ଦର୍ଶକ ବନ୍ଧୁ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ନିଜର ଛାପ ଛାଡିଯାଇଥିବା ରାଇମୋହନ ପରିଡା ଆଜି ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ଯେଉଁ ଅବଦାନ ଓଡିଶା ବାସୀ ଙ୍କ ମୁହଁ ରେ ହଁସ ଫୁଟାଉଥିଲା ବା କାନ୍ଦୁଥିଲା ସେ ଆମ ସମସ୍ତ ଙ୍କୁ ଛାଡି ଏବେ ଆରପାରିକୁ ଚାଲିଯାଇଛନ୍ତି ହେଲେ ସମସ୍ତ ମନରେ ସେ ଅମର ରହିବେ | ତାଙ୍କର ସେଇ ଅଭିନୟ ଓ ଏବେ ବି ଲୋକଙ୍କୁ ଆକର୍ଷଣ ଆଡ଼କୁ ଟାଣିନେବ, ତାଙ୍କର ଅଭିନୟ କରିବା ର କୌଶଳ ଓ ତାଙ୍କର ଡାଇଲଗ କହିବା ର ଶବ୍ଦ ସତରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ନିଆଁ ଲଗାଉ ଥିଲା |ତାଙ୍କ ର ଆଖି କୁ ଦେଖି ଛୋଟ ରୁ ବଡ ମଧ୍ୟ ଯିଏ କେହି ହେଲେ ଭୟଭୀତ ହେଇଯାଉଥିଲା, ହେଲେ ଆଜି ଠୁ ତାଙ୍କୁ ଝୁରିବ ତାଙ୍କ ପରିବାର ଓ ସାରା ଓଡିଶା, ହେଲେ ଏବେ ଏବେ ଗୋଟିଏ କଥା ସାମ୍ନା କୁ ଆସିଛି ଯେ ରାଇମୋହନ ପରିଡା ଙ୍କ ଆଖି ଦେଖିବ ଓଡିଶା, ତାହାଲେ ଆସନ୍ତୁ ଜାଣିବା ଏହା କେମିତି ହେଇପାରୁଛି |
ମିଳିଥିବା ସୂଚନା ଅନୁଯାୟୀ ଯେତେବେଳେ ରାୟମୋହନ ପରିଡା ଙ୍କ ମୃତ ଦେହ ବ୍ୟବଛେଦ ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ନିଆଯାଇଥିଲା, ସେତେବେଳେ ରାଇମୋହନ ପରିଡା ଙ୍କ ପରିବାର ଲୋକଙ୍କୁ ବୁଝାଇ ତାଙ୍କ ଆଖି ଦାନ କରିବା ପାଇଁ କୁହା ଯାଇଥିଲା | ପରିବାର ଲୋକେ ସେଥିରେ ରାଜି ହେଇ ତାଙ୍କର ଆଖି ଦାନ କରିଥିଲେ ଯାହା ଦ୍ୱାରା ସେ ଆଖି ଦୁନିଆ ଦେଖିବ ବୋଲି କହିଥିଲେ ଡାକ୍ତର ମାନେ |ଡାକ୍ତର ଙ୍କ କହିବା କଥା ଅନୁଯାୟୀ ଜଣେ ବ୍ୟକ୍ତି ମୃତ୍ୟୁ ର 6 ରୁ 8 ଘଣ୍ଟା ଭିତରେ ତାଙ୍କର ଆଖି ଦାନ କରିପାରିବ, ସେଥିପାଇଁ ତ ରାଇମୋହନ ଙ୍କ ମୃତ୍ୟୁ ପରେ ବି ସେ ନିଜର ଆଖି ଦାନ କରିଛନ୍ତି |
ଯେଉଁ ନାଲି ନାଲି ଆଖି ରେ ସେ ଅଭିନୟ ମାଧ୍ୟମ ରେ ଚଳଚ୍ଚିତ୍ର ରେ ଚହଳ ପକାଉଥିଲେ ସେ ଆଖି ପଛରେ ଲୁଚି ରହିଥିବା ଚେହେରା ହୁଏତ ଆପଣ କେବେ କେବେ ଦେଖିପାରିବେନି ହେଲେ ସେ ଆଖି କୁ ଆପଣ ମାନେ ସବୁବେଳେ ଦେଖିପାରିବେ |ମୃତ୍ୟୁ ପରେ ବି ତାଙ୍କର ଏହି ଅବଦାନ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ଓଡିଶା ବାସୀ ଙ୍କୁ ତାଙ୍କର ଗୋଟିଏ ଆଶୀର୍ବାଦ ହେଇ ରହିବ, ମୃତ୍ୟୁ ପରେ ବି ସେ ତାଙ୍କର ଦର୍ଶକ ମାନଙ୍କୁ ନିରାଶ କରିନାହାନ୍ତି|
ତାଙ୍କର ଓ ତାଙ୍କ ପରିବାର ର ଏହି ଭଲ କାର୍ଯ୍ୟ, ଯାହା କେବେ ହେଲେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ଓଡିଶା ବାସୀ କେବେ ଭୁଲି ପାରିବ ନାହିଁ |ସେ ସବୁଦିନ ପାଇଁ ଓଡିଶା ବାସୀ ଙ୍କ ମନ ଭିତରେ ଅମର ହେଇ ରହିବ, ଏହା ଥିଲା ରାଇମୋହନ ଙ୍କ ଶେଷ ତ୍ୟାଗ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ଓ ଲୋକମାନଙ୍କର ବହୁତ ମତ ଦେଖିବାକୁ ମିଳିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।