Swastik Tv News Odisha

ପୃଥିବୀ ପୃଷ୍ଠରୁ ୫୦୦୦ ଫୁଟ ଉଚ୍ଚତାରେ ରହିଛି ଏହି ଶିଡି, ଏଥିରେ ଯୁଆଡେ ଦେଖିବେ କେବଳ ବାଦଲ ହିଁ ବାଦଲ, ଏହାକୁ ଦେଖିଲେ ହୋସ ଉଡିଯିବ…

0

ଆପଣ ମାନେ ଆଈ ମା ଙ୍କ କାହାଣୀରେ ନିଶ୍ଚୟ ଶୁଣିଥିବେ ସ୍ୱର୍ଗକୁ ଶିଢି ରହିଥିବା କଥା , ମାତ୍ର ସେହି ସିଢି କେଉଁଠି ଅଛି ସେହି କଥା କାହାକୁ ଜଣା ନାହିଁ । ଜମିରୁ 5 ହଜାର ଫୁଟ ଉଚ୍ଚରେ ରହିଛି ଏହି ସିଢି , ସ୍ୱର୍ଗକୁ ଯାଉଥିବା ଏହି ରାସ୍ତା ଚିନର ତିଆନରେ ଥିବା ପାହାଡ ଉପରେ ରହିଛି । 1518 ମିଟର ଉପରେ ଅର୍ଥାତ୍ 5 ହଜାର ଫୁଟ ଉପରେ ଏହି ପାହାଡ ଉପରେ ହିଁ ରହିଛି ଦୁନିଆର ସବୁଠୁ ଉଚ୍ଚତମ ଗୁମ୍ଫା । ଏହାକୁ ସ୍ୱର୍ଗଦ୍ୱାର ମଧ୍ୟ କୁହାଯାଏ , 253 ଶତାବ୍ଦିରେ ଏହି ପାହାଡର କିଛି ଅଂଶ ଭାଙ୍ଗି ଯାଇଥିଲା । ସେତେବେଳେ ଏଠାରେ ଏହି ଗୁମ୍ଫା ଅଛି ବୋଲି ଲୋକେ ଜାଣିବାକୁ ପାଇଲେ ।

ଏହି ପାହାଡର ଲମ୍ୱ 196 ଫୁଟ , 431 ଫୁଟ ଉଚ୍ଚତା ଏବଂ 187 ଫୁଟ ଚଉଡା ,ତିଆନମେନ ପର୍ବତ ପାଖରେ ଏକ ଝରଣା ବହିବାକୁ ଲାଗିଲା । ଯାହା ଦିନକୁ ମାତ୍ର 15 ମିନିଟ ଦେଖାଯାଉଥିଲା , ଆଉ ଏହା ପରେ ବନ୍ଦ ଏବଂ ଝରଣା କେଉଁଆଡେ ଗାଏଫ୍ ହୋଇଯାଏ କେହି ଜାଣି ମଧ୍ୟ ପାରନ୍ତି ନାହିଁ । ବର୍ତ୍ତମାନ ସେଠାରେ ଏକ ବୃଦ୍ଧ ମୋଠ ରହିଛି , ସେଠାରେ ଲୋକମାନେ ଶାନ୍ତି ଓ ଧ୍ୟାନ କରିବା ପାଇଁ ଆସୁଛନ୍ତି । ତିଆନମେନ ପର୍ବତ ବିଷୟରେ ଏହା ମଧ୍ୟ କୁହାଯାଏ , ଏଠାରେ ଗୁପ୍ତ ଧନର ଭଣ୍ଡାର ରହିଛି କିଛି ଲୋକ ଏହି ଭଣ୍ଡାର ଖୋଜିବାକୁ ଚେଷ୍ଟା ତ କରିଥିଲେ ହେଲେ ସଫଳତା ପାଇ ନହାନ୍ତି ।

ଏହି ପାହାଡ ଉପରେ ଏକ ବ୍ରିଜ ତିଆରି ହୋଇଛି , ଯାହା ଦନିଆର ସବୁଠୁ ଉଚ୍ଚତମ ବ୍ରିଜ ଅଟେ । ଯଦି ଆପଣ ଆକାଶେ ଚାଲିବାକୁ ଚାହୁଁଛନ୍ତି ତେବେ ଏହା ଠାରୁ ଭଲ ଜାଗା ଆଉ ନାହିଁ । ଅଢେଇ ଇଞ୍ଚର ଏହି କାଚ ରାସ୍ତାର ଚଉଡା ହେଉଛି 3 ଫୁଟ ଏବଂ କାଚର ଏହି ବ୍ରିଜ 1 ହଜାର 30 ମିଟର ଉଚ୍ଚତାରେ ନିର୍ମାଣ ହୋଇଛି । ଯେଉଁମାନେ ହୃଦୟରୁ ଟିକେ କମଜୋର ସେମାନଙ୍କୁ ଏହି ବ୍ରିଜରେ ଚାଲିବା ସମ୍ପୂର୍ଣ୍ଣ ମନା । କାରଣ କାଚର ଏହି ବ୍ରିଜ ବହୁତ ଭୟଙ୍କର , ଦେଖିବା ପାଇଁ ଅତି ସୁନ୍ଦର କିନ୍ତୁ ଚାଲିଲେ ହୃଦୟ ଥରି ଉଠେ । ଏହି ରାସ୍ତା ଯେତିକି ରୋମାଞ୍ଚକର ସେତିକି ଭୟଙ୍କର ମଧ୍ୟ , କାଚର ଏହି ରାସ୍ତା 60 ମିଟର ଲମ୍ୱା ।

ସ୍ୱର୍ଗର ଏହି ଦ୍ୱାର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଦୁଇଟି ରାସ