Swastik Tv News Odisha

ପୁଅ କିମ୍ବା ଝିଅ ଜନ୍ମ ପାଇଁ ପୁରୁଷ ଦାୟୀ ! Dr. Aparna chandrasekaran

0

ଆମେ ଆଜିକା ଯୁଗରେ ନିଜକୁ ଯେତିକି ମର୍ଡନ ପ୍ରମାଣିତ କରିବାକୁ ଚାହିଁଲେ ମଧ୍ୟ ଆମେ ସେହି କେତେ ଟା ତଳେ ରହି ଯାଇଥାନ୍ତି | ଯେମିତି କି ଆମେ ଗର୍ଭବତୀ ହେଲେ ହିଁ କେଉଁଠି ନା କେଉଁଠି ପୁଅ ହେଉ ବୋଲି ଅଧିକ ଚାହିଁ ଥାଉ ଏବଂ ଏଥିପାଇଁ ଅନେକ ଉପାୟ ମଧ୍ୟ କରି ଥାଉ | ଆଉ ଯଦି ବାରମ୍ବାର ଝିଅ ଜନ୍ମ ହେଉଛି ତେବେ ସେଥିପାଇଁ କେବଳ ଆମେ ଏକ ନାରୀ କୁ ହିଁ ଦାୟୀ ଦେଇ ଥାଉ |

ଏହାର ଗୋଟିଏ କାରଣ ହେଉଛି ବହୁତ ଲୋକ ଅଛନ୍ତି ଯେଉଁ ମାନେ ଝିଅ ଚାହୁଁ ନାହାଁନ୍ତି, ଯାହା ଫଳରେ ଶିଶୁ ଜନ୍ମ ହେବା ପୂର୍ବରୁ ହିଁ ତାକୁ ସେମାନେ ଗର୍ଭରୁ ହିଁ ମାରି ଦେଉଛନ୍ତି | ଏହା ବହୁତ ବଡ଼ ପାପ ଅଟେ କାରଣ ଝିଅ ହେଉ କି ପୁଅ ହେଉ ସେ ଆମ ସନ୍ତାନ ତେଣୁ ଏମିତି ଭାବିବା ବିଲକୁଲ ବି ଠିକ ନୁହେଁ ଏବଂ ଏହା ଆଇନ ଗତ ଅପରାଧ ଅଟେ | ପ୍ରାୟ ଲୋକ ଅଛନ୍ତି ଯେଉଁ ମାନେ ପୁଅ ହେଉ କି ଝିଅ ହେଉ ତାହାର ଦୋଷ କେବଳ ମହିଳା ମାନଙ୍କୁ ହିଁ ଦେଇ ଥାଆନ୍ତି |କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଏଥିରେ କେବଳ ପୁରୁଷ ହିଁ ଦାୟୀ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |

ତେବେ ମଣିଷ ଙ୍କ ଶରୀର ରେ 23 ଯୋଡ଼ା କ୍ରୋମୋଜମ ମଧ୍ୟରୁ 1 ଯୋଡ଼ା ସେକ୍ସ କ୍ରୋମୋଜମ ରହିଥାଏ | ଏହି 1 ଯୋଡ଼ା କ୍ରୋମୋଜମ ମହିଳା ଙ୍କ ପାଖରେ xx ରହିଥିବା ବେଳେ ପୁରୁଷ ଙ୍କ ପାଖରେ xy ରହିଥାଏ | ତେବେ ମହିଳା ଙ୍କ ପାଖରେ କେବଳ ଝିଅ ଜନ୍ମ କରିବାର ହିଁ କ୍ରୋମୋଜମ ରହିଛି, କିନ୍ତୁ ପୁରୁଷ ଙ୍କ ପାଖରେ ଉଭୟ ପୁଅ ଓ ଝିଅ ଜନ୍ମ କରିବାର କ୍ରୋମଜୋମ ରହିଛି |

ତେବେ ଯେତେବେଳେ ମହିଳା ଙ୍କ ଡିମ୍ବାଣୁ ପୁରୁଷ ଙ୍କ ଧାତୁ ସହ ମିଶି ଥାଏ ଏବଂ ଏହା x କ୍ରୋମୋଜମ ସହ ମିଶିଲେ ଝିଅ ସନ୍ତାନ ହୋଇ ଥାଏ | ଆଉ ଯଦି ମହିଳା ଙ୍କର ଡିମ୍ବାଣୁ y କ୍ରୋମୋଜମ ସହ ମିଶି ଥାଏ ତେବେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇ ଥାଏ | ତେଣୁ ପୁଅ ହେଉ କି ଝିଅ ଏଥିପାଇଁ କେବେ ବି ଏକ ମହିଳା ଙ୍କୁ ଦାୟୀ ଦେବା ଉଚିତ ନୁହେଁ | କାରଣ ପୁଅ ହେବ କି ଝିଅ ହେବ ଏହା ପୁରୁଷ ଙ୍କ ହାତରେ ରହିଥାଏ ଏବଂ ଏଥିପାଇଁ କେବଳ ପୁରୁଷ ହିଁ ଦାୟୀ ଅଟେ | ଏହା ସହିତ କେବେ କନ୍ୟା ସନ୍ତାନ ହେଲେ ମହିଳା ଙ୍କୁ ନିନ୍ଦା ନ କରି ସନ୍ତାନ କୁ ଆପଣେଇ ନେବା ଉଚିତ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.