Swastik Tv News Odisha

ପିରିୟଡ୍ସ ବେଳେ COVID ଟୀକା ନେବା ଉଚିତ କି ନାହିଁ ? ଜାଣନ୍ତୁ କ’;ଣ କହୁଛନ୍ତି Dr. manoj

0

ବନ୍ଧୁଗଣ ୨୦୨୦ ବର୍ଷ ଟିକୁ ଏକ କଳା ବର୍ଷ ରୂପରେ ବର୍ଣ୍ଣନା କରିଲେ କିଛି ବି ସମସ୍ୟା ନାହିଁ କାହିଁକି ନା ଏହି ମସିହାର ପ୍ରାରମ୍ଭ ରୁ ଆରମ୍ଭ ହୋଇଥିବା ଏହି କରନା ଭୁତାଣୁ (COVID-19) ର ତାଣ୍ଡବଲୀଳା ହୋଇଥିଲା ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଥମିବା ର ନାମ ନେଉନାହିଁ। ଯେବେ ଠାରୁ ଏହି କରନା ଭୁତାଣୁ ର ତାଣ୍ଡବ ଆରମ୍ଭ ହୋଇଛି ସେବେ ଠାରୁ ଦେଶର ସମସ୍ତ କାର୍ଯ୍ୟ ତଥା ସାମାଜିକ , ଆର୍ଥନୀତିକ , ରାଜନୈତିକ , ସଂସ୍କୃତିକ ତଥା ଶିକ୍ଷା ଉପରେ ବହୁତ ପ୍ରଭାବ ପକାଉଛନ୍ତି।

ଖାସ କରି ଏହାର ପ୍ରଭାଵ ରେ ସାଧାରଣ ଲୋକମାନ ଙ୍କର ନିତିଦିନିଆ ଜୀବନ ରେ ବହୁତ ବାଧା ସୃଷ୍ଟି କରୁଛି।ତେବେ ପ୍ରଥମେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ କରାଯାଇଥିଲା ।ତେବେ ଧୀରେ ଧୀରେ ବହୁତ ଚେଷ୍ଟା ପ୍ରଚେଷ୍ଟା କରିବା ଦ୍ବାରା ଏହି କରନା ଭୁତାଣୁ ର ନିରୋଧକ ଟୀକା ବାହାର କରାଯାଇଛି ।

ତେବେ ପ୍ରଥମ ପର୍ଯ୍ୟୟ ରେ ଏହି କରନା ଭୁତାଣୁ ନୋରଧକ ଟୀକା ଦେଶରେ ୪୫ ବର୍ଷ ରୁ ଉର୍ଦ୍ଧ୍ବ ବୟସ୍କ ଲୋକମାନ ଙ୍କୁ ଦିଆଯାଇଛି। ତେବେ ବୈଜ୍ଞାନିକ ମାନଙ୍କ ମତରେ ଏହି ଭୂତାଣୁ ନୋରଧକ ଟୀକା ର କେତେକ ସାଇଡ ଇଫେକ୍ଟ ରହୁଛି ।

ତେବେ ବର୍ତ୍ତମାନ ପୁଣି କରନା ଟୀକାକରଣ ର ଦ୍ୱିତୀୟ କାର୍ଯ୍ୟାୟ ସାରା ଦେଶରେ ଆରମ୍ଭ ହୋଇଯାଇଛି। ତେବେ ଏହି ଟୀକାକରଣ କୁ ନେଇ ବୈଜ୍ଞାନିକ ମାନେ କେତେକ ସର୍ତକବାଣୀ ଜାରି କରିଛନ୍ତି।ତେବେ ଅନେକ ଲୋକ ଙ୍କର ଏକ ପ୍ରଶ୍ନ ରହିଥିଲା କି ମହିଳା ମାନଙ୍କ ର ମାସିକ ଋତୁସ୍ରାବ ତଥା ପିରିୟଡ୍ସ ସମୟରେ ସେମାନେ ଏହି ଭେକ୍ସିନ କୁ ନେଇ ପାଇବେ କି ନାହିଁ ।ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଂକୁ ଜଣେଇବୁ କି, ପିରିୟଡ୍ସ ସମୟରେ ମହିଳା ମାନେ ଭେକ୍ସିନ ନେଇପାରିବେ କି ନାହିଁ ବୋଲି ।ତା ସହ କେଉଁ ବ୍ୟକ୍ତି ମାନେ ଏହାକୁ ଗ୍ରହଣ କରିବେ ଏବଂ କେଉଁ ମାନେ ନୁହଁନ୍ତି।

ବିଶେଷଜ୍ଞ ଙ୍କର ମତ ଅନୁସାରେ:-

୧.ଏହି କୋଭିଡ ଭେକ୍ସିନ ନେବା ପୂର୍ବରୁ ଯଦି ଆପଣ ଙ୍କୁ ୭ ଦିନ ମଧ୍ୟରେ ଥଣ୍ଡା , ଜ୍ଜ୍ଵର ଆଦି ହୋଇଥାଏ ।ତେବେ ଡାକ୍ତର ଙ୍କୁ ପରାମର୍ଶ କରି ଭେକ୍ସିନ ନେବା ଉଚିତ ।
୨.ବିଶେଷଜ୍ଞ ଙ୍କର ମତରେ , ଯଦି ଆପଣ ଅନ୍ୟ କୌଣସି ଭେକ୍ସିନ ନେଇଥିବେ ତେବେ ତାର ସାତ ଦିନ ପରେ ଆପଣ କୋଭିଡ ଭେକ୍ସିନ ନେଇପାରିବେ।
୩.ଗବେଷଣା ପରେ କୁହାଯାଇଛି ଯେ, ପିଲା ମାନଙ୍କୁ ଭେକ୍ସିନ ଦିଆଯିବ ନାହିଁ। ଯେତେ ପର୍ଯ୍ୟନ୍ତ ଏହା ତାଙ୍କର ଶରୀର ପ୍ରତି ଉଚିତ ବୋଲି ପ୍ରମାଣିତ ହୋଇନାହିଁ।
୪.ସେହିଭଳି ବିଶେଷଜ୍ଞ ଙ୍କର ମତ ରହିଛି ଯେ, ଗର୍ଭବତୀ ମହିଳା ମାନେ ଏବଂ ପିଲାଙ୍କୁ ସ୍ତନ୍ୟପାନ କରୁଥିବା ମହିଳା ମାନେ ଭେକ୍ସିନ ନେଇପାରିବେ ନାହିଁ।
୫.ଯଦି ମହିଳା ମାନଙ୍କ ର ମାସିକ ଋତୁସ୍ରାବ ବା ପିରିୟଡ୍ସ ଚାଲିଥାଏ ତେବେ ସେହି ସମୟରେ ଡାକ୍ତର ଙ୍କୁ ପରାମର୍ଶ କରି କୋଭିଡ ଭେକ୍ସିନ ନେବା ଆବଶ୍ୟକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.