Swastik Tv News Odisha

ନିର୍ବାଚନ ପୂର୍ବରୁ ଗରିବଙ୍କ ପାଇଁ ଖୁସି ଖବର : କେନ୍ଦ୍ର ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା, ବର୍ଷକୁ ମିଳିବ ୬୦,୦୦୦ ଟଙ୍କା, ଜାଣନ୍ତୁ କିପରି ଏବଂ କଣ କରିବାକୁ ପଡିବ…

0

ଲୋକମାନେ ଆଜିକାଲି ସବୁ ବେଳେ ସହଜ ଉପାୟରେ କିଛି ପାଇବାକୁ ଚାହିଁ ଥାଆନ୍ତି। ଏହି ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତ କ୍ଷମତା ଲୋକଙ୍କ ପାଖରେ ତେଣୁ ଲୋକମାନେ ଯାହା କିଛି କରି ପାରିବେ। ରାଷ୍ଟ୍ରର ଶାସନ ଭାର ସରକାର ପାଖରେ ତେବେ ଲୋକ ମାନଙ୍କ ସବୁ ସୁବିଧା ଓ ଅସୁବିଧା ବୁଝିବା ଦାୟିତ୍ବ ତାଙ୍କ ପାଖରେ। ଆଉ ସରକାର ସର୍ବଦା ଲୋକଙ୍କ ପରିସ୍ଥିତି ଦେଖି ବିଭିନ୍ନ ଯୋଜନା ଆଉ ପଲିସ ମାଧ୍ୟମରେ ସହାୟତାର ହାତ ବଢ଼ାଇ ଥାଆନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ ଅନେକ ସ୍ୱତନ୍ତ୍ର ଯୋଜନା ପରିଚାଳିତ ହୋଇଅଛି। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଯୋଜନା ବିଷୟରେ କହିବୁ ଯେଉଁଥିରେ ଆପଣ ମାନଙ୍କୁ ପ୍ରତି ମାସରେ 5000 ଟଙ୍କା ଲେଖାଏଁ ସରକାର ଦେଇ ଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଏହି ଟଙ୍କା ଆପଣ ମାନଙ୍କ ବୃଦ୍ଧା ଅବସ୍ଥାକୁ ସୁରକ୍ଷିତ କରିବା ସହିତ ବହୁତ କାମରେ ଆସିଥାଏ। ସେହିପରି ସରକାର ଅନେକ ଯୋଜନା ମାଧ୍ୟମରେ ଆପଣମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଥାଆନ୍ତି। ସୂଚନା ଅନୁସାରେ ଯୋଜନାର ନାମ ହେଉଛି ଅଟଳ ପେନସନ ଯୋଜନା। ଏହି ଯୋଜନାରେ ସରକାର ପ୍ରତି ମାସରେ ନିର୍ଦିଷ୍ଟ ରାଶି ପ୍ରଦାନ କରି ଥାଆନ୍ତି ଏବଂ ନାଗରିକ ମାନଙ୍କୁ ପ୍ରତି ମାସରେ 1000 ରୁ 5000 ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଦେଇ ଥାଆନ୍ତି। ଭାରତୀୟ ନାଗରିକ ମାନେ ବିଶେଷ କରି ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ଅର୍ଥାତ 18 ରୁ 44 ବର୍ଷ ବୟସର ମାନେ ଏହି ଯୋଜନାରେ ନିବେଶ କରିବା ସହିତ ଲାଭ ଉଠାଇ ପାରିବେ। ଏହାକୁ ପରିଚାଳିତ କରୁଅଛି ପେନସନ ପାଣ୍ଠି ଓ ବିକାଶ ପ୍ରାଧିକରଣ। ପେନସନ ଯୋଜନାରେ ନାଗରିକ ମାନଙ୍କୁ ପ୍ରତି ମାସରେ ପ୍ରିମୀୟମ ରାଶି ଦେବାକୁ ପଡିବ।

ଯଦି ନାଗରିକ ମାନଙ୍କୁ 18 ବର୍ଷରୁ ବୟସରୁ ଅଧିକ ହୁଏ ତେବେ ତାଙ୍କୁ ପ୍ରତି ମାସରେ 210 ଟଙ୍କା ପ୍ରିମିୟମ ଦେବାକୁ ପଡି ଥାଏ। ଆଉ ତାଙ୍କୁ ଯଦି ପ୍ରତି ମାସରେ 1000 ଟଙ୍କା ପେନସନ ପାଇବାକୁ ହେବ ତେବେ ପ୍ରତି ମାସରେ 18 ବର୍ଷ ବୟସରେ 42 ଟଙ୍କା ଦେବାକୁ ପଡିବ। ଯଦି କୌଣସି କାରଣରୁ 60 ବର୍ଷ ବୟସରୁ କମ ବୟସରେ ମୃତ୍ୟୁ ହୋଇଯାଏ ତେବେ ଅଟଳ ପେନସନ ଯୋଜନାର ଅର୍ଥ ଲାଭର୍ଥୀଙ୍କ ମନୋନୀତ ସଦସ୍ୟଙ୍କୁ ଦିଆଯାଇଥାଏ।

ଏହି ଯୋଜନାରେ ନିଜର ଆକାଉଣ୍ଟ ଖୋଲବା ପାଇ ଆପଣମାନଙ୍କୁ ସେହି ବ୍ୟାଙ୍କକୁ ଯିବାକୁ ପଡ଼ିବ ଯେଉଁଠାରେ ଆପଣଙ୍କ ସଂଚୟ ବ୍ୟାଙ୍କ ଆକାଉଣ୍ଟ ରହିଛି ଏବଂ APY ଫୋର୍ମ ପୂରଣ କରିବେ। ଆଉ ସେହି ଆକାଉଣ୍ଟ ସହିତ ମୋବାଇଲ ନମ୍ବର ଓ ଆଧାର କାର୍ଡର ସଂଯୋଗ କରିବାକୁ ପଡିବ। ଏହାପରେ କିସ୍ତି ଆକାରରେ ଆକାଉଣ୍ଟୁ ରୁ ପ୍ରତି ମାସରେ କଟା ଯିବ। ଆପଣ ମାନଙ୍କୁ 42 ବର୍ଷ ବୟସ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ ଏବଂ ଏହାପରେ 42 ବର୍ଷ ରେ ମୋଟ 1.04 ଲକ୍ଷ ଟଙ୍କା ହେବ। ଆଉ 60 ବର୍ଷ ବୟସ ପରେ ମାସିକ 5000 ଟଙ୍କା ମିଳିବ। ଏହି ଯୋଜନାରେ ଜଣେ ସଦସ୍ୟଙ୍କ ପାଇଁ ଗୋଟିଏ ଖାତା ମାତ୍ର ଖୋଲା ଯାଇପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.