Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଶୂନ ଶାନ ରାସ୍ତାରେ ମହିଳା ଯାଉଥିବା ସମୟରେ ମୁଣ୍ଡ କାଟି ନେଲେ, ଆଉ ତା’ ପରେ….

0

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ପାଟବିଲ ପଞ୍ଚାୟତ ଅନ୍ତର୍ଗତ ବାଲିଭୁଳ ଗ୍ରାମର ହାଟ ପଡିଆରୁ ରବିବାର ଦିନ ସକାଳେ ଜଣେ ବୃଦ୍ଧାଙ୍କର ମୁଣ୍ଡ ବିହୀନ ଶରୀର କୁ ଜବତ୍ କରିଛି ପୋଲିସ । ଏ ପର୍ଯ୍ୟନ୍ତ ଏହି ଘଟଣାରେ ପୋଲିସ କାହାକୁ ଗିରଫ କରି ନଥିବା ବେଳେ ସନ୍ଦେହରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛନ୍ତି । ସେପଟେ ହୁଏତ ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । ମିଳିଥିବା ସୂଚନା ଅନୁଯାୟୀ ବାଲିଭୋଳ ଗ୍ରାମର ସର୍ଗତଃ ଚୈତନ୍ୟ ହାଜଦାଙ୍କ ସ୍ତ୍ରୀ ଯମୁନା ହାଜଦା ନିକଟସ୍ଥ ହାଟ ପଡିଆକୁ ଯାଇଥିଲେ । ହେଲେ ଏହା ପୂର୍ବରୁ ସେଠାକୁ ଯମୁନାର ପୁଅ ଲକ୍ଷ୍ମଣ ହାଜଦା ଓ ତାଙ୍କ ବହୂ ଚଣାଭଜା ଦୋକାନ ନେଇ ହାଟରେ ବସିଥିଲେ ।

ତେଣୁ ଯମୁନା ହାଟକୁ ଯାଇଥିବା ବେଳେ ତାଙ୍କ ପୁଅ ନିକଟରୁ 10 ଟଙ୍କା ମାଗି ନେଇଥିଲେ ଏବଂ ଉକ୍ତ ହାଟରେ ହାଣ୍ଡିଆ ଏବଂ ରସି ବିକ୍ରୟ ହେଉଥିବା ଯୋଗୁଁ ଯମୁନା କିଛି ନିଶା ଖାଇ ନିଶାଶକ୍ତ ଅବସ୍ଥାରେ ହାଟର ଗୋଟିଏ ପାଶ୍ୱରେ ପଡି ରହିଥିଲେ । ତେବେ ହାଟ ସରିବା ପରେ ମଧ୍ୟ ଯମୁନା ଘରକୁ ଯାଇ ନଥିବା ଦେଖି , ପୁଅ ବହୂ ତାଙ୍କ ନିକଟକୁ ଆସି ଯେତେ ଉଠାଇବାକୁ ଚେଷ୍ଟା କରି ଥିଲେ ମଧ୍ୟ ବିଫଳ ହୋଇଥିଲେ । ଏପରିକି ମୁଁ ଘରକୁ ପରେ ଯିବି କହି ଯମୁନା ସେଠାରେ ରାତିଯାକ ପଡି ରହିଥିଲା । କିନ୍ତୁ ତା ପର ଦିନ ସକାଳେ ଲକ୍ଷ୍ମଣ ଖବର ପାଇଁ ଘଟଣା ସ୍ଥଳକୁ ଯିବାରୁ ନିଜ ମାର ମୁଣ୍ଡ ନଥିବା ଶରୀର ଦେଖିବାକୁ ପାଇଥିଲା ।

ପରେ ଖବର ପାଇଁ କରଞ୍ଜିଆ ଥାନା ଆଇଆଇସି ରଞ୍ଜନ କୁମାର ସେଠି ଓ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଲ ସଦଳ ବଳେ ଘଟଣା ସ୍ଥଳକୁ ଯାଇ ବୃଦ୍ଧାର ମୁଣ୍ଡ ବିହୀନ ଶରୀରକୁ ଯବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅନୁସନ୍ଧାନ ଜାରି ରଖିଥିଲେ । ଏହାପରେ ବାରିପଦାରୁ ଏକ ସାଇନଣ୍ଟିଫିକ୍ଟିନ ସହ ସନ୍ଧାନୀ କୁକୁର ଘଟଣା ସ୍ଥଳକୁ ଆସି ଅନୁସନ୍ଧାନ କରିଥିଲେ ମଧ୍ୟ ପୋଲିସ ହାତରେ କୌଣସି ସୁରାକ ମିଳି ନଥିଲା । ସେପଟେ ଲକ୍ଷ୍ମଣର ସୂଚନା ଅନୁଯାୟୀ ଗତ ଏକ ସପ୍ତାହ ପୂର୍ବରୁ ନିକଟସ୍ଥ ଜାମୁଆଳିଆ ଗ୍ରାମ କୁ ଏକ ସୁଦ୍ଧିକ୍ରିୟା କାମକୁ ବୃଦ୍ଧା ଯାଇଥିବା ସମୟରେ ସେଠାରେ କିଛି ଲୋକଙ୍କ ସହ ତାଙ୍କର ଝଗଡା ହୋଇଥିଲା ।

ଗତ ତିନି ଚାରି ଦିନ ପୂର୍ବରୁ ବୃଦ୍ଧାଙ୍କୁ ଅନ୍ଧାରରେ କେତେକ ବ୍ୟକ୍ତିମାନେ ଆକ୍ରମଣ କରିଥିଲେ । ତେଣୁ ପୁଅ ଲକ୍ଷ୍ମଣ ର ବୟାନକୁ ଭିତ୍ତି କରି ପୋଲିସ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛନ୍ତି । କରଞ୍ଜିଆ ଥାନାରେ 177 ବାଏ 21 ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.