Swastik Tv News Odisha

ପୁଣି ଫେରିଲା କରୋନା ମହାମାରୀ : ଫ୍ଲାଇଟ୍ ରଦ୍ଦ ଓ ଶିକ୍ଷାନୁଷ୍ଠାନ ବନ୍ଦ, ବଢିଲା ତୃତୀୟ ଲହର ଭୟ…ଶୀଘ୍ର ଦେଖନ୍ତୁ ଏବଂ ସଚେତନ ହୁଅନ୍ତୁ

0

କରୋନା ମହାମାରୀ ରେ ସମଗ୍ର ବିଶ୍ୱ ଉପରେ ଏହାର ପ୍ରଭାବ ବହୁ ମାତ୍ରାରେ ପଡ଼ିଛି। ଆମ ଦେଶ ଭାରତରେ କିଛି ମାସ ହେଲାଣି କରନା ପ୍ରଭାବ କମ ହୋଇଛି। ସେଥିପାଇଁ ଦେଶରେ ଲକଡାଉନ ଏବଂ ସଟଡାଉନ କଟକଣା କହଳ କରାଯାଇଛି। ଯଦି ଦେଖିବା ତେବେ ବର୍ତ୍ତମାନ ସମୟରେ ଲୋକ ମାନଙ୍କର ଜୀବନ ଧାରଣ ସ୍ୱାଭାବିକ ହେବାରେ ଲାଗିଛି। କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଦେଶରେ କରୋନା କମି ନାହିଁ, କିଛି ପରିମାଣରେ ସଂକ୍ରମଣ ହାର ରହିଛି। ସମଗ୍ର ବିଶ୍ୱବାସୀ ଜାଣିଛନ୍ତି ଯେ, ଚୀନରେ ପ୍ରଥମେ କରୋନା ଦେଖା ଦେଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ କରନା ଉତ୍ପତ୍ତି ସ୍ଥଳ ଚୀନ ରେ କରୋନା ପୁଣି ଫେରିଛି। ଫଳରେ ପୃଥିବୀର ସମସ୍ତ ଦେଶବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ବଢିଛି।

ସୂଚନା ମୁତାବକ, ଚୀନ ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଚୀନ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଉଠାଇଛନ୍ତି। ତେବେ ଦେଶରେ ଜନସାଧାରଣଙ୍କୁ ଦୃଷ୍ଟିରେ ରଖି ପୁଣି ଥରେ ଲକଡାଉନ ସଟଡାଉନ ଭଳି ବ୍ୟବସ୍ଥା କରିଛନ୍ତି। ଦେଶ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ ବିମାନ ସେବାକୁ ବନ୍ଧ କରାଯାଇଛି। କାରଣ ବାହାର ଦେଶରୁ ଆସୁଥିବା ଯାତ୍ରୀ କିମ୍ବା ନିଜ ଦେଶରେ ଅନ୍ୟ ଦେଶକୁ ଯାଉଥିବା ଲୋକମାନେ କରୋନାରେ ସଂକ୍ରମିତ ହୋଇ ପାରନ୍ତି। କାରଣ ପ୍ରଥମରୁ ଯଦି ଦେଖିବା, ଚିନ ରେ କରୋନା ଯେତେବେଳେ ପ୍ରଥମେ ଚିନ୍ହଟ ହେଲା, ସେତେବେଳେ ନିଜର ଉପଯୁକ୍ତ ପଦକ୍ଷେପ ନେଇଥିଲେ। ହୁଏତ ଆଜି ସମଗ୍ର ବିଶ୍ୱବାସୀ ଏଭଳି ସଙ୍କଟମୟ ପରିସ୍ଥିତିରେ ସମ୍ମୁଖୀନ ହୋଇ ନଥାନ୍ତେ।

ତେବେ ବର୍ତ୍ତମାନ ସମୟରେ ଚୀନରେ ସମସ୍ତ ସ୍କୁଲ ଏବଂ କଲେଜକୁ ଚୀନ୍ ସରକାର ବନ୍ଦ କରି ଦେଇଛନ୍ତି। କାରଣ ଛାତ୍ର ଛାତ୍ରୀ ଦେଶର ଭବିଷ୍ୟତ, ଏହା ଛଡ଼ା ଶିକ୍ଷାନୁଷ୍ଠାନରେ ଭିଡ଼ ଅଧିକ ଥାଏ। ଏହା ବ୍ୟତୀତ ଜନଗହଳି ସ୍ଥାନରେ, ସିନେମା, ବିଭିନ୍ନ ପ୍ରକାର ଦର୍ଶନୀୟ ସ୍ଥାନ ଏବଂ ବାର ଭଳି ସ୍ଥାନକୁ ବନ୍ଧ କରାଯାଇଛି। ତେବେ ଚୀନର ଉତ୍ତର ଏବଂ ଉତ୍ତର ପଶ୍ଚିମ ରେ ଥିବା ସହର ଗୁଡ଼ିକରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି ।

ଯେଉଁ ସବୁ ସ୍ଥାନରେ ଅଧିକ ମାତ୍ରାରେ ଜନଗହଳି ହେଉଛି, ସେହିସବୁ ସ୍ଥାନ ଗୁଡ଼ିକ ରେ ତାଲାବନ୍ଦ ଡାକରା ଦିଆଯାଇଛି। ଦେଶରେ ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି। ଚୀନର ଲାଞ୍ଜୁ ଅଞ୍ଚଳରେ ସଂକ୍ରମଣ ଅଧିକ ମାତ୍ରାରେ ଥିବାରୁ, ଘରୁ ବହାରକୁ ନବହାରିବା ପାଇଁ ମନାକରାଯାଇଛ। ଯେଉଁମାନେ ବାହାରକୁ ବାହାରିବେ ସେମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଘରୁ ବାହାରିପାରିବେ। ଏହିଭଳି ପରିସ୍ଥିରେ ଚୀନ ରେ ପୁଣି ଥରେ ତୃତୀୟ ଲହର ଆଶଙ୍କା କରାଯାଉଛି। ତେବେ ଚୀନ ସରକାର ଜଣସାଧରଣଙ୍କୁ ଏଥିପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଆମ ଦେଶ ଭାରତରେ ଏହାର ସଂକ୍ରମଣ ହାର କମ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.