Swastik Tv News Odisha

ନିଦ ହେଉନି କି ? ଜାଣନ୍ତୁ ସ୍ଲିପ୍‌ ହାଇଜିନ୍ ଏହାର ଲକ୍ଷଣ ଓ କାରଣ

0

ଆମକୁ ବଞ୍ଚିବା ପାଇଁ ଯେମିତି ପାଣି, ପବନ ଏବଂ ଖାଦ୍ୟ ଦରକାର ହୋଇଥାଏ, ସେହିପରି ନିଦ୍ରା ମଧ୍ୟ ଆବଶ୍ୟକ ଅଟେ। ନିଦ ଶରୀର ପାଇଁ ନିହାତି ଆବଶ୍ୟକ ଅଟେ। ଛୋଟ ପିଲାମାନେ ଟିକେ ଅଧିକ ସମୟ ଶୁଅନ୍ତି ଏବଂ ବଡ ଲୋକ ମାନେ ତାଙ୍କ ତୁଳନାରେ ଅଳ୍ପ ସମୟ ଶୋଇଥାଆନ୍ତି। କିନ୍ତୁ ହାରାହାରି ସମସ୍ତଙ୍କୁ ୬-୮ ଘଣ୍ଟା ର ନିଦ ଆବଶ୍ୟକ ହୋଇଥାଏ। ଆମେ ଏହାକୁ ନିଦ୍ରାହିନତା କେତେବେଳେ କହିବୁ ଯେତେବେଳ ଏହା ଗୋଟିଏ ମାସ ପର୍ଯ୍ୟନ୍ତ ଲାଗି ରହିବ ଏବଂ ସପ୍ତାହରେ ୩ ଦିନ ରୁ ଅଧିକ ଏହି ସମସ୍ୟା ଲାଗି ରହିବ।ଯଦି କାହାକୁ ଦିନେ କି ଦୁଇ ଦିନ ଧରି ନିଦ ହେଉନାହିଁ ତେବେ ଆମେ ଏହାକୁ ନିଦ୍ରା ହୀନତା ବୋଲି କହି ପାରିବୁନି।

ନିଦ୍ରା ହୀନତା ର ଲକ୍ଷଣ- ଏହାର ୩ ପ୍ରକାର ଲକ୍ଷଣ ରହିଛି।

ପ୍ରଥମତଃ ଜଣେ ଯେତେବେଳ ବେଡ୍ କୁ ଯିବ, ସେତେବେଳେ ତାକୁ ନିଦ ଆସିବ ନାହିଁ। ବେଡ୍ ରେ ୩/୪ ଘଣ୍ଟା ପଡ଼ିଲା ପରେ ଯାଇ ନିଦ ଆସିବ।

ଦ୍ବିତୀୟ ପ୍ରକାର ହେଉଛି ଶୋଇଲା ପରେ ଯଦିଓ ନିଦ ହୋଇଯିବ କିନ୍ତୁ ରାତିରେ ମଝିରେ ମଝିରେ ନିଦ ଭାଙ୍ଗି ଯିବ। ଠିକ ଭାବରେ ନିଦ ହେବ ନାହିଁ।

ତୃତୀୟ ପ୍ରକାର ହେଉଛି ରାତିରେ ଶୋଇବା ପରେ ନିଦ ହୋଇ ଯାଇଥିବ କିନ୍ତୁ ସକାଳ ହେବା ର ୨/୩ ଘଣ୍ଟା ପୁର୍ବରୁ ନିଦ ଭାଙ୍ଗି ଯିବ ଏବଂ ସକାଳେ ଅସହଜ ଅନୁଭଵ ହେବ। ନିଦ ନିଦ ଲାଗୁଥିବ। ତାକୁ ନିଦ ହୋଇନାହିଁ ବୋଲି ଅନୁଭଵ ହେବ।

ନିଦ୍ରା ହୀନତା ର କାରଣ କଣ?

୧) ଶୋଇବା ସ୍ଥାନ ପରିବର୍ତ୍ତନ ହେଲେ ବହୁତ୍ ଜଣଙ୍କ ପାଖରେ ଏହି ସମସ୍ୟା ଦେଖାଯାଏ।

୨) ଶୋଇବା ରୁମ ପରିଷ୍କାର ପରିଚ୍ଛନ୍ନ ନଥିଲେ ବାହାରୁ ଲାଇଟ୍ ପଡୁଥିଲେ ନିଦ ହେବ ନାହିଁ।

୩) ଶୋଇବା ରୁମ୍ ପାଖରେ କୌଣସି ଉଚ୍ଚ ଶବ୍ଦ ଆସୁଥିଲେ ନିଦ ହେବାରେ ସମସ୍ୟା ହେବ।

୪) ରୁମ୍ ର ତାପମାତ୍ରା ସନ୍ତୁଳିତ ଥିବା ଦରକାର୍। ଯେମିତି ବେଶି ଥଣ୍ଡା ହେବ ନାହିଁ କି ଅଧିକ ଗରମ ହେବ ନାହିଁ।

୫) ଶାରୀରିକ ଯନ୍ତ୍ରଣା ଏବଂ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଲେ ନିଦ ହେବ ନାହିଁ।

୬) ହାର୍ଟ ଏବଂ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥିଲେ ନିଦ ଠିକ୍ ଭାବରେ ହୋଇ ନଥାଏ।

୭) ମାନସିକ ଚାପ, ଡରରେ ମଧ୍ୟ ନିଦ୍ରା ହୀନତା ର ଲକ୍ଷଣ ଦେଖାଯାଏ।

୮) ଶୋଇବା ପୁର୍ବରୁ ମୋବାଇଲ୍ ଦେଖିବା ଅଭ୍ୟାସ ବା ଇଣ୍ଟରନେଟ ଏଡିକସନ କାରଣରୁ ନିଦ୍ରା ହୀନତା ଦେଖା ଦେଉଛି।

ତେଣୁ ଏଥିପ୍ରତି ଆପଣ ଆଦୌ ଅବହେଳା ନକରି ଯଥା ସମ୍ଭବ ଡାକ୍ତରଙ୍କ ପରାମର୍ଶ ନେଇ ଏହି ସମସ୍ୟାକୁ ଦୂର କରନ୍ତୁ। ଯାହା ଫଳରେ ଏହା ଆପଣଙ୍କୁ ଅନେକ ବଡ ବଡ ଶାରୀରିକ ସମସ୍ୟା ରୁ ରକ୍ଷା କରି ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.