Swastik Tv News Odisha

ପୁଣି ଚଳଚଞ୍ଚଳ Bhubaneswar ର ମାଳି ସାହି…ଦେଖନ୍ତୁ ଭିଡ଼ିଓ

0

କରନା ମହାମାରୀ ସମୟରେ ମାନ୍ଦା ପଡ଼ି ଯାଇଥିବା ମାଳିସାହି, ପୁଣି ଧିରେ ଧିରେ ଚଳଚଞ୍ଚଳ ହେବାରେ ଲାଗିଛି। ଏଥିପାଇଁ ପୁଣି ସଜେଇ ହେଲେଣି ମାଳିସାହି ର ଦେହଜୀବୀ। ତେବେ କରନା ର ସ୍ଥିତି ସୁଧୁରିବା ଦେଖି ମାଳିସାହି ପୁଣି ସଜେଇ ହେବାରେ ଲାଗିଛି। ଲକ୍ ଡାଉନ୍ କାରଣରୁ ଚଳିବା ପାଇଁ ଏମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ଏବେ ସ୍ଥିତିରେ ସୁଧାର ଆସିବାର ଦେଖି ସଜେଇ ହୋଇ ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି ଦେହଜୀବୀ। ଟାଇଟ୍ ଜିନ୍ସ ସାଙ୍ଗକୁ ଚିକମିକ୍ ଶାଢ଼ୀ ଏବଂ ଓଠରେ ଲିପଷ୍ଟିକ ସାଙ୍ଗକୁ ଗଭାରେ ଗଜରା ପିନ୍ଧି ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ସଜେଇ ହୋଇ ରହିଥାନ୍ତି ମାଳିସାହି ର ଏସବୁ ଦେହଜିବୀ।

ତେବେ ଆମେ ଯେଉଁ ସମୟର ଚିତ୍ର ଆଗକୁ ଆଣୁଛୁ ଏହା ହେଉଛି ଏକ ବର୍ଷ ତଳର। ପ୍ରାୟ ଅଢେଇ ମାସ ଧରି କରନା ମହାମାରୀ ର କଟକଣା ଏବଂ ଲକ୍ ଡାଉନ୍ ଛଡାଇ ନେଇଥିଲା ଏମାନଙ୍କ ରୋଜଗାର।ଆଉ ଶୁନଶାନ୍ ହୋଇ ଯାଇଥିଲା ମାଳିସାହି। ଆଉ ଏବେ ଟିକେ ପୁଣି ସ୍ଥିତି ସୁଧୁରିବା ଦେଖି ମାଳିସାହି ପୁଣି ସଜେଇ ହେବାରେ ଲାଗିଛି। ମାଳିସାହି ର ପ୍ରାୟ ଦେଢ଼ ସହ ଦେହଜିବି ଙ୍କ ଭିତରେ ସଞ୍ଚାର ହୋଇଛି ଆଶା। ଏମାନେ ସମସ୍ତେ ପୁଣି ଥରେ ଟ୍ରାକ କୁ ଫେରିବା ପାଇଁ, ଚଳିବା ପାଇଁ, ରୋଜଗାର କରି ନିଜର ଏବଂ ନିଜ ପରିବାରର ଭରଣ ପୋଷଣ ପାଇଁ କରୁଛନ୍ତି ପ୍ରୟାସ।

ତେବେ ରାଜଧାନୀର ଏକ ମାତ୍ର ରେଡ୍ ଲାଇଟ୍ ଏରିଆ ମାଳିସାହି ଦୀର୍ଘଦିନ ଧରି ଅକାବୁ ଲକ୍ ଡାଉନ୍ ସ୍ଥିତିରେ ରହିଥିଲା। ତେବେ ମାଳିସାହି ରେ ଏବେ ଅଛନ୍ତି ପ୍ରାୟ ୧୪୦ ଜଣ ଦେହଜୀବୀ।ଆଉ ଏମାନଙ୍କ ମଧ୍ୟରୁ ୯୦ ଜଣ ଏଠାକାର ସ୍ଥାୟୀ ବାସିନ୍ଦା ହୋଇ ରହି ଆସୁଛନ୍ତି।ଆଉ ସେମାନଙ୍କ ନାମରେ ବି ରହିଚି, ଆଧାର କାର୍ଡ, ରାସନ୍ କାର୍ଡ ଏବଂ ଭୋଟର ପରିଚୟ ପତ୍ର। ଆଉ ବାକି ୫୦ ଜଣ ବାହାରୁ ଯା ଆସ କରନ୍ତି। ଯେମିତି କି କୋଲକାତା

ତେବେ ମାଳିସାହି ର ସଭାପତି ଏହାକୁ ନେଇ କହିଛନ୍ତି ଯେ ଏଣିକି ଗ୍ରାହକ ମାନଙ୍କୁ ଅଧିକ ଯତ୍ନଶୀଳ ହେବାକୁ କୁହା ଯାଇଛି। ଯେମିତି କି ଗ୍ରାହକ ମାନେ ଏବେ ମାସ୍କ ପିନ୍ଧିବା ସହିତ ସେମାନଙ୍କ ହାତକୁ ସାନିଟାଇଯ କରିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ କରା ଯାଇଛି। ତେବେ ସ୍ଥିତି ଏମିତି ହେଇଛି ଯେ ଜୀବନ ଅଛି ହେଲେ ଜୀବିକା ନାହିଁ, ଦେହ ଅଛି ହେଲେ ବ୍ୟବସାୟ ନାହିଁ। କରନା ଏମିତି ରଙ୍ଗ ଦେଖାଇଛି ଯେ ଆଖିକୁ ଆଉ ଚାହୁଁ ନାହାଁନ୍ତି ଗ୍ରାହକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.