Swastik Tv News Odisha

ଦେଖନ୍ତୁ ରାଇମୋହନଙ୍କ ଘର ଓ ପରିବାର, କଳାକାର ଚାଲିଯିବା ପରେ ବି ଜୀବନ୍ତ ତାଙ୍କ ସମ୍ମାନ ଓ ସମ୍ବର୍ଦ୍ଧନା…

0

ବନ୍ଧୁଗଣ ପ୍ରମୁଖ ଅଭିନେତା ରାଇମୋହନ ପରିଡାଙ୍କ ଆଜି ମୃତ୍ୟୁ ଘଟିଛି।ସେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି।ସ୍ୱର୍ଗତ ଅଭିନେତା ରାଇମୋହନ ପରିଡାଙ୍କୁ ଝୁରୁଛି ସାରା ଓଡିଶା। କେହି ଭୁଲି ପାରୁ ନାହାନ୍ତି ତାଙ୍କୁ କି ଭୁଲିବା ବି ସମ୍ଭବ ନୁହେଁ।ତାଙ୍କର ପ୍ରତିଟି ଡାଇଲୋଗ ଓ ନିଖୁଣ ଅଭିନୟକୁ ଝୁରୁଛନ୍ତି ଓଡିଶା ବାସୀ। ତେବେ ସ୍ୱର୍ଗତଃ ରାଇମୋହନ ପରିଡା ତାଙ୍କର ମନଛୁଆଁ ଅଭିନୟ ପାଇଁ ଘରେ ଘରେ ପରିଚିତ ଥିଲେ।ସେ ତ ଆମକୁ ଛାଡି ଚାଲି ଯାଇଛନ୍ତି କିନ୍ତୁ ତାଙ୍କର ସ୍ମୃତି ଏବେବି ଅଗଣିତ ଜନ ମାନସରେ ଜୀବିତ ହୋଇ ରହିଛି। ତେବେ ବରିଷ୍ଠ ଅଭିନେତା ରାଇମୋହନ ଜଣେ ଏମିତି କଳାକାର, ଜଣେ ଏପରି ବ୍ୟକ୍ତିତ୍ଵ ଥିଲେ ଯାହାଙ୍କର ବିକଳ୍ପ କେହି ନାହିଁ ବୋଲି କହିଲେ ଚଳେ।

ସମସ୍ତଙ୍କୁ ଭଲ ପାଉଥିବା ଦରଦୀ ଏବଂ ମିଷ୍ଟଭାଷୀ ମଣିଷଟିଏ ସେ ଅଟନ୍ତି। ତେବେ ଏହି ଲୋକପ୍ରିୟ ଅଭିନେତା ଜଣଙ୍କ ଯିଏକି ତାଙ୍କର କଳାକାର ଜୀବନରେ ଲୋକଙ୍କ ହୃଦୟରେ ତିଆରି କରିଥିଲେ ଏକ ବିଶିଷ୍ଟ ସ୍ଥାନ।ଏବେ ସେ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି।ଯାହା ସମସ୍ତଂକ ପାଇଁ ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛି। କେହି ବି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାଁନ୍ତି। ଓଡ଼ିଆ ସିନେମା ଏବଂ ଯାତ୍ରା ଜଗତର ସେ ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ସେ ଦୀର୍ଘ ସମୟ ଧରି ଖଳନାୟକ ଭାବରେ ଅନେକ ସିନେମାରେ ଆକର୍ଷଣୀୟ ଜୀବନ୍ତ ଅଭିନୟ କରି ବେଶ୍ ଲୋକ ପ୍ରୀୟତା ହାସଲ କରିଛନ୍ତି।

କିନ୍ତୁ ଆଉ ତାଙ୍କର ଅଭିନୟ ଦେଖିବାକୁ ମିଳିବ ନାହିଁ।କାରଣ ସେ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଆଜି ୨୪ ତାରିଖ ଶୁକ୍ରବାର ରାଇମୋହନ ପରିଡା ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ତେବେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହା ଯାଉଛି। ତେବେ ସେ ହଠାତ୍‌ କାହିଁକି ଏପରି ଚରମ ପଦକ୍ଷେପ ଉଠାଇଲେ, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାସ୍ଥଳ ରେ ପହଞ୍ଚି ଯାଞ୍ଚ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ପଠାଇଛି।

ସେ ସିନା ଆମକୁ ଛାଡି ଚାଲି ଯାଇଛନ୍ତି କିନ୍ତୁ ଏବେବି ଘରେ ତାଙ୍କର ରହିଛି ସେ କଳା କ୍ଷେତ୍ରରେ ପାଇଥିବା ଅନେକ ସମ୍ବର୍ଦ୍ଧନା। ଟେବୁଲ୍ ଉପରେ ପଡ଼ିଛି ଚଷମା। ଯେଉଁ ଚଷମା ପିନ୍ଧି ସେ ସିରିଏଲ କରିବା ପାଇଁ ଯାଉଥିଲେ। ଏହାଛଡା ସେଠାରେ ଥୁଆ ହୋଇଛି ତାଙ୍କୁ ମିଳିଥିବା ଅନେକ ସମ୍ମାନିତ ପୁରସ୍କାର ଏବଂ ତାଙ୍କ ପରିବାରର ଫଟୋ। ଯେଉଁ ଫଟୋ ରେ ରହିଛନ୍ତି ସେ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ ଝିଅ। ଏହି ଭିଡିଓରେ ଆପଣ ତାଙ୍କର ଘରକୁ ଭଲ ଭାବରେ ଦେଖି ପାରିବେ।ଏହାକୁ ଦେଖି ଆପଣ ବି ଭାବ ବିହ୍ୱଳ ହୋଇ ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.