ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ଚାରି ଭାଗରେ ଵିଭକ୍ତ କରାଯାଇଛି ଓ ପୁରୁଷ ବି ଚାରି ପ୍ରକାରର ହେଇଥାନ୍ତି ।ତେବେ କେଉଁ ପୁରୁଷ ସହ କେଉଁ ନାରୀର ବିବାହ ହେଲେ ତାଙ୍କ ଜୀବନ ଖୁସି ଓ ସୁଖ ସମୃଦ୍ଧିରେ ଭଟି ହେଇଯାଏ ଆସନ୍ତୁ ଜାଣିବା ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ।ତେବେ ନାରୀ ଚାରି ପ୍ରକାରର ଯଥା-ପଦ୍ମନୀ,ଚିତ୍ରୀଣି,ଶଂଖୀନି ଓ ହସ୍ତନି ଏବଂ ପୁରୁଷ ଚାରି ପ୍ରକାର ହେଲେ ଶଶକ,ମୃଗ,ବୃଷ ଓ ଅଶ୍ୱ ଜାତିର ।ତେବେ ଏବେ ଆସନ୍ତୁ ଜାଣିବା ଏହି ଚାରି ପ୍ରକାରର ନାରୀ ମାନଙ୍କ ବିଷୟରେ ।
1.ପଦ୍ମନୀ ନାରୀ:-
-ଏହି ଜାତିର ନାରୀ ନାରୀ ମାନଙ୍କ ଭିତରେ ସବୁଠୁ ଉତ୍କୃଷ୍ଟ ଅଟନ୍ତି ଆଉ ଏହି ଜାତିର ନାରୀ ସଂସାରରେ ଖୁବ କମ ରହି ଥାଆନ୍ତି ।ତେବେ ଏହି ଜାତିର ନାରୀ ମାନେ ଶୁଶିଳା, ଧର୍ମ ଓ ପୂଜାପାଠରେ ବିଶ୍ୱାସ ରଖିଥାନ୍ତି ।ମାତାପିତା,ଗୁରୁଜନଙ୍କର ସେବା କରିଥାଆନ୍ତି, ବାପଘର ଓ ଶାଶୁଘର ପାଇଁ ହିତାକାଂକ୍ଷି ହେଇଥାନ୍ତି ।ଏହି ମାନେ ଦେଖିବାକୁ ସୁନ୍ଦର,ଆଖି ବଡ଼,କେଶ ଲମ୍ବା,ବେକ ଶଂଖା ପରି,ପାଦ ଛୋଟ ଓ ସୁନ୍ଦର,ଆଖି ଅନାକ ବି ଛୋଟ ହେଇଥାଏ ଓ ଖୁବ ସହଜରେ କେହି ବି ଏମାନଙ୍କୁ ପସନ୍ଦ କରିଯାନ୍ତି ।
-ଏମାନେ ପତି ପରାୟଣା ହେଇଥାନ୍ତି,ତେବେ ଏମାନେ ପତଳା ହେଇଥାନ୍ତି ।ଅଳ୍ପ ଭୋଜନେ ସନ୍ତୁଷ୍ଟ ହେଇ ଥାଆନ୍ତି, ନୃତ୍ୟ ଗୀତ ପ୍ରତି ଆଗ୍ରହୀ ଥାଆନ୍ତି।ତେବେ ଶଶକ ଜାତିର ପୁରୁଷ ଙ୍କୁ ବିବାହ କଲେ ଖୁବ ଭଲ ହେଇଥାଏ ।
2.ଚିତ୍ରୀଣି ନାରୀ:-
