Swastik Tv News Odisha

ପାଣିରେ ଏହି ଗୋଟିଏ ଜିନିଷ ମିଶାଇ ପ୍ରତିଦିନ ସକାଳୁ ପିଅନ୍ତୁ ପେଟ, ଜଙ୍ଘର ଚର୍ବି ସବୁଦିନ ପାଇଁ ଗାଏବ ହୋଇଯିବ । Loss Belly Fat

0

ଆଜିର ସମୟରେ ଦିନକୁ ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେ ଆମ ସ୍ଵାସ୍ଥ୍ୟ ପ୍ରତି ଠିକରେ ଧ୍ୟାନ ଦେଇ ପାରୁ ନାହୁ ଆଉ କେତେବେଳେ କେମିତି କଣ ଖାଦ୍ୟ ଆମେ ଖାଉଛୁ ତାର କିଛି ସମୟ ଜ୍ଞାନ ନାହିଁ ।ଆଉ ଆମର ଶାରୀରିକ ପରିଶ୍ରମ ଦିନକୁ ଦିନ କମିବାରେ ଲାଗିଛି ଆମେ ସବୁ କାମ ପାଇଁ ମ୍ୟାସିନ ବା ଅନ୍ୟ ଉପରେ ନିର୍ଭରଶୀଳ ହେଇ ଯାଉଛୁ ।ସେଥିପାଇଁ ଆମେ ଲକ୍ଷ ଦେଉ ନାହୁଁ କି ଧୀରେ ଧୀରେ ଶରୀରର ଚର୍ବି ବଡିବାରେ ଲାଗୁଛି ଆଉ ବହୁତ ପରେ ଯେତେବେଳେ ସେହି ମୋଟାପା ନେଇ ଆମେ କିଚୁ ଅସୁବିଧା ଅନୁଭବ କରୁଚୁ ସେତେବେଳେ ମୋଟାପା ବା ଚର୍ବି କମାଇବା ପାଇଁ ବିଭିନ୍ନ ଉପାୟ କରୁଛୁ ।

ତେବେ ସେହି ଚର୍ବିକୁ କମାଇବା ପାଇଁ ଆପଣ ବହୁତ ଚେଷ୍ଟା କରିଥିବେ ତେବେ ଆମର ଏହି ରିମେଡି କୁ ବ୍ୟବହାର କରି ଦେଖନ୍ତୁ ମାତ୍ର 15 ଦିନରେ ରେଜଲ୍ଟ ଦେଖି ପାରିବେ ।ତେବେ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ନିଜ ଘରେ ତିଆରି କରି ପାରିବେ ।

ଆବଶ୍ୟକ ସାମଗ୍ରୀ:-

-ପାଣି
-ଜିରା
-ଡାଲଚିନି
-ଲେମ୍ୱୁ
-ଅଳେଇଚ

ପ୍ରସ୍ତୁତି ପ୍ରଣାଳୀ:-

-ଏହି ରିମେଡି ତିଆରି ପାଇଁ ପ୍ରଥମେ ଦୁଇ ଗ୍ଲାସ ପାଣି ନିଅନ୍ତୁ ଆଉ ତାହାକୁ ଗୋଟିଏ ପେନରେ ରଖନ୍ତୁ ।ଏବେ ସେହି ପାଣିରେ ଏକ ଚାମୁଚ ଜିରା ପକାନ୍ତୁ ତାପରେ ଦୁଇ ଖଣ୍ଡ ଡାଲଚିନି ସେହି ପାଣିରେ ପକାନ୍ତୁ ।ତେବେ ଡାଲଚିନି ମେଟାପୋଲିଜ କୁ ନିୟନ୍ତ୍ରଣ କରିଥାଏ ଓ ମେଦ କମାଇବାରେ ସାହାଯ୍ୟ କରିଥାଏ ।ତାପରେ ୨ରୁ 3ଟି ଅଳେଇଚ ନିଅନ୍ତୁ ଆଉ ତାର ଚୋପା ଟିକିଏ ଖୋଲି ସେହି ପାଣିରେ ପକାନ୍ତୁ ତେବେ ଶେଷରେ ଗୋଟିଏ ଲେମ୍ବୁ ନିଅନ୍ତୁ ଆଉ ତାକୁ ଗୋଲ ଗୋଲ କରି କାଟି ନିଅନ୍ତୁ ଆଉ ତାକୁ ମଧ୍ୟ ସେହି ପାଣିରେ ମିଶାନ୍ତୁ ।

-ଏବେ ସେହି ସବୁକୁ ଗ୍ୟାସର ଲୋ ଫ୍ଲେମରେ ଫୁଟାନ୍ତୁ ତେବେ ମଝିରେ ମଝିରେ ତାହାକୁ ଗୋଳଉ ଥିବେ ।ସେମିତି 10 ମିନିଟ ଯାଏ ଫୁଟିବାକୁ ଦିଅନ୍ତୁ ଯେପରି 2 ଗ୍ଲାସ ପାଣି ଫୁଟି ଏକ ଗ୍ଲାସ ନହେଇଛି ।ଆଉ ଏହି ଭିତରେ ସବୁ ସାମଗ୍ରୀର ଉପାଦାନ ଗୁଡିକ ଭଲ ଭାବରେ ପାଣିରେ ମିଶି ଯିବ ।ତେବେ ଫୁଟି ସାରିଲା ପରେ ତାହାକୁ ଥଣ୍ଡା ହେବାକୁ ରଖି ଦିଅନ୍ତୁ ।

-ଥଣ୍ଡା ହେଇଗଲା ପରେ ସେହି ପାଣିକୁ ଗୋଟିଏ ଗ୍ଲାସ କୁ ଛାଣି ଦିଅନ୍ତୁ ।ତେବେ ଆପଣ ଚାହିଁଲେ ଏଥିରେ ସ୍ୱାଦ ପାଇଁ ମହୁ ବି ମିଶାଇ ପାରିବେ ।

ଏହାର ବ୍ୟବହାର:-

-ତେବେ ପ୍ରସ୍ତୁତ କରିଥିବା ଏହି ରିମେଡିକୁ ସବୁଦିନ ଦୂର ଥର ପିଅନ୍ତୁ ଆଉ ପିଇବାର 1 ଘଣ୍ଟା ଯାଏ କିଛି ବି ଖାଆନ୍ତୁ ନାହିଁ ।ତେବେ ସକାଳେ ଖାଲି ପେଟରେ ଏକ ରାତିରେ ଖାଇବାର 1 ଘଣ୍ଟା ପୂର୍ବରୁ ।

-ଏମିତି ରେଗୁରଲ ଏହି ରିମେଡିକୁ ପିଇବା ସହିତ ଟିକିଏ ଏକ୍ସାସାଇଜ କରିବେ ତାହେଲେ ଦେଖିବେ 15 ଦିନ ଭିତରେ କେମିତି ଆଶ୍ଚର୍ଯ୍ୟ ଜନକ ପରିବର୍ତ୍ତନ ଆସିବ ଆପଣଙ୍କ ଶରୀରରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.