ପୁଣି ଭାଇରାଲ ବୟ Santanu & Ritika ଗାଇଲେ ଏମିତି ଗୀତ ” Prema Mausumi “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖିସାରିଲେଣି..

ବନ୍ଧୁଗଣ ପୁଣି ଏକ ସୁନ୍ଦର୍ ସଙ୍ଗୀତ ଏବେ ସାମ୍ନାକୁ ଆସିଛି ଯାହାକୁ ଗାଇଛନ୍ତି ଭାଇରାଲ ଗାର୍ଲ୍ ରିତିକା ଏବଂ ଭାଇରାଲ୍ ବୟ ଶାନ୍ତନୁ କୁମାର। ଆପଣ ତ ଜାଣିଛନ୍ତି ଏ ଦୁଇଜଣ ହେଉଛନ୍ତି ଓଡ଼ିଶାର ଦୁଇ ଲୋକପ୍ରିୟ ଚେହେରା। ଏବେ ଏମାନଙ୍କର କଣ୍ଠରୁ ସୁନ୍ଦର୍ ସଙ୍ଗୀତ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେମାନେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେମାନେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଆଉ ଏହାକୁ ଶୁଣି ଅଗଣିତ ଶ୍ରୋତା ମାନେ ବହୁତ୍ ପସନ୍ଦ କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି।

ଯାହାକୁ ଶୁଣି ବହୁତ୍ ଖୁସି ଲାଗୁଛି। ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ, କ୍ଳାନ୍ତ ଜୀବନରେ ରସ ଭରି ଦେଇଥାଏ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ।

ଛୋଟ ଛୋଟ ପିଲା ମାନଙ୍କର ଏପରି ଗାୟିକୀ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଦୁଇ କୁନି ପ୍ରତିଭା ଶାନ୍ତନୁ ଏବଂ ରିତିକା ଯେଉଁମାନେ କି ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛନ୍ତି ତାଙ୍କର ଏହି ଭାଇରାଲ ଗୀତକୁ ଥରେ ଆପଣ ଶୁଣନ୍ତୁ।

ସେମାନେ ତାଙ୍କର ସୁମଧୁର ସ୍ଵରରେ କିପରି ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି ପ୍ରେମ ମୌସୁମୀ। ସେମାନେ ଯେଉଁଭଳି ଭାବରେ ଏ ଗୀତକୁ ଅଭିନୟ ଦେଖାଇ ଷ୍ଟୁଡିଓ ରେ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁବାରେ ଲାଗିଛି। ତେବେ ଏହି ଗୀତକୁ ଶାନ୍ତନୁ ଏବଂ ରିତିକା ଗାଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ଚିନ୍ମୟ ଦାସ୍ ଏବଂ ବିଭୁନ ଓ ଲିରିକ୍ସ ଦେଇଛନ୍ତି ନରେନ୍ଦ୍ର କୁମାର।

 

Leave a Comment