Swastik Tv News Odisha

ପୁଣି ସାମ୍ନାକୁ ଆସିଲା ସୁଇସାଇଡ୍ ପୂର୍ବର cctv ଫୁଟେଜ୍…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଥାଏ। ସମାଜରେ ଅନୀତି, ଅତ୍ୟାଚାର ଓ ଅନ୍ୟାୟ କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ବହୁତ ମାତ୍ରାରେ ବଢି ଚାଲିଛି। ସମାଜରେ ଏଭଳି ପିଲା ଅଛନ୍ତି ଯେ କି କୌଣସି କାରଣ ବଶତଃ ମୃତ୍ୟୁ ବରଣ କରି ଥାଆନ୍ତି ଓ ମୃତ୍ୟୁ ବରଣ କରିବା ପରେ ସମସ୍ତଙ୍କୁ ବହୁତ ଅସୁବିଧାର ପକାଇ ଦେଇ ଥାଆନ୍ତି। ଏଭଳି ଖବର ପ୍ରାୟତଃ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଜଣେ ଛାତ୍ରୀଙ୍କର ଫାର୍ମ ହାଉସରୁ ମୃତ ଦେହ ଉଦ୍ଧାର କରା ଯାଇଛି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ଏଭଳି ଏକ ଘଟଣା ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳର ଫାର୍ମ ହାଉସରୁ ଦେଖିବା ପାଇଁ ମିଳିଛି। ସେହି ଅଞ୍ଚଳର ଜଣେ ଛାତ୍ରୀ +୨ ରେ ପାଠ ପଢୁ ଥିଲେ। ହଠାଥ ଦିନେ ଛାତ୍ରୀ ଜଣଙ୍କ ଘରୁ ବାହାରି କିଛି ବାଟ ଚାଲି ଚାଲି ଫାର୍ମ ହାଉସକୁ ଯାଉ ଥିବା ବେଳେ ଆଉ କିଛି ସମୟରେ ଦୌଡ଼ି ଦୌଡ଼ି ଯାଉ ଥିବାର ଦୃଶ୍ୟ ଯାହାକି ସିସିଟିଭି ଫୁଟେଜରେ ଦେଖି ବାକୁ ମିଳିଥିଲା। ତେବେ କିଛି ସମୟ ପରେ ଝିଅଟିର ଫାର୍ମ ହାଉସ ଭିତରୁ ମୃତ ଦେହକୁ ଉଦ୍ଧାର କରା ଯାଇ ଥିଲା। ସେ ସିଟି କଲେଜର ଜଣେ ପ୍ରଫେସରଙ୍କ ଝିଅ ବୋଲି ଜଣା ପଡ଼ିଛି।

ଯେତେବେଳେ ପରିବାର ଲୋକ ମାନେ ଝିଅର ମୃତ୍ୟୁ ଖବର ଶୁଣିଲେ ସେ ସଙ୍ଗେ ସଙ୍ଗେ ଆସି ଘଟଣା ସ୍ଥଳରେ ପହଁଛି ଯାଇ ଥିଲେ ଓ ଝିଅର ଏଭଳି ଅବସ୍ଥା ଦେଖି ତାଙ୍କ ପରିବାର ଲୋକ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ଘଟଣାରେ ତାଙ୍କ ବାପା ପ୍ରତିକ୍ରିୟା ଦେଇଛନ୍ତି ଯେ, ଝିଅର ପାଠ ପ୍ରତି ବହୁତ ଆଗ୍ରହ ରହିଥାଏ ଓ ସେ ବହୁତ ଭଲ ପାଠ ମଧ୍ୟ ପଢୁ ଥାଏ। ସେ J. E ଏଣ୍ଟ୍ରାନ୍ସ ଦେଇଥିଲା ଓ ସେଥିରେ କମ ମାର୍କ ରଖି ଥିବାରୁ ମନ ଦୁଃଖରେ ରହିଥିଲା। ତାଙ୍କ ପରିବାର ଲୋକ ମାନେ ଝିଅର ମୃତ୍ୟୁ ଖବରକୁ ନେଇ ସେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଁଛି ଖୋଳ ତାଡ଼ କରି ଚାଲିଛି। ଯେତେବେଳେ ସିସିଟିଭି ଫୁଟେଜ, ସାଇଣ୍ଟଫିକ ଟିମ ଓ ପୋଷ୍ଟମୋଟମ ରିପୋର୍ଟର ତଦନ୍ତ ହେବା ପରେ ସତ ଜଣା ପଡିବ ବୋଲି ପୋଲିସ କହିଛନ୍ତି। ଏହି ଘଟଣାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.