Swastik Tv News Odisha

ପଲ୍ଲୀରୁ ଦିଲ୍ଲୀ…ସବୁରି କଣ୍ଠରେ ଅରିନ୍ଦମ୍, ବିଧାତା କାହିଁକି ଏମିତି ଖେଳିଲା ଖେଳ, ସାରା ଓଡ଼ିଶାରେ ଏହି song ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ରହିଛି। ଜୀବନ ହେଉଛି ସରୁ ପତ୍ର ସଦୃଶ, ସାରୁ ପତ୍ରରେ ପାଣି ପଡିଲେ ଯେମିତି ଢଳ ଢଳ ହୋଇ ତଳକୁ ଖସି ପଡେ, ଜୀବନ ମଧ୍ୟ ଠିକ ସେମିତି ଅଟେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ତାକୁ କେହି ବି ଅଟକାଇ ପାରିନ୍ତି ନାହିଁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଡ଼ିଶାର କେବଳ ଗୋଟିଏ ଖବରକୁ ଚର୍ଚ୍ଚା ଚାଲିଛି, ତାହା ହେଉଛି ଗଜରାଜ ଉଦ୍ଧାର ବେଳେ ବୋଟ ବୁଡ଼ି ଓଟିଭି ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ଓ ଓଡ୍ରାଫ ଯବାନ ସିତରାମ ମୁର୍ମୁଙ୍କର ମୃତ୍ୟୁ, ଆଜି ଆମେ ଆପଣଙ୍କୁ ସେ ଦୁହିଁଙ୍କ ଉପରେ ଜଣେ ବ୍ୟକ୍ତି ନିଆରା ଢଙ୍ଗରେ ଗୀତ ଗାଇ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ଏଭଳି ଗୀତ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଗୀତରେ କେଉଁ ଭଳି ଭାବରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସେହି ବିଷୟରେ ଜାଣିବା;

ସୂଚନା ଅନୁଯାୟୀ, ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସ ନିଜର ସାହାସିକତା ଦେଖାଇ ପାଣିରୁ ହାତୀକୁ ଉଦ୍ଧାର କରିବାର ଲାଇଭ ଟେଲିକାଷ୍ଟ କରିବା ପାଇଁ ଓଡ୍ରାଫ ଟିମଙ୍କ ସହିତ ଯାଇଥିଲେ ଓ ଦୁର୍ଭାଗ୍ୟ ବଶତଃ ବୋଟଟି ଓଲଟି ପଡିବାରୁ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସିତରାମ ମୁର୍ମୁଙ୍କର ମୃତ୍ୟୁ ହୋଇଛି ବୋଲି ଆପଣ ମାନେ ସମସ୍ତେ ଜାଣି ଥିବେ। ସେମାନଙ୍କର ଏହି ମୃତ୍ୟରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି। ଅରିନ୍ଦମ ଦାସ ଜଣେ ସଚୋଟ ରିପୋର୍ଟର ରହିଥିଲେ ଓ ସେ ପ୍ରତ୍ୟକ କାର୍ଯ୍ୟକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ଥାଆନ୍ତି। ବନ୍ୟା ହେଉ କି ବାତ୍ୟା ହେଉ ସେ ପ୍ରତ୍ୟକ ସମୟରେ ସାହାସିକତାର ସହ ରିପୋର୍ଟଟିଙ୍ଗ କରି ଥାଆନ୍ତି।

ତେବେ ସେମାନ ଦୁଇ ଜଣଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଓ ନୂଆପଡ଼ା ରୁ ନୂଆଦିଲ୍ଲୀର ସବୁ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାର ଲୋକ ମାନେ ଆୟୋଜନ କରିଥିଲେ। କିନ୍ତୁ ସେହି ସମୟରେ ନୂଆପଡାର ଜଣେ ଗୀତିକାର ସେମାନ ଦୁଇ ଜଣଙ୍କ ପାଇଁ ସମ୍ବଲପୁରୀ ଗୀତ ଆକାରରେ ନିଆର ଢଙ୍ଗର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗୀତରେ ପ୍ରତିଟି ଶବ୍ଦରେ ରହିଛି ପୁରା କାହାଣୀ,ତାଙ୍କର ଲୋକ ପ୍ରିୟତା ଓ ସାମ୍ବାଦିକ ଜୀବନ କେଉଁ ଭଳି ଭାବରେ ଲୋକ ମାନଙ୍କ ହୃଦୟରେ ରହିଥିଲେ, ଏହି ଗୀତ ଆକାରରେ ଦର୍ଶାଇଛନ୍ତି। ଏହି ଗୀତର ବୃନ୍ଦାବନ ମେହେର ସଙ୍ଗୀତ ନିର୍ଦେଶକ ଦେଇ ଥିବା ବେଳେ ସେ ନିଜେ ହିଁ କଣ୍ଠ ସ୍ୱର ଦେଇଛନ୍ତି। ଏହି ହୃଦୟ ଭରା ଗୀତଟି ସେମାନ ଦୁଇ ଜଣଙ୍କ ପାଇଁ ଏକ ନିଆରା ଶ୍ରଦ୍ଧାଞ୍ଜଳି ଅଟେ। ଏହି ଗୀତଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.