ପିଲାଙ୍କ କୃମି ଦୋଷ ( Deworming ) କାରଣ ଓ ନିରାକରଣ | Dr. Sushma Ravuri

ଦର୍ଶକ ବନ୍ଧୁ ଆଜି କାଲି ସୁସ୍ଥ ଓ ନୀରୋଗ ରହିବା ପାଇଁ କିଏ ବା ନ ଚାହେଁ? ବିଭିନ୍ନ ପ୍ରକାର ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରି ନୀରୋଗ ରହିବାର ବାଟ ଆମେ ସମସ୍ତେ ଖୋଜିଥାଉ | ଏକ ଆନନ୍ଦଦାୟକ ଜୀବନ ଶୈଳୀ ପାଇଁ ଆମେ ସର୍ବଦା ଚେଷ୍ଟିତ ତେବେ କେତେକ ଏପରି ରୋଗ ଅଛି, ଯାହାକି ଅଜାଣତରେ ଆମର ଶତ୍ରୁ ପାଲଟିଯାଇଥାଏ | ସେଥିମଧ୍ୟରୁ କୃମି ରୋଗ ହେଉଛି ଅନ୍ୟତମ |ବିଶେଷକରି ପିଲାଙ୍କ କୃମି ରୋଗ ହେଉଛି ଅନ୍ୟତମ ପ୍ରତିବର୍ଷ ସରକାରଙ୍କ ତରଫରୁ ଗୋଟିଏ ଦିନକୁ ଜାତୀୟ କୃମିନାଶକ ଦିବସ ଭାବରେ ପାଳନ କରା ଯାଇଥାଏ,ବର୍ଷକୁ ସାଧାରଣତଃ ଦୁଇଥର ଅଗଷ୍ଟ ଓ ଫେବୃୟାରୀ ମାସର ନିର୍ଦ୍ଦିଷ୍ଟ ଦିନ ପାଳନ କରାଯାଏ | ଏହି ଦିନ 1ବର୍ଷରୁ 19 ବର୍ଷର ପ୍ରତ୍ୟେକ ପିଲାଙ୍କୁ କୃମିନାଶକ ବଟିକା ଦିଆଯାଏ |ଏହା ଆମ ସରକାରଙ୍କ ତରଫରୁ ମାଗଣାରେ ଯୋଗାଇ ଦିଆଯାଏ |

ପିଲାଙ୍କ ଠାରେ କୃମି ଦୋଷ ର ଲକ୍ଷଣ :-

ଅନେକ ସମୟରେ କୃମି ସଂକ୍ରମଣ ଯୋଗୁ ପିଲାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ | ସେଗୁଡିକ ମଧ୍ୟରେ କିଛି କାରଣ ହେଲା ରକ୍ତହୀନତା, ଭୋକ ନ ଲାଗିବା, କୁପୋଷଣ, ଦୁର୍ବଳ ଓ ଉଦ୍‌ବେଗ ଅନୁଭବ କରିବା, ପେଟ କାଟିବା, ବାନ୍ତି ହେବା, ତରଳ ଝାଡ଼ା, ଓଜନ କମ୍‌ ହେବା |

କୃମି ଦୋଷ ର ପ୍ରଭାବ :-

କୃମି ଥିଲେ ଅନେକ ସମୟରେ ପିଲାମାନେ ପିଚା ଭିତରେ କୁଣ୍ଡାଇ ଥାଆନ୍ତି,ଏଥିରୁ ଆମେ ଅନୁମାନ କରିପାରିବା ବା ଅନେକ ସମୟରେ ପିଲାଙ୍କ ଝାଡ଼ାରେ କୃମି ଆସନ୍ତି | ଆମ ଶରୀରରେ କୃମି ନିୟନ୍ତ୍ରିତ ହେଲେ ରକ୍ତହୀନତା ହେବ ନାହିଁ |ଅର୍ଥାତ୍‌ ଆମର ଲୋହିତ ରକ୍ତକଣିକାର ପରିମାଣ ବୃଦ୍ଧି ହେବ| ଆମର ପୋଷଣ ସ୍ତରରେ ଉନ୍ନତି ହେବ ପିଲାଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ଦେଖାଯିବ ଓ ବିଦ୍ୟାଳୟକୁ ନିୟମିତ ଯାଇପାରିବେ |

କୃମି ଦୋଷ କିପରି ପିଲାଙ୍କୁ ଦୂରେଇ ରଖିବେ :-

ସର୍ବଦା ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ଖୋଲାରେ ମଳତ୍ୟାଗ କରିବା ନାହିଁ,ସବୁବେଳେ ଶୌଚାଳୟ ବ୍ୟବହାର କରିବା, ଖାଲିପାଦରେ ଚାଲିବା ନାହଁ | ନିୟମିତ ଜୋତା, ଚପଲ ବ୍ୟବହାର କରିବା | ନିଜ ପରିବେଶ ଓ ଚତୁଃପାଶର୍‌ବ ପରିଷ୍କାର ରଖିବା | ନିଜ ନଖ ପରିଷ୍କାର ରଖିବା ଓ ରଖିବା,ଖାଇବା ପୂର୍ବରୁ ଓ ଶୌଚ ପରେ ସାବୁନରେ ଭଲ ଭାବରେ ହାତ ଧୋଇବା | ଖାଦ୍ୟପଦାର୍ଥକୁ ସର୍ବଦା ଘୋଡ଼ାଇ ରଖିବା | ପନିପରିବା ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ପାଣିରେ ଧୋଇବା |

କୃମି ରୋଗ ଚିକିତ୍ସା :-

କୃମି ରୋଗ ଚିକିତ୍ସା ପାଇଁ କୃମିନାଶକ ବଟିକା ଖାଇବା ଦ୍ୱାରା ପିଲାଙ୍କ ପୂର୍ଣ୍ଣାଙ୍ଗ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ପାଇପାରିବ | କୃମିନାଶକ ବଟିକା ଆଲବେଣ୍ଡାଜୋଲ୍‌ ଖାଇବା ଦ୍ୱାରା କୌଣସି ପ୍ରତିକୂଳ ପ୍ରଭାବ ପଡେ ନାହିଁ | ଏହା ସମ୍ପୂର୍ଣ୍ଣ ନିରାପଦ ବେଳେ ବେଳେ ବଟିକା ତଣ୍ଟିରେ ଲାଖିଯାଏ ଏଣୁ ଏହାକୁ ସର୍ବଦା ଚକୋଲେଟ ପରି ଖାଇପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment