Swastik Tv News Odisha

ପାଗେଳୀ ମା କୋଳରେ କଅଁଳ ଛୁଆ ହେ ଭଗବାନ ସମ୍ପୂର୍ଣ୍ଣ କଥା ଜାଣିଲେ ଆପଣ ବି କାନ୍ଦି ପକେଇବେ

0

ଦୁନିଆ ରେ ଭଗବାନ ବୋଲି ପ୍ରଥମେ ମାଆ ବାପା ଙ୍କୁ କୁହାଯାଏ । ମାଆ ବାପା ଗୋଟେ ପିଲା କୁ ଜନ୍ମ ଦେବା ଠାରୁ ଆରମ୍ଭ ପିଲା ଟି ବଡ ହେବା ପର୍ଯ୍ୟନ୍ତ କେତେ ଦୁଃଖ କଷ୍ଟ ତା ପାଇଁ ସହ୍ୟ କରିଥାଆନ୍ତି । ଗୋଟେ ପିଲା ଯେତେବେଳେ ମାଆ ପେଟରେ ରହିଥାଏ ସେତେବେଳେ ସେହି ମାଆ ଟି ପିଲା ଟି କୁ ଦଶ ମାସ ଧରି ନିଜ ଗର୍ଭ ରେ ତାକୁ ପାଳିଥାଏ । ସେହି ସମୟ ରେ କେତେ କଷ୍ଟ, କେତେ ଯନ୍ତ୍ରଣା, କେତେ ଦୁଃଖ ତାକୁ ସହ୍ୟ କରିବାକୁ ପଡିଥାଏ, ହେଲେ ମାଆ ଟି ନିଜର ଦୁଃଖ କଷ୍ଟ କୁ ନଦେଖି ପିଲା ର ଭଲ କଥା ଚିନ୍ତା କରୁଥାଏ ।

କିପରି ଭାବେ ପିଲା ଟି ଭଲ ରେ ଭଲରେ ଜନ୍ମ ହୋଇଯିବ, ଭଲ ରେ ଏହି ଦୁନିଆ ଆଲୋକ ଦେଖିବ। ଆଉ ପିଲାଟି ଯେତେବେଳେ ଜନ୍ମ ହୁଏ ସେତେବେଳେ ପିଲା ଟି ର ମୁହଁ କୁ ଦେଖି ମାଆ ଟି ର ସେହି ଦୁଃଖ କଷ୍ଟ ସବୁ ଦୂର ହୋଇଯାଏ । ଆଉ ତାପରେ ଅନେକ ଦୁଃଖ କଷ୍ଟ କୁ ସହି ବାପା ମାଆ ଦୁହେଁ ନିଜ ପିଲା ଟି କୁ ସବୁ ଦୁଃଖ କଷ୍ଟ ରୁ ଦୂରରେ ରଖି ଥାଆନ୍ତି । ସବୁବେଳେ ଏହି ଭାବନା ରେ ଥାଆନ୍ତି କି ଆମ ପିଲା ସବୁବେଳେ ଭଲ ରେ ଥାଉ, ସବୁବେଳେ ହସୁଥାଉ, ଭଗବାନ ତା କଷ୍ଟ ସବୁ ଆମକୁ ଦେଇ ଦିଅନ୍ତୁ ପଛେ କିନ୍ତୁ ଏହି ତାକୁ ସବୁବେଳେ ଭଲରେ ରଖି ଥାଆନ୍ତୁ । ପିଲା ଟି ବୟସ ରେ ଯେତେ ବଡ ହୋଇଗଲେ ବି ନିଜ ମାଆ ବାପା ଙ୍କ ପାଇଁ ସିଏ ସବୁବେଳେ ଛୋଟ ପିଲା ହୋଇଥାଏ।

ତେବେ ଥରେ ଚିନ୍ତା କରିଲେ ଜଣେ ମାଆ ବାପା ଯେତେବେଳେ ନିଜ ପିଲା ପାଇଁ ଏତେ ସବୁ କଷ୍ଟ କରୁଛନ୍ତି, କେତେ ସ୍ୱପ୍ନ ମଧ୍ୟ ଦେଖୁଛନ୍ତି ନିଜ ପିଲା କୁ ନେଇ, ତେବେ ତାଙ୍କ ଆଖି ଆଗରେ ଯଦି ପିଲା ଟି ର କିଛି ହୋଇଯିବ ତେବେ ତାଙ୍କ ଉପରେ କଣ ସବୁ ବିତୁଥିବ । ଗୋଟେ ପିଲା ଦେହରେ ଯଦି ଟିକେ ବି କିଛି କଷ୍ଟ ହେଉଥିବ, ତେବେ ପିଲା ଟି ପାଟିରୁ କିଛି ଶବ୍ଦ ବାହାରି ଆଗରୁ ମାଆ ଟି ଆଖିରେ ଲୁହ ଆସିଯାଇଥାଏ ।

ତେବେ ଯଦି ସେହି ମାଆ ଟି ଆଖି ଆଗରେ ନିଜ ପିଲା ଟି ର କିଛି ହୋଇଯାଏ ତେବେ ସେ କେବେବି ଚୁପ୍ ହୋଇ ବସିପାରେ ନାହିଁ । କୁହାଯାଏ କି ଜଣେ ପିଲା ର ଯଦି କୌଣସି ଅସୁବିଧା ହୁଏ କିମ୍ବା ସେ କିଛି ଅସୁବିଧା ରେ ପଡେ ତେବେ ମାଆ କୁ ଆପେ ଆପେ ହିଁ ଅନୁଭବ ହୋଇଯାଏ କି ତା ପିଲା ର କିଛି ଅସୁବିଧା ହୋଇଛି କିମ୍ବା ସେ କିଛି ଅସୁବିଧା ରେ ପଡିଛି । ଜଣେ ମାଆ ର ଯଦି ବୁଝିବା ଶକ୍ତି ବି ଚାଲିଯାଏ ଅର୍ଥାତ୍ ଯଦି ପାଗିଳି ବି ହୋଇଯାଏ ।

ତେବେ ବି ସେ ସାରା ଦୁନିଆ ପାଇଁ ପାଗିଳି ହୋଇଯାଏ, ହେଲେ ନିଜ ପିଲା ପାଇଁ ନୁହେଁ । ନିଜ ପିଲା ର କିଛି ବି ହୋଇଗଲେ ନା ସେ ସଙ୍ଗେ ସଙ୍ଗେ ଲାଗିପଡିଥାଏ ନିଜ ପିଲା କୁ ଭଲ କରିବା ପାଇଁ । ଆମେ ମାନେ ମଧ୍ୟ ଆଜି ଆପଣ ମାନଙ୍କୁ ସେହି ପରି ଜଣେ ପାଗିଳି ମାଆ ର ମମତା ସମ୍ପର୍କରେ କହିବୁ, ଯାହାକୁ ଦେଖି ଆଖପାଖ ର ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ମାଆ ପାଗେଳି ହେଲେବି ନିଜ ପିଲା ଉପରେ ବିପଦ ଆସିଲେ କିପରି ରକ୍ଷା କରେ ତାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ମାଆ ନିଜର ମାନସିକ ଭାରସାମ୍ୟ ହରାଇ ସାରିଥିଲେ ବି ନିଜର ତିନି ବର୍ଷ ର ଝିଅ କୁ ଧରି ଆଜିକୁ ଦୁଇ ମାସ ହେବ ରାସ୍ତା କଡ, ଦୋକାନ ବାରଣ୍ଡା ରେ ପଡି ରହିଛି ପାଗେଳି ମାଆ । ଝିଅ କୁ ଜ୍ୱର ହୋଇଥିବା ବେଳେ ମାନସିକ ଭାରସାମ୍ୟ ହରାଇ ସାରିଥିବା ସତ୍ଵେ ଅନେକ ସେବା କରୁଛି ଝିଅ ର ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଶିମିଳିପାଳ ଗାଁ ର । ଦିନେ ନିଜ ଦେହରେ ହାତ ଲଗେଇବାକୁ ଦେଉନଥିବା ମାଆ ଆଜି ନିଜର ଝିଅ ପାଇଁ ବିନା କିଛି ଅଝଟ ରେ ଆମ୍ବୁଲାନ୍ସ ରେ କିପରି ବସିଗଲା ସେହି କଥା ସମସ୍ତ ଙ୍କ ଆଶ୍ଚର୍ଯ୍ୟ କରି ଦେଇଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.