Swastik Tv News Odisha

ଦେଖନ୍ତୁ ଭିଡ଼ିଓ – ସାମାନ୍ୟ କଥାକୁ ନେଇ ନିଜ ବୁଢୀ ମା’କୁ ଶକ୍ତ ଚାପୁଡ଼ା ମାରିଲା ପୁଅ, ଘଟଣାସ୍ଥଳରେ ବୃଦ୍ଧାଙ୍କର ହେଲା ମୃତ୍ୟୁ, ଆଉ ତା’ ପରେ….

0

ମାଆ ଶବ୍ଦଟି ଏକ ନିଆରା ଶବ୍ଦ ଅଟେ। ଏହି ଶବ୍ଦରେ ସୁମଧୁରତା ରହିଥାଏ। ଦୁନିଆର ଏମିତି କୌଣସି ଜିନିଷ ନାହିଁ ଯେ, ମାଆ ଭଳି ସ୍ନେହ ଦେଇ ପାରିବ। କାରଣ ମାଆ ସବୁବେଳେ ମାଆ, ସେ ପିଲାର କୌଣସି ଦୁଃଖ କଷ୍ଟକୁ ଦେଖି ପାରେନା। ସେ ନିଜେ ନଖାଇ ତାର ପିଲାକୁ ଖାଇବାକୁ ଦେଇଥାଏ। ନିଜ ପିଲା ପ୍ରତି ଯଦି କୌଣସି ବି ବିପଦ ମାଡି ଆସି ଥାଏ, ମାଆ ନିଜେ ହିଁ ସେ ସବୁ ଦୁଃଖ ନେଇ ଯାଇ ଥାଏ। ମାଆ ତାର ଛୁଆ ପାଇଁ କିଛି ବି କରି ପାରେ, ଏମିତିକି ନିଜ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ରହିଥାଏ। ଯେକୌଣସି ପରିସ୍ଥିତିକୁ ସାମନା କରି ନିଜ ଛୁଆର ଜୀବନ ବଞ୍ଚାଇ ଥାଏ। କିନ୍ତୁ ସେହି ପିଲା ବଡ଼ ହୋଇଗଲେ, ନିଜ ମାଆର ମୂଲ୍ୟ ବୁଝି ପାରନ୍ତି ନାହିଁ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇଯିବେ। ତାହା ହେଉଛି ପୁଅ ନିଜ ମାଆକୁ ମାରି ଥିବାରୁ ମାଆର ମୃତ୍ୟୁ ହୋଇ ଯାଇଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ ଘଟଣା ସେହି ବିଷୟରେ ଜାଣିବା।
ଏଭଳି ଏକ ଘଟଣା ଦିଲ୍ଲୀର ଦ୍ଵାରିକା ଜିଲ୍ଲାରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ମହିଳା ଓ ତାଙ୍କ ପୁଅଙ୍କର ଅନ୍ୟ ଜଣଙ୍କ ସହିତ ଜୋର ସୋର ଭାବରେ ଝଗଡା ହେଉଥିଲା ଓ ସେଠାରେ ଥିବା ଅନେକ ଲୋକ ମାନେ ମଧ୍ୟ ଆସି ଘଟଣା ସ୍ଥଳରେ ଜମାଟ ହୋଇ ଯାଇ ଥିଲେ।

ତେବେ ସେହି ଝଗଡା ଚାଲି ଥିବା ସମୟରେ ପୁଅଟି ମାଆକୁ ଏକ ଜୋର ଭାବରେ ଚାପୁଡ଼ା ମାରିଥିଲେ। ଯାହା ଫଳରେ କି ଚାପୁଡ଼ା ମାରିବା ପରେ ମହିଳା ଜଣଙ୍କ ଅଚେତ ହୋଇ ତଳେ ପଡି ଯାଇଥିଲେ। ଏହା ପରେ ମହିଳା ଜଣଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ନେଇ ଯାଇ ଥିଲେ। ସେଠାରେ ଡାକ୍ତର ତାଙ୍କୁ ଦେଖି ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବିନ୍ଦୁପୁର ଥାନାରେ ଅଭିଯୋଗ କରା ଯାଇ ଥିଲା। ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ଆଇପିସିର ୩୦୪ ଧାରା ଅନୁସାରେ ପୋଲିସ ମହିଳାଙ୍କ ପୁଅକୁ ଗିରଫ କରିବା ସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ଏହି ଘଟଣା ପରେ ପୁଅଟିକୁ ସେଠାକାର ସ୍ଥାନୀୟ ଲୋକ ମାନେ ନିନ୍ଦା କରିବା ସହିତ ଘୃଣା ମଧ୍ୟ କରିଥିଲେ। ଯେଉଁ ପୁଅ ମାନେ ମାଆର ଦୁଃଖ ଓ କଷ୍ଟ ବୁଝି ନଥାଆନ୍ତି, ତା’ହେଲେ ସେମାନଙ୍କୁ ପୁଅ ଭାବିବା ଉଚିତ ନୁହେଁ। ତେବେ ବନ୍ଧୁଗଣ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ, ଯଦି ପୁଅ ମାନେ ମାଆ ପ୍ରତି ଏଭଳି ବ୍ୟବହାର କରି ଥାଆନ୍ତି, ତା’ହେଲେ ସମାଜ ତାକୁ ଖରାପ ନଜରରେ ହିଁ ଦେଖିବା ସ୍ୱାଭାବିକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.