ଦେଖନ୍ତୁ Shocking ଭିଡ଼ିଓ : ମୃତ୍ୟୁ ପୂର୍ବରୁ ରାଇମୋହନ ଙ୍କ ଶେଷ ଭିଡ଼ିଓ… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

ଦୀର୍ଘ ବର୍ଷ ଧରି ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବର୍ଷୀୟାନ ଅଭିନେତା ରାଇମୋହନ ପରିଡା ଆଜି ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏବେ ଯାଏଁ ଜଣା ପଡ଼ି ନଥିବା ବେଳେ ଏହି ଖବର ଏବେ ସାରା ଓଡ଼ିଶାବାସୀ ଙ୍କୁ ଆନ୍ଦୋଳିତ କରିଛି। ଆପଣ ମାନେ ଜାଣିଛନ୍ତି ପ୍ରମୁଖ ଅଭିନେତା ରାଇମୋହନ ପରିଡା ଜଣେ ଅଭିଜ୍ଞ କଳାକାର ଅଟନ୍ତି। ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ଆକର୍ଷଣୀୟ ଅଭିନୟ କରି ଜଣେ ସଫଳ ଚେହେରା ପାଲଟିଥିଲେ।ଆଜି ତାଙ୍କର ମୃତ୍ୟୁ ପରେ ତାଙ୍କୁ ଝୁରୁଛି ସାରା ଓଡ଼ିଶା।

କେହିବି ତାଙ୍କ ମୃତ୍ୟୁକୁ ସହଜେରେ ଗ୍ରହଣ କରି ପାରୁ ନାହାଁନ୍ତି। ସତେ ଯେମିତି ଏହି ଖବର ସମସ୍ତଙ୍କୁ ସ୍ତବ୍ଧ ଏବଂ ଚକିତ କରି ଦେଇଚି।ତେବେ ଆପଣଙ୍କୁ କହି ରଖୁଛୁ ଯେ ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ା ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଏହାପରେ ଅନେକ ପ୍ରଶଂସକ ଏବଂ କଳାକାର ମାନେ ଆସି ତାଙ୍କ ଘରେ ପହଞ୍ଚିଛନ୍ତି। ଆପଣଙ୍କୁ କହି ରଖୁଛୁ ଯେ ରାଇମୋହନ ପରିଡା ଯିଏକି ଦୀର୍ଘ ବର୍ଷ ଧରି ଫିଲ୍ମ ଜଗତରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ। ଏପରିକି ତାଙ୍କର ଖଳନାୟକ ଚରିତ୍ରକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି।ଓଲିଉଡ୍‌ ତଥା ଓଡ଼ିଆ ସିନେପ୍ରେମୀଙ୍କୁ ତାଙ୍କ ବିୟୋଗରେ ଲାଗିଛି ଶକ୍ତ ଝଟକା।

ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଶୁକ୍ରବାର ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ମୃତଦେହ। ତେବେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହା ଯାଉଛି। ତେବେ ସେ ହଠାତ୍‌ କାହିଁକି ଏପରି ଚରମ ପଦକ୍ଷେପ ଉଠାଇଲେ, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ଘଟଣାସ୍ଥଳ ରେ ପହଞ୍ଚି ଯାଞ୍ଚ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ୍‌କୁ ପଠାଇଛି। ଆଉ ଏହି ଖବର ଜଣାପଡିବା ପରେ ଓଲିଉଡ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସାଇନ୍ଟିଫିକ ଟିମ୍ ମଧ୍ୟ ସେଠାରେ ପହଞ୍ଚି ଛନ୍ତି।ରାଇମୋହନ ଙ୍କର ସ୍ତ୍ରୀ ଏବଂ ୨ ଝିଅ ଅଛନ୍ତି। ଏବେ ରାଇମୋହନ ଙ୍କ ମୃତ୍ୟ ପରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ଟି ରାଇମୋହନ ପରିଡା ଙ୍କ ଶେଷ ଭିଡିଓ ବୋଲି କୁହା ଯାଉଛି।ଏହି ଭିଡିଓ ରେ ସେ ତାଙ୍କର ଆଗାମୀ ସିରିଏଲ ସିଂହଦ୍ଵାର ବିଷୟରେ କହୁଛନ୍ତି। ଯାହା ମଞ୍ଜରୀ ଟିଭିରେ ପ୍ରସାରିତ ହେବାର ଥିଲା। ଏହାଛଡା ସେ ଏଠାରେ ଏହି ଭିଡିଓ ରେ ଦର୍ଶକ ମାନଙ୍କୁ ତାଙ୍କୁ ଏତେ ଭଲ ପାଉଥିବାରୁ ଧନ୍ୟବାଦ ମଧ୍ୟ ଦେଉଛନ୍ତି।ଏହି ଭିଡିଓ ଦେଖି ଅନେକ ଦର୍ଶକ ଭାବ ବିହ୍ୱଳ ହୋଇ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment