Swastik Tv News Odisha

ନାଗମଣି ଲୋଭରେ ଏହି ମହିଳା ଜଣକ ଘରେ ପାଳିଥିଲା ବିଷାକ୍ତ ନାଗ ସାପ ( cobra )… ହଠାତ ରାତିରେ ଘଟିଲା ଏମିତି… ଦେଖନ୍ତୁ Video

0

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।ଆମେ ସାପକୁ ବହୁତ୍ ଭୟ କରିଥାଉ। କାରଣ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ସମସ୍ତଙ୍କୁ ଭୟ ଲାଗେ। କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଆପଣ ଦେଖିବାକୁ ପାଉଥିବେ।

ସାପ କେତେବେଳେ କିପରି ଘର ଭିତରକୁ ପଶି ଆସିଥାଏ ଏବଂ ଏହା କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ।ତେଣୁ ଏହିପରି ଭାବରେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ତେବେ ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ମଧ୍ଯ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ସାପ ଗୁଡ଼ିକ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ଖାଦ୍ୟ ସନ୍ଧାନରେ ସେମାନେ କେତେବେଳେ କାହା ଘର ଭିତରକୁ ପଶି ଆସିବେ ତାହା କହିହେବ ନାହିଁ।

ତେଣୁ ଏଥିପ୍ରତି ସଚେତନ ନରହିଲେ କିମ୍ୱା ଘରର ଚାରି ପଟକୁ ଭଲଭାବରେ ସଫା ସୁତୁରା ନରଖିଲେ ତାହା ମଣିଷ ପାଇଁ ବିପଦ ସୃଷ୍ଟି କରିବ। ତେବେ ହଠାତ୍ ସାପ ଟିକୁ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ଏହି ସାପ କାମୁଡ଼ାରେ ପୃଥିବୀରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଇଥାଏ। ତେବେ ଏବେ ଭଦ୍ରକ ଜିଲ୍ଲାର ଏକ ଗ୍ରାମରୁ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଗାଆଁ ର ଏକ ଘର ଭିତରୁ ଏକ ନାଗ ସାପକୁ ଉଦ୍ଧାର କରା ଯାଇଛି। ଲୋକେ ରହୁଥିବା ଘରର ପାର୍ଶ୍ଵ ଘରେ ଏହି ନାଗ ସାପଟି ରହିଥିଲା।

ଖବର ପାଇ ସାପ ଧରାଳି ସେଠାକୁ ଆସି ମାଟିକୁ କୋଦାଳ ରେ ତାଡି ମାଟି ତଳୁ ନାଗସାପ ଟିକୁ ଉଦ୍ଧାର କରିଥିଲେ। କିନ୍ତୁ ଘରର ମହିଳା ଜଣଙ୍କ ଏଥିରେ ଖୁସି ନଥିଲେ।ସାପକୁ ଧରିବା ପରେ ସେ କାନ୍ଦିଲେ। ମହିଳାଙ୍କ କହିବା କଥା ନାଗ ସାପ ଥିଲା ତାଙ୍କର ଘରେ ସବୁକିଛି ଭଲରେ ଚାଲିଥିଲା। ଆଉ ଏବେ କେଜାଣି କେଉଁ ବିପତ୍ତି ମାଡ଼ି ଆସିବ। ଏହାକୁ ଶୁଣି ସାପ ଧରାଳି ଜଣଙ୍କ ବୁଝାଇଥିଲେ ଯେ ସାପର କୌଣସି ବୁଦ୍ଧି କିମ୍ୱା ଧାରଣା ନାହିଁ। କେତେବେଳେ ସେ ଘର ଭିତରକୁ ପଶି ଆସିବ ଏବଂ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତେଣୁ ଏଭଳି ବିଷଧର ସାପକୁ ଘରେ ରଖିବା ବିପଦଜନକ ବୋଲି ସେ ମହିଳା ଜଣଙ୍କୁ କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.