥାଏ ଯାହା ଶୁଣିବା ଲୋକଙ୍କୁ ବହୁତ୍ ଖୁସି ଦେଇଥାଏ। ସେମାନଙ୍କ କଥା ମଜାଳିଆ ବା କୌତୁକିଆ ହୋଇଥିବା କାରଣରୁ ଏହା ଅନେକାଂଶରେ ଲୋକଙ୍କ ପସନ୍ଦ ପାଲଟି ଯାଇଥାଏ। ସେମାନଙ୍କୁ ଶୁଣିବା ପାଇଁ ସମସ୍ତେ ଆଗଭର ହୋଇ ଥାଆନ୍ତି ଏବଂ ବାରମ୍ବାର ଶୁଣିଲେ ବି ଏକ ଅଜଣା ଖୁସି ପାଇଥାନ୍ତି। ତେବେ ବିଭିନ୍ନ ସମୟରେ କୁନି ପିଲା ମାନଙ୍କର ଏହିଭଳି ଅନେକ ଭିଡିଓ ଲୋକଲୋଚନକୁ ଆସିବାର ଦେଖାଯାଏ।

ଆଉ ସେହି ସବୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ତେବେ ସେହିପରି ଏକ ଭିଡିଓ ପୁଣି ସାମ୍ନାକୁ ଆସିଚି ଯାହା ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଏବେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ତାହା ହେଉଛି ଓଡ଼ିଶାର ବେଶ୍ ଜଣାଶୁଣା ବାଳକ ତ୍ରୈଲୋକ୍ୟ ରାୟ ଙ୍କ ଭିଡିଓ।ସେ କେତେ ପରିଚିତ ତାହା ତ ଆପଣ ଜାଣିଥିବେ। ଅନେକ ସମୟ ରେ ତାଙ୍କର କିଛି ଏମିତି ଭିଡିଓ ଏବଂ ସଚେତନତା ବାର୍ତ୍ତା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ପସନ୍ଦ ଆସିବା ସହିତ ବେଶ୍ ଭାଇରାଲ ହୋଇଛି।

ତାଙ୍କର ଯେଉଁ ଭିଡିଓ ଏବେ ସାମ୍ନାକୁ ଆସିଛି ଏହି ଭିଡ଼ିଓରେ ସେ ଆସୁଥିବା ଭୟଙ୍କର ଓମିକ୍ରନ ଭାଇରସ କୁ ନେଇ ଲୋକଙ୍କୁ ସଚେତନ କରିବକୁ ବାର୍ତ୍ତା ଦେଇ ଛନ୍ତି। ତାଙ୍କ ଶୈଳୀରେ ସେ କହୁଛନ୍ତି ମୁଁ କଣ ଶୁଣିଲି ଓମିକ୍ରନ ମାଡ଼ି ମାଡି ଆସୁଛି। ସାରା ଦେଶକୁ ଗତି କରି ଗଲାଣି। ଏହାପରେ ସେ ଏକ ଗୀତ ମାଧ୍ୟମରେ କହିଛନ୍ତି ଯେ ଆମେ ସବୁ ରହିଲେ ସଚେତନ, ହେବ ନାହିଁ ଲକ ଡାଉନ୍, ହାରିଯିବ ଓମିକ୍ରନ, ନିରାପଦ ହେବ ଆମ ଜୀବନ। ତେଣୁ ଆପଣମାନେ ସରକାରଙ୍କ ନିୟମ ମାନନ୍ତୁ, ମାଷ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ହାତ ଧୁଅନ୍ତୁ। ଏହା କହି ସେ ଶେଷରେ କହୁଛନ୍ତି ଯେ ରହିଲି ଜୟ ଜଗନ୍ନାଥ।

ତେବେ ଆପଣ ଏହି ଭିଡିଓ ଟି ଦେଖନ୍ତୁ ଏବଂ ଦେଖିଲା ପରେ ଏହା ଜାଣି ପାରିବେ ଯେ ପିଲାଟି ର ଚିନ୍ତାଧାରା କିପରି ରହିଛି ସମାଜ ପାଇଁ ଏବଂ ଲୋକଙ୍କ ଭବିଷ୍ୟତ ପ୍ରତି। ଏପରି ଗଭୀର ଭାବନା ଏବଂ ଚିନ୍ତାଶକ୍ତି ପାଇଁ ନିଶ୍ଚୟ ସମସ୍ତେ ତାକୁ ଆଶିର୍ବାଦ ଦେବା ସହିତ ପ୍ରଶଂସା କରିବେ। ଏହାଛଡ଼ା ସମସ୍ତେ ମିଶି ଆସୁଥିବା ଏହି ଓମିକ୍ରନ ବିରୋଧରେ ଲଢେ଼ଇ କରିବେ ଏବଂ ସଚେତନ ହେବେ। ତେବେ ପିଲାଟିର ଏହିଭଳି କଥା ଶୁଣି ଏବଂ ଭିଡିଓ ଟିକୁ ଦେଖି ଅନେକ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି ଏବଂ ବହୁତ୍ ଖୁସି ମଧ୍ଯ ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.