Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଖେଳ ପଡ଼ିଆରେ ଛକିଥିଲା ମୃତ୍ୟୁ, ବୋଲିଂ କରି ମ୍ୟାଚ୍ ଜିତାଇବା ପରେ ଟଳି ପଡ଼ିଲା କାହ୍ନା…

0

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜୀବନ ହେଉଛି ସାରୁ ପତ୍ର ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରି ବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିବେ ନାହିଁ ଏପରି କି ମୃତ୍ୟୁ ବେଳେ ବେଳେ ଅଚାନକ ମଧ୍ୟ ଆସି ଯାଇଥାଏ। ଯାହାକୁ ଶୁଣିବା ମାତ୍ରେ ବହୁତ ଦୁଃଖ ଓ କଷ୍ଟ ଲାଗିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ମ୍ୟାଚ ଜିତିବା ପରେ ବାଳକ ଜଣଙ୍କର ଖେଳ ପଡ଼ିଆରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଦୃଶ୍ୟ ଯାଜପୁର ଜିଲ୍ଲା ବରୀ ବ୍ଲକରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ଅଞ୍ଚଳର କାହ୍ନୁ ଚରଣ ପରିଡା ନାମକ ଜଣେ ବାଳକ ଯାହାର ବୟସ ମାତ୍ର ୧୮ ବର୍ଷ ହୋଇଥାଏ। ସେହି ବାଳକଟି ଛୋଟ ବେଳୁ ବହୁତ କ୍ରିକେଟ ପ୍ରେମୀ ଥିଲା ଓ ସେ ଭଲ ଖେଳୁ ଥିବାରୁ ତାଙ୍କ ଏରିଆ ସାରା ଟିମ ତାଙ୍କୁ ଭଡାରେ ମ୍ୟାଚ ଜିତିବା ପାଇଁ ଖେଳିବା ପାଇଁ ନିଅନ୍ତି। ବାଳକଟି ଭଲ ବ୍ୟାଟିଙ୍ଗ କରିବା ସହିତ ଭଲ ବୋଲିଙ୍ଗ ବି ମଧ୍ୟ କରନ୍ତି।

ତେବେ ବାଳକଟି ମ୍ୟାଚ ଖେଳିବା ପାଇଁ ଖୁବ ଉତ୍କଣ୍ଠାର ସହିତ କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ବରଡି ପାଳ ଗାଁ କୁ ଟି-୨୦ ଟୁନା ମେଣ୍ଟ ଖେଳିବା ପାଇଁ ଯାଇ ଥିଲେ। ମ୍ୟାଚ ପାଇ ଯାଇ ଥିବାରୁ, ସୁପର ଓଭର ଖେଳା ଯାଇ ଥିଲା। ୪ ଓଭର ବିଶିଷ୍ଠ ସେହି ମ୍ୟାଚରେ ବାଳକ ଶେଷ ଓଭର ପକାଉଥିଲା। ୫ ଟି ବଲ ପକାଇ ଶେଷ ବଳରେ ବ୍ୟାଟ୍ସ ମାନଙ୍କୁ ବିଟ କରାଇ ଦେଇ ମ୍ୟାଚ ଜିତେଇ ଦେଇଥିଲେ। ଏହା ପରେ ଖେଳ ପଡିଆରେ ଖୁସିର ଲହରୀ ଖେଳି ଯାଇଥିଲା।

ତେବେ ମ୍ୟାଚ ଜିତିବା ପରେ ଖୁସି ଏତେ ଅଧିକ ହୋଇ ଯାଇ ଥିଲା ଯେ, ବାଳକ ସେହି ଖେଳ ପଡ଼ିଆରେ ଟଳି ଯାଇ ଥିଲେ। ବାଳକଟିର ମୃତ୍ୟୁ ଖବର ଶୁଣି ତାଙ୍କ ବାପା, ମାଆ ଓ ତାଙ୍କ ପରିବାରରେ ଦୁଃଖର ଲହରୀ ଖେଳି ଯାଇ ଥିଲା। ତାଙ୍କ ଖେଳ ସାଙ୍ଗ ସାଥି ମାନେ ସେଦିନର କଥା ମନେ ପକାଇ ଦୁଃଖ ଅନୁଭବ କରୁଛନ୍ତି। ସେଠାକାର ସାରା ଅଞ୍ଚଳବାସୀ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦେଉଛନ୍ତି। ଏହି ଘଟଣାଟି ସାରା ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି ଓ ଗାଁ ଲୋକ ମାନେ ତାଙ୍କୁ ବହୁତ ଝୁରି ହେଉଛିନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.