Swastik Tv News Odisha

ଦେହ ଠୁ ବଡ଼ ମୁଣ୍ଡ, ଟଣା ଟଣା ଆଖି ପାଇଁ ପୂଜା କରନ୍ତି ଲୋକେ, ବିଶ୍ୱାସ ପାଇଁ ଜୀବନକୁ ଜିତି ଚାଲିଛି ଗଜାନନ…ଦେଖନ୍ତୁ ଭିଡ଼ିଓ

0

ଘରେ ସବୁଠୁ ଖୁସୀର ଦିନ , ଯେଉଁଦିନ ଘରେ ଶିଶୁ ଟିଏ ଜନ୍ମ ନେଇଥାଏ । ଜଳନ୍ଧର ରେ ଏକ ପରିବାର ବି ଅପେକ୍ଷା କରିଥିଲା ଘରକୁ ଆସିବ ନୂଆ ଅତିଥି , 2010 ର କଥା ଯେବେ ଶିଶୁଟିଏ ଜନ୍ମ ନିଏ ଦେଖିବା ଲୋକଙ୍କ ଆଖି ଖୋଲି ରହିଯାଏ । କାରଣ ଏହି ଶିଶୁଟି ଦେଖିବାକୁ ସାମାନ୍ୟ ନଥିଲା , ଶରୀର ଠାରୁ ବଡ ମୁଣ୍ଡ , ଟଣାଟଣା ବଡ ଆଖି ହଠାତ୍ ହାତୀର ମୁହଁ ଭଳି ଦେଖାଉଥିବା ଚେହେରା । ଧୀରେ ଧୀରେ ଲୋକଙ୍କ ସଂଖ୍ୟା ବଢିଲା ପିଲାଟିକୁ ଦେଖିବାକୁ , ଲୋକଙ୍କ ବିଶ୍ୱାସ ଏହି ପିଲାଟି ଅବିକଳ ଗଣେଷଙ୍କ ପରି ଦେଖାଯାଉଛି । ଲୋକେ ପିଲାଟିକୁ ଦେଖି ମାନସିକ କରିବା ଆରମ୍ଭ କରିଦେଲେ ।

ଯୋଗକୁ ପରିବାର ସମସ୍ତ ସମସ୍ୟା ଧୀରେ ଧୀରେ ଦୂର ହେବାକୁ ଲାଗିଲା , ସ୍ଥାନୀୟ ଲୋକଙ୍କ ପାଇଁ ସେ ଚାଲିବୁଲି ପାରୁଥିବା ଗଣେଷ । ଧୀରେ ଧୀରେ ପିଲାଟିକୁ ପୂଜା କରିବାକୁ ଲାଗିଲେ ତା ଗାଁ ଲୋକେ । ବାପା ଖୁସୀ ହୋଇ ପୁଅର ନା ଦେଲେ ଗଜାନନ , ବାପା କୁହନ୍ତି ଯେ ଯେବେ ଗଜାନନ କୁ ବାହାରକୁ ନେଇଯାଆନ୍ତି ଲୋକେ କହନ୍ତି ଜୟ ଗଣେଷ ମହାରାଜ । ପୁଅର ପାଦ ଛୁଇଁ ଆଶୀର୍ବାଦ ବି ନିଅନ୍ତି ଓ ବହୁତ ଖୁସୀ ହୁଅନ୍ତି । ପୁଅର ଏହି ରୂପ ଦେଖି ଆମେ ବି ଖୁବ୍ ଖୁସୀ ଗଜାନନ କୁହେ ଯେତେବେଳେ ଲୋକମାନେ ମୋ ପାଖକୁ ଆସି ମୋ ପାଦ ଛୁଅନ୍ତି ମୁଁ ସେମାନଙ୍କ ମୁଣ୍ଡରେ ହାତ ବୁଲେଇ ଦିଏ ।

ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଲା ପିଲାଟିକୁ ଦେଖି ଯିଏ ଯାହାକିଛି ମନସ୍କାମନା କରଛି ସବୁ ପୂରା ହୋଇଛି । ଏବେ ତ ବାହାର ଗାଁରୁ ଲୋକେ ଆସି ମୁଣ୍ଡିଆ ମାରୁଛନ୍ତି ଏବଂ ମନସ୍କାମନା ମଧ୍ୟ ରଖୁଛନ୍ତି । ଡାକ୍ତରଙ୍କ କହିବା ହେଲା ଏହା ହେଉଛି ଏକ ପ୍ରକାର ରୋଗ , ଯେଉଁଥିରେ ପିଲାଙ୍କ ମୁଣ୍ଡ ଶରୀର ଠୁ ବଡ ଥାଏ , ହେଲେ ପରିବାର ଲୋକେ ଏହାକୁ ବରଦାନ ଭାବୁଛନ୍ତି । ଗଜାନନ ସ୍କୁଲ ଯାଏ , ସ୍କୁଲରେ ସମସ୍ତେ ତାର ସାଙ୍ଗ ହୁଅନ୍ତି । ଅନ୍ୟ ସାଥୀ ମାନେ ହିଁ ତାଙ୍କୁ ଗଣେଷ ମାନନ୍ତି , ଗଜାନନ ନିଜର ଏହି ଚେହେରା ପାଇଁ ଭାରି ଖୁସୀ । ଆଉ ସେ ଚାହୁଁଛି ଗଣେଷ ତାକୁ ଏମିତି ଖୁସୀରେ ରଖନ୍ତୁ ।

ଅନେକ ଅନୁଷ୍ଠାନ ଗଜାନନକୁ ଉପଯୁକ୍ତ ଚିକିତ୍ସା ଦେବାକୁ ଇଚ୍ଛା ରଖିଥିବା ବେଳେ ଗଜାନନ ଏମିତିରେ ବହୁତ ଖୁସୀ ଅଛି ବୋଲି କହୁଛି । ବର୍ତ୍ତମାନ ଗଜାନନ କୁ 10 ବର୍ଷ , ଆଗକୁ ସେ ପାଠ ପଢି ଅଧ୍ୟାତ୍ମିକ ଦିଗରେ ଅଧିକ ରିସର୍ଚ୍ଚ କରିବାକୁ ଚାହୁଁଛି । ଏ ନେଇ ବାପା ମା ଏବଂ ପରିବାର ଲୋକେ ମଧ୍ୟ ବହୁତ ଖୁସୀ ଥିବାର କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.