Swastik Tv News Odisha

ନିଜ ବୟଫ୍ରେଣ୍ଡକୁ ଖୁସୀ କରିବା ପାଇଁ ଝିଅଟି କରୁଥିଲା ଏମିତି କାର୍ଯ୍ୟ , ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

0

ପ୍ରେମ ଏମିତି ଏକ ଶବ୍ଦ ଯାହା ଚିରନ୍ତନ ଏବଂ ସାସ୍ୱତ ହୋଇଥାଏ , ଦୁଇଟି ହୃଦୟ କୁ ବାନ୍ଧି ରଖିଥାଏ । ପ୍ରେମ କେତେବେଳେ କେଉଁ ସମୟରେ ହୋଇଥାଏ ହୋଇଥାଏ , ତାହା ଜାଣି ହୋଇ ନଥାଏ । ପ୍ରେମର କୌଣସି ପରିଭାଷା ନଥାଏ , ଏବଂ ଜାତି , ଗୋତ୍ର , ଧର୍ମ ଏସବୁ କିଛି ମାନି ନଥାଏ । କହାଯାଏ ପ୍ରକୃତ ପ୍ରେମ ନିଶ୍ଚୟ ଥରେ ହୋଇଥାଏ , କିନ୍ତୁ ପ୍ରେମ କେତେବେଳେ କାହା ପାଇଁ ପ୍ରତାରଣା ସାଜିଥାଏ ତ ଆଉ କେତେ ବେଳେ ପ୍ରେମ ରୋମାଞ୍ଚକ ହୋଇଥାଏ । ବର୍ତ୍ତମାନ ସମୟରେ 14 ,15 ବର୍ଷ ହେଲା ବେଳକୁ ପିଲା ମାନେ ପ୍ରେମ କରୁଛନ୍ତି , ସେମାନଙ୍କ ପାଇଁ ପ୍ରେମ ଏକ ଚିରନ୍ତନ ସତ୍ୟ ।

ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି , ଯେଉଁଥିରେ ଜଣେ ପ୍ରେମିକା ନିଜ ପ୍ରେମିକ ପାଇଁ ଚୋରୀ କରି ତାକୁ ଖୁସୀ କରାଉଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ । ସୂଚନା ଅନୁସାରେ ଘଟଣାଟି ଉତ୍ତର ପ୍ରଦେଶ ର ମେରଠର ଅଟେ , ତେବେ ସେଠାରେ ଗୋବିନ୍ଦ ପ୍ଲାଜା ସ୍ଥିତ ଏକ ଫାଇନାନ୍ସ କମ୍ପାନୀରେ ଏକ ଝିଅ ଆସିଷ୍ଟାଣ୍ଡ ପଦରେ କାମ କରୁଥିଲେ । ତେବେ ଝିଅଟିର ପ୍ରକୃତ ଘର କଙ୍କରଖେଡାର ନିବାସୀ ଥିଲେ । ତେବେ ଉକ୍ତ 2 ମାସ ହେବ ସେହି ଝିଅ ଟି ସେହି କମ୍ପାନୀରେ ଯବ୍ କରୁଥିଲେ , କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଯେବେଠୁ ସେହି ଝିଅଟି ଅଫିସରେ ଚାକିରୀ କରିବା ଆରମ୍ଭ କଲେ , ସେହି ଦିନ ଠାରୁ ହିଁ ସେହି ଅଫିସରେ ନଗଦ ଟଙ୍କା ଗାୟେବ ହେବାରେ ଲାଗିଛି ।

ତେବେ ସେହି କମ୍ପାନୀର ମାଲିକ ଲକ୍କି ରବିବାର ଦିନ ତାଙ୍କ ଅଫିସ ତିଜୋରୀରରେ କିଛି ଟଙ୍କା ରଖିଥିଲେ । ମାତ୍ର କିଛି ସମୟ ପରେ ଯେତେବେଳେ କମ୍ପାନୀ ମାଲିକ ଟଙ୍କା ବାହାର କରିବାକୁ ଗଲେ , ସେତବେେଳେ ସେଥିରେ 4500 ଟଙ୍କା କମ ଥିଲା । ଏ ସମ୍ପର୍କରେ କମ୍ପାନୀ ମାଲିକ ଆସିଷ୍ଟାଣ୍ଡାକୁ ପଚାରି ଥିଲେ , କିନ୍ତୁ ସେ କିଛି ଉତ୍ତର ଦେଇ ନଥିଲେ । ଏହା ପରେ ସେ ପୋଲିସ ରେ ଅଭିଯୋଗ କରିଥିଲେ ଏବଂ ପୋଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଥିଲେ । ଯାଞ୍ଚ କରିବା ପରେ ଅପରାଧୀ ସେହି ଆସିଷ୍ଟାଣ୍ଡ ଝିଅ ହିଁ ଥିଲା ବୋଲି ଜଣା ପଡିଥିଲା । ଝିଅଟି ତେଜୋରୀରର ଡୁପ୍ଲିକେଟ ଚାବି ରଖିଥିଲା ।

ଯେତେବେଳେ କମ୍ପାନୀର ମାଲିକ ବାହାରକୁ ଯାଆନ୍ତି , ଠିକ୍ ସେହି ସମୟରେ ଝିଅଟି କିଛି ଟଙ୍କା ବାହାର କରି ନେଉଥିଲା । ତେବେ ଏହିପରି ଭାବରେ ଦୁଇ ମାସ ମଧ୍ୟରେ ପାଖାପାଖି 2 ଲକ୍ଷ ଟଙ୍କା ଗାୟେବ୍ କରି ଦେଇଥିଲା । ତେଜୋରୀର ଡୁପ୍ଲିକେଟ ଚାବି ତିଆରି କରିବାରେ ତାର ବର୍ୟଫ୍ରେଣ୍ଡ ହିଁ ସାହାର୍ଯ୍ୟ କରିଥିଲା । ଏମିତି କରିବାର କାରଣ ପଚାରିବାରୁ ଝିଅ ଟି ତାର ବୟଫ୍ରେଣ୍ଡ ଉପରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଏମିତି କରୁଥିଲା । ପୋଲିସ ଏହି ମାମଲାରେ ଝିଅକୁ ଗିରଫ କରିଛି ବୋଲି ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.