– ଏହି ଜାତିର ନାରୀ ମାନେ ପତିବ୍ରତା ହେଇଥାନ୍ତି,ସମସ୍ତଙ୍କୁ ସ୍ନେହ କରିଥାନ୍ତି ଏବଂ ଖୁବ ଚଞ୍ଚଳ ସବୁକିଛି କରିଥାନ୍ତି ।ଏମାନେ ବେଶୀ ପରିଶ୍ରମ କରିପାରନ୍ତି ନାହିଁ କିନ୍ତୁ ଖୁବ ବୁଦ୍ଧିମତୀ ଓ ଶୃଙ୍ଗାରରେ ଏମାନଙ୍କ ମନ ଲାଗିଥାଏ ।ଗୀତ,ନୃତ୍ୟ, ଚିତ୍ର ଏମାନଙ୍କୁ ଖୁବ ପ୍ରିୟ ଅଟେ,ଏମାନେ ସେବା,ବ୍ରତ ଆଦି କରିବାକୁ ପସନ୍ଦ କରନ୍ତି ।ଏମାନଙ୍କ ସ୍ୱର କୋମଳ,ଆଖି ଚଞ୍ଚଳ,ଗରିବ ପରିବାରରେ ଜନ୍ମ ହେଲେ ବି ପରେ ରାଜସୁଖ ପାଇଥାନ୍ତି ।
-ଏମାନଙ୍କ ର 3ରୁ ଅଧିକ ସନ୍ତାନ ରହେ ନାହିଁ,ଏମାନଙ୍କ ଶରୀରରୁ କ୍ଷୀରର ମହକ ଆସିଥାଏ ।ଏହି ନାରୀ ମାନେ ମୃଗ ଚରିତ୍ର ପୁରୁଷ ଙ୍କୁ ବିବାହ କଲେ ଖୁସିରେ ରହି ଥାଆନ୍ତି ।
3.ଶଂଖୀନି ନାରୀ:-
-ଏହି ନାରୀ ମାନେ ଅନ୍ୟ ନାରୀ ଅପେକ୍ଷା ଲମ୍ବା ହେଇଥାନ୍ତି,ଏମାନେ ସର୍ଵଦା ଅସନ୍ତୁଷ୍ଟ ରହିଥାନ୍ତି,ଏମାନେ ସ୍ୱାମୀଙ୍କ ଉପରେ ବିନା କାରଣରେ ରାଗି ଥାଆନ୍ତି ।ଏମାନଙ୍କ ମନ ସବୁବେଳେ ଭୋଗ ବିଳାଶରେ ରହିଥାଏ,ଏମାନଙ୍କ ପାଖରେ ଦୟା ଭାବ ନଥାଏ ।ଏହି ନାରୀ ସଂସାରରେ ବହୁତ ଥାଆନ୍ତି,ଜୀବନର ଶେଷ ଡ଼ମ୍ବରେ ଏମାନେ ବହୁତ କଷ୍ଟ ପାଇ ଥାଆନ୍ତି ।
-ଏମାନଙ୍କ ଶରୀରରୁ ମାଛ ଗନ୍ଧ ବାହାରିଥାଏ,ତେବେ ଏହି ନାରୀ ବୃଷ ଜାତିର ପୁରୁଷଙ୍କୁ ବିବାହ କଲେ କିଛିଟା ସନ୍ତୁଷ୍ଟ ହେଇ ଥାଆନ୍ତି ।
4. ହସ୍ତନି ନାରୀ:-
-ଏହି ଜାତିର ନାରୀଙ୍କର ସ୍ୱାଭଵ ସବୁବେଳେ ପରିବର୍ତ୍ତନ ଶୀଳ ହେଇଥାଏ, ଏମାନେ ମୋଟା ଓ ଆଳସ୍ୟ ସ୍ୱାଭାବର ହେଇଥାନ୍ତି ।କଥା କଥାରେ ରାଗି ଥାଆନ୍ତି,ଏମାନଙ୍କ ପାଦରେ ଆଙ୍ଗୁଠି ସମାନ ନଥାଏ, ବିନା ରୋଗରେ ବି ରୋଗୀ ହେଇଥାନ୍ତି ।
-ପର ପୁରୁଷରେ ଆସକ୍ତି ହେଇଥାନ୍ତି,ଏମାନଙ୍କ ଶରୀରରୁ ମଦର ଗନ୍ଧ ବାହାରିଥାଏ ।ଏମାନେ ଅଶ୍ୱ ଜାରୀର ପୁରୁଷ ଙ୍କୁ ବିବାହ କଲେ କିଛିଟା ସୁଖୀ ହେଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।