Swastik Tv News Odisha

ଦେଖନ୍ତୁ Live Exclusive ଭିଡ଼ିଓ : ମୃତ୍ୟୁ ପୂର୍ବରୁ କ୍ୟାମେରା ମ୍ୟାନ୍ ମାନସ ରେକଡ଼ କରିଥିବା ଏହି ଶେଷ ଭିଡିଓ… ସେ ଭିଡିଓ ରେ କଣ କହୁଛନ୍ତି… ଦେଖନ୍ତୁ Video

0

ବନ୍ଧୁଗଣ ଏବେ ସାରା ରାଜ୍ୟରେ ଏକ ଚର୍ଚ୍ଚାର ଖବର ପାଲଟିଛି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ମୃତ୍ୟୁ ଘଟଣା। ଯାହାକୁ ନେଇ ଏବେବି ଚାଲିଛି ତଦନ୍ତ। ଆଉ ଧିରେ ଧିରେ ତଦନ୍ତ ବଢିବା ସହିତ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତଦନ୍ତ ଚାଲିଥିବା ବେଳେ ସତ ବଖାଣି ଛନ୍ତି ଅଭିଯୁକ୍ତ । ଆଉ ଏହି ହତ୍ୟା ମାମଲା ରେ ଖୋଲୁଛି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି। ତେବେ କ୍ରାଇମବ୍ରାଞ୍ଚ ହାତରେ ନୂଆ ନୂଆ ସୁରାକ୍‌ ଲାଗିବାରେ ଲାଗିଛି। ଅଭିଯୁକ୍ତକୁ ଜେରା ବେଳେ ଚାଞ୍ଚଲ୍ୟକର ଖୁଲାସା ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହି ଘଟଣାର ତଦନ୍ତଭାର କ୍ରାଇମ୍‌ ବ୍ରାଞ୍ଚ ପାଖକୁ ଯିବା ପରେ ପରେ ଫେରାର ଶର୍ମିଷ୍ଠାଙ୍କୁ ଗିରଫ କରା ଯାଇଛି।

ଶର୍ମିଷ୍ଠାଙ୍କ ଫେରାର୍‌ ହେବାରେ ସହଯୋଗ କରିଥିଲେ ଅଭିଯୁକ୍ତ ନିରଞ୍ଜନ। ଆଉ ତାଙ୍କ ସହୟତାରେ ଓଡ଼ିଶା ଡେଇଁ କୋଲକାତାରେ ଆତ୍ମଗୋପନ କରିଥିଲେ ଶର୍ମିଷ୍ଠା ଓ ସହଯୋଗୀ। ଜେରା ବେଳେ ଏସବୁ କଥାର ଖୁଳାସା କରିଛି କ୍ରାଇମବ୍ରାଞ୍ଚ। ତେବେ ଏସବୁ ଭିତରେ ବି ଏବେ ମେମୋରୀ ଚିପ୍‌ ର ରହସ୍ୟ ଖୋଲିବା କ୍ରାଇମବ୍ରାଞ୍ଚ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଙ୍କୁ ପୋଲିସ୍ ଅନେକ କଥା ପଚାରି ଉତ୍ତର ଜାଣିବାକୁ ଚେଷ୍ଟା କରୁଛି। ଯାହାବି ହେଉ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ଙ୍କୁ ନ୍ୟାୟ ମିଳିବା ସପକ୍ଷରେ ଅନେକ ସାଧାରଣ ଦାବି କରୁଥିବା ବେଳେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି।

ଯେଉଁ ଭିଡିଓ ଟି ମାନସ ସ୍ୱାଇଁଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ ବୋଲି କୁହା ଯାଉଛି।ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାର ଲାଗିଛି।ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ମାନସ ସ୍ୱାଇଁ ସୁଟିଂ ପାଇଁ ପୁରୀ ଯାଉଛନ୍ତି କାର୍ ରେ ଏବଂ ତାଙ୍କ ସହିତ ଅନ୍ଯ ମାନେ ରହିଥିଲେ କାର ଭିତରେ।ସେମାନଂକୁ ମଧ୍ୟ ମାନସ ଏହି ଭିଡିଓ ରେ ଦେଖାଇ ଛନ୍ତି। ଆପଣ ଥରେ ଏହି ଭିଡିଓ ଦେଖିଲେ ଜାଣି ପାରିବେ ଯେ କେତେ ଖୁସିର ସହିତ ରହିଛନ୍ତି ମାନସ। ଯେମିତି ଜଣା ପଡୁନାହିଁ ଯେ ତାଙ୍କର ମୃତ୍ୟୁ ସମୟ ପାଖେଇ ଆସୁଛି।

ସେ ଯେଉଁଭଳି ଭାବରେ ମଜା କରୁଛନ୍ତି ଏବଂ ଭିଡିଓ କରୁଛନ୍ତି ତାକୁ ଦେଖିଲେ ଆପଣ ବି ଖୁସି ହେବେ। ପୁରୀରେ ସୁଟିଂ ଅଛି ବୋଲି ମଧ୍ୟ ସେ କହୁଛନ୍ତି ଏବଂ ଭିଡିଓ କରି ସମସ୍ତଙ୍କୁ ଜଣଙ୍କ ପରେ ଜଣଙ୍କୁ ଦେଖାଉଛନ୍ତି। ସମସ୍ତେ ମଧ୍ୟ ଏହି ଭିଡିଓ କୁ ଦେଖି ହାଏ ହେଲୋ ବୋଲି କହୁଛନ୍ତି। ବହୁତ୍ ମଜା କରୁଛନ୍ତି ସମସ୍ତେ ମିଶି କାର ଭିତରେ। ତେବେ ଏଥିରୁ ଏହା ସ୍ପଷ୍ଟ ଯେ ମାନସ ସ୍ୱାଇଁ ସେ ତାଙ୍କ ଦୁନିଆରେ ବେଶ୍ ଖୁସିରେ ଥିଲେ। କିନ୍ତୁ ସେଦିନ ଫେରିବା ବାଟରେ ଶର୍ମିଷ୍ଠା ରଚିଥିଲା ହତ୍ୟାର ଷଡ଼ଯନ୍ତ୍ର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.