ପଣା ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଇଥାଏ , ଏହା ସାଧାରଣତଃ ଏପ୍ରିଲ 14 ତାରିଖରେ ପଡିଥାଏ । ଏହି ଦିନ ଛୋଟ ମାଠିଆରେ କଣା ରଖି ତୁଳସୀ ଚଉରାମୂଳେ ବାନ୍ଧି ଦିଆଯାଇଥାଏ । ମାଠିଆରୁ ଥିବା ଛୋଟ କଣାରୁ ପାଣି ଝରିଥାଏ , ଯାହାକୁ ବର୍ଷାକୁ ସୂଚାଇଥାଏ । ତେବେ ଆଜି ଆମେ ଜାଣିବା ଏହି ଦିନ କେଉଁ କାର୍ଯ୍ୟ କରିବା ନିଷେଧ ହୋଇଥାଏ ।
1. ସମ୍ୱନ୍ଧ :-
ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଉପରେ ହନୁମାନଙ୍କ କୂପ ଦୃଷ୍ଟି ନପଡୁ ବୋଲି , ତ ଖାସ୍ କରି ଏହିଦିନ କାହାସହିତ ମଧ୍ୟ ଶାରୀରିକ ସମ୍ୱନ୍ଧ ରଖନ୍ତୁ ନାହିଁ । ଅନ୍ୟଥା ମହାବୀରଙ୍କ କୋପର ଶିକାର ହେବା ପାଇଁ ପ଼ଡିପାରେ । ଏହି ଦିନ ସମ୍ୱନ୍ଧ ସ୍ଥାପନ କରିବା ଦ୍ୱାରା ସନ୍ତାନ ବିକଳାଙ୍ଗ ଜନ୍ମ ହୋଇପାରନ୍ତି । ଏଥିପାଇଁ ଏହି ଦିନ ମନକୁ ସଂଯମ କରି ରଖନ୍ତୁ , ନହେଲେ ଭୟଙ୍କର ବିପଦ ମାଡିଆସିପାରେ ।
2. ଦୁଗ୍ଧରେ ବନାଯାଇଥିବା ଜିନିଷ ଘରକୁ ଆଣନ୍ତୁ ନାହିଁ :-
ଏହି ଦିନ ଦୁଗ୍ଧରେ ବନାଯାଇଥିବା ମିଠା ଯଥା ରାବିଡୀ ଇତ୍ୟାଦି ବର୍ଜିତ ମାନାଯାଇଅଛି , ଦୁଗ୍ଧକୁ ଚନ୍ଦ୍ରମାଙ୍କ କାରକ ମାନାଯାଇଛି । ଚନ୍ଦ୍ରମା ଏବଂ ମଙ୍ଗଳ ଦୁଇଜଣଙ୍କର ବିରୋଧୀ ଅଟନ୍ତି , ଏଥିପାଇଁ ଏହିଦିନ ଦୁଗ୍ଧ ବା ଏଥିରେ ତିଆରି ଜିନିଷ ଘରକୁ ଆଣନ୍ତୁ ନାହିଁ । ନହେଲେ ଆପଣଙ୍କୁ ଭାରି ମାତ୍ରାରେ କ୍ଷତି ସହିବାକୁ ପଡିବ ।
3. ଲୁହା ଜିନିଷ କିଣନ୍ତୁ ନାହିଁ :-
ଏହିଦିନ କୌଣସି ଲୁହା ଜିନିଷ କିଣିବା ଅଶୁଭ ମାନାଯାଇଛି ଏବଂ ଷ୍ଟିଲ ଜିନିଷ କିମ୍ୱା ଧାଚର ଥିବା ବସ୍ତୁ ଯେମିତି ଚାକୁ , କଇଁଚି ଆଦି କିଣନ୍ତୁ ନାହିଁ । ଏହି ଦିନ ନଖ ଏବଂ ବାଳ କାଟିବା କେବେବି ଉଚିତ୍ ହୋଇ ନଥାଏ । ଏହା କରିବା ଦ୍ୱାରା ହନୁମାନଙ୍କର କୂପ ଦୃଷ୍ଟିର ସାମ୍ନା କରିବାକୁ ପଡିଥାଏ ।
4. ମାଛ , ମାଂସ ଏବଂ ମଦ୍ୟପାନରୁ ଦୂରେଇ ରୁହନ୍ତୁ :-
ବଜରଙ୍ଗବାଲୀଙ୍କର କ୍ରୋଧର ସାମ୍ନା ଏପରି ଲୋକଙ୍କୁ ସର୍ବଦା କରିବାକୁ ପଡିଥାଏ । ଯେଉଁ ଲୋକମାନେ ଏହି ଦିନ ମାଂସ ଏବଂ ମଦିରାରର ସେବନ କରିଥାନ୍ତି , ସେମାନଙ୍କୁ ବଜରଙ୍ଗବାଲି ବରବାଦ କରି ଦେଇଥାନ୍ତି । ସେହିପରି ଲୋକମାନଙ୍କୁ ହନୁମାନ ଭିକାରୀ କରି ଛାଡିଥାନ୍ତି , ସେଥିପାଇଁ ଆପଣ ଏମିତି ଭୁଲ କରନ୍ତୁ ନାହିଁ ।
5. ମନରେ କ୍ରୋଧ ରଖି ପୂଜା କରନ୍ତୁ ନାହିଁ :-
ଯଦି ଏହି ଦିନ ଆପଣ କ୍ରୋଧରେ ଅଛନ୍ତି କିମ୍ୱା ମନରେ ରାଗ ଅଛି ତେବେ ଭୁଲରେ ମଧ୍ୟ ହନୁମାନଙ୍କୁ ପୂଜା କରନ୍ତୁ ନାହିଁ । ହନୁମାନଙ୍କୁ ଶାନ୍ତି ଅଧିକ ପ୍ରିୟ ଅଟେ , ଯେଉଁ ବ୍ୟକ୍ତି ମନରେ ହନୁମାନଙ୍କ ପ୍ରତି କୌଣସି କାରଣରୁ କ୍ରୋଧ ରଖି ପୂଜା କରିଥାଏ ତାଙ୍କୁ କୌଣସି ଫଳ ମିଳି ନଥାଏ । ଏହି ଦିନ ହନୁମାନଙ୍କୁ ଭଲ ସୁଗନ୍ଧିତ ପୁଷ୍ପ , ଫଳ ଓ ଲଡୁ ଦେବା ଦ୍ୱାରା ବଜରଙ୍ଗବାଲୀ ଆପଣଙ୍କ ଉପରେ ଖୁସୀ ହୋଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।