ପିରିୟଡ୍‌ସ ବେଳେ ସଫାସୁତରା ( Menstrual Hygiene ) କେମିତି ରହିବେ ? | Dr. Chinmayee Kar

ହଁ ଦର୍ଶକ ବନ୍ଧୁ ଆଜି ମୁଁ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛି, ସେ ବିଷୟରେ ପ୍ରତେକ ଝିଅ ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ | ତାହା ଛଡା ଖାଲି ଝିଅ ନୁହଁ ସମସ୍ତଙ୍କ ପାଇଁ ଏଇଟା ଆବଶ୍ୟକ ହୋଇଥାଏ ଜାଣି ରଖିବା | କାରଣ ପିରିୟଡ଼ସ କୌଣସି ଖରାପ ଜିନିଷ ଵା ଖରାପ କଥା ନୁହଁ, ଏଇଟା ହେଉଛି ଗୋଟିଏ ପ୍ରାକୃତିକ ଜିନିଷ ଯାହା ପ୍ରତେକ ମହିଳା ମାନଙ୍କ ଠାରେ ଓ ସମୟ ଵା ବୟସ ଅନୁସାରେ ଦେଖା ଦେଇଥାଏ | ତେବେ ଏହି ପିରିୟଡ଼ ସସମୟରେ ମଧ୍ୟ ଆମର ଟିକିଏ ଅସାବଧାନତା କାରଣରୁ ବିଭିନ୍ନ ପ୍ରକାରର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ | ତାହେଲେ ଆସନ୍ତୁ ସେ ସବୁ ଅସୁବିଧାର ସମାଧାନ ବିଷୟରେ ଆଲୋଚନା କରିଵା |

 

ତେବେ ଆମେ ଜାଣିଛୁ କି ପିରିୟଡ଼ସ ହେଉଛି ଗୋଟିଏ ପ୍ରସେସ ଆଉ ଯୋଉଥିରେ ତାହା ସାଇକ୍ଲିକାଳ ରେ ହୋଇଥାଏ | ଆଉ ଆପଣଙ୍କର ଶରୀରରେ ଖରାପ ରକ୍ତ ଯୋଉଁଗୁଡା ଡେମେଜ ହୋଇ ଯାଇଛି ଵା ନଷ୍ଟ ହୋଇ ଯାଇଛି ତାହାକୁ ବାହାର ହୋଇଥାଏ | ତେବେ ମହିଳା ମାନେ ଏଥି ପାଇଁ ବହୁତ ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି | ତେବେ ଆଗ କଲରେ ଝିଅ ମାନଙ୍କର ଇନଫେକ୍ସନ ର ମାତ୍ର ଅଧିକ ଥିଲା କାରଣ ସେମାନେ କପଡା ର ବ୍ୟବହାର କରୁଥିଲେ ଆଉ ପେଡ ର ବ୍ୟବହାର ଜାଣି ନ ଥିଲେ | ତାହା ବ୍ୟତୀତ କପଡାକୁ ବାରମ୍ବାର ବ୍ୟବହାର କରିଲେ ମଧ୍ୟ ଇନଫେକ୍ସନ ର ମାତ୍ରା ବଢିଥାଏ |

ତେଣୁ ପିରିୟଡ଼ସ ବେଳେ ଇନଫେକ୍ସନ ର ମାତ୍ରା ଅଧିକ ଥିବାରୁ ଆମକୁ ଟିକିଏ କେୟାରଫୁଲ ହୋଇ କାମ କରିବାକୁ ପଡିବ |ତେବେ ଏହି ଭଳି ନାରୀ ମାନଙ୍କ ଠାରେ ଦେଖା ଦେଉଥିବା ଇନଫେକ୍ସନ ରୁ ବଞ୍ଚିବା ପାଇଁ ଆମକୁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିବାକୁ ପଡିଥାଏ | ତାହେଲେ ଆସନ୍ତୁ ସେ ସବୁ ବିଷୟରେ ଆଲୋଚନା କରିବା କି କଣ ସବୁ ସାବଧାନତା ଅବଲମ୍ବନ କରିଲେ ଆମେ ଏହି ଭଳି ଅସୁବିଧାରୁ ବଞ୍ଚି ପରିବା | ପ୍ରଥମେ ଆମେ ସେହି ସବୁ ଜାଗାକୁ ପରିଷ୍କାର ରହିବା ଯାହା ଯୋଗୁଁ ଇନଫେକ୍ସନ ହେବନି | ତାହା ବ୍ୟତୀତ ପ୍ଲାଷ୍ଟିକ ଫ୍ରି ପେଡ ବ୍ୟବହାର କରିବା , ଓ ବାରମ୍ବାର ଋତୁଶ୍ରାବ ଅନୁସାରେ ପେଡ ଚେଞ୍ଜ କରିବା, କପଡା ର ବ୍ୟବହାର କରିବା ନାହିଁ |

ଆହୁରି କେତୋଟି ସାବଧାନତା ଅବଲମ୍ବନ କରିବା ତାହା ହେଲା ପେଡ କୁ ବ୍ୟବହାର କରିବା ପୂର୍ବରୁ ହାତ ଧୋଇବା ଓ ଓଦା ଅଣ୍ଡାରଗ୍ରାଉଣ୍ଡ୍ସ ରେ କପଡା ବ୍ୟବହାର କରିବା ନାହିଁ | ତାହା ବ୍ୟତୀତ ସେହି ସବୁ ଜାଗାରେ କୋୖଣସି ଡିଓ ବ୍ୟବହାର କରିବା ନାହିଁ ଓ ସେହି ଜାଗାରେ ବ୍ୟବହୃତ କପଡା କୁ ଡିଟରଜେଣ୍ଟ ରେ ଧୋଇବା ନାହିଁ | ଯାହା ଫଳରେ ଅନଫେକ୍ସନ କମିଯିବ | ତେବେ ଯଦି ପିରିୟଡ଼ ଜନିତ ଇନଫେକ୍ସନ ନାରୀ ମାନଙ୍କ ଠାରେ ଦେଖା ଦିଏ ତାହେଲେ ଏହା ଆମ ଶରୀର ଉପରେ ପ୍ରଭାବ ପକାଇବା ସହିତ, ଏହା ଅଣ୍ଡାରଗ୍ରାଉଣ୍ଡ୍ସ ରେ କେନସନ ହେବାର ମଧ୍ୟ ସୁଯୋଗ ଦେଇଥାଏ |

ତେବେ ଏହି ଭଳି ଟିକିଏ ସତର୍କତା ଅବଲମ୍ବନ କରିଲେ ଆଉ ଇନଫେକ୍ସନ ହେବନି| ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment