Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ବିରିକୋଟ ଗ୍ରାମ ନିକଟ ଉଳିଆପଦା ଶୂନଶାନ ରାସ୍ତାରେ….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଯାହାକି ଶୁଣିବା ମାତ୍ରେ ବହୁତ କଷ୍ଟ ଓ ଦୁଃଖ ଲାଗି ଥାଏ। ଆପଣ ମାନେ ଜାଣି ଥିବେ, ଆମ ଭାରତ ବର୍ଷରେ ପ୍ରତିଦିନ ଗାଡି ଆକ୍ସିଡେଣ୍ଟ ହେଉଛି ଓ ସେହି ଦୁର୍ଘଟଣାରେ ମଧ୍ୟ ହଜାର ହଜାର ଲୋକ ମାନେ ଆହତ ହେବା ସହିତ ଅନେକ ଲୋକ ମାନେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି। ଯାହାକି ଏହା ଏକ ବହୁତ ବଡ଼ ଦୁଃଖ ଦାୟକ ଘଟଣା ଅଟେ। ଏଭଳି ଖବର ପ୍ରତିଦିନ ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ମନ୍ତ୍ରୀଙ୍କ ଗାଡି ରାସ୍ତାରେ ଯାଉ ଥିବା ସମୟରେ ଭାରସାମ୍ୟ ହରାଇ ପଲଟି ପଡି ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଗଜପତି ଜିଲ୍ଲା ଅଡ଼ବା ଥାନା ଉଲିଆପଦା ଗାଁ ନିକଟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରେକ କୌଣସି କାର୍ଯ୍ୟ ପାଇଁ ରାଜଧାନୀ ଭୁବନେଶ୍ବରକୁ ଯାଇ ଥିଲେ। ରାଜଧାନୀ ଭୁବନେଶ୍ବରରୁ ରାୟଗଡା ଫେରୁ ଥିବା ସମୟରେ ମନ୍ତ୍ରୀଙ୍କୁ ପାରଳାଖେମୁଣ୍ଡିରୁ ଏସକଟରେ ପାଇଲଟିଙ୍ଗ ଭ୍ୟାନ ନେଉଥିଲା ଓ ଉଲିଆ ପଦା ନିକଟରେ ଭାରସାମ୍ୟ ହରାଇ ଭ୍ୟାନଟି ଖୁବ ଜୋର ସୋର ଭାବରେ ଓଲଟି ପଡି ବହୁତ ଦୂରକୁ ଛିଟିକି ପଡି ଯାଇ ଥିଲା। ସେହି ଗାଡ଼ିରେ ଥିବା ଗାଡି ଡ୍ରାଇଭର ସହିତ ପାଞ୍ଚ ଜଣ ପୋଲିସ କର୍ମଚାରୀ ମାନେ ଗୁରୁତ୍ବର ଆହତ ହୋଇ ଯାଇଥିଲେ।

ତେବେ ଏହି ଘଟଣାକୁ ଦେଖି ସେଠାକାର ଲୋକ ମାନେ ଦୌଡା ଦୌଡି ହୋଇ ଘଟଣା ସ୍ଥଳରେ ଆସି ଭିଡ଼ ଜମାଟ କରି ଦେଇଥିଲେ। ଏହି ଘଟଣା ଦେଖି ମଧ୍ୟ ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ। ତେବେ ସେଠାକାର ଲୋକ ମାନେ ପୋଲିସ କର୍ମଚାରୀ ମାନଙ୍କୁ ଓ ଗାଡି ଡ୍ରାଇଭରଙ୍କୁ ଉଦ୍ଧାର କରି ଆଣି, ରାସ୍ତା କଡରେ ବସାଇ ଦେଇଥିଲେ। ଏହା ପରେ ଆହତ ମାନଙ୍କୁ ବିରିକୋଟ ମେଡିକାଲରେ ନେଇ ସଙ୍ଗେ ସଙ୍ଗେ ଭର୍ତ୍ତି କରା ଯାଇ ଥିଲା। ମେଡିକାଲରେ ଚିକିତ୍ସା ହେବା ଫଳରେ ସେମାନେ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳ ଲୋକ ମାନଙ୍କ ମନରେ ଚହଳ ସୃଷ୍ଟି କରି ଦେଇଛି। ତେବେ ବନ୍ଧୁଗଣ ଆପଣ ମାନେ ଦୟାକରି ଗାଡି ଚଳାଇବା ସମୟରେ ସବୁବେଳେ ପାଇଁ ସାଵଧାନର ସହିତ ଗାଡି ଚଲାନ୍ତୁ, ନହେଲେ ଆପଣ ମାନେ ମଧ୍ୟ ଏଭଳି ବିପଦର ସମ୍ମୁଖିନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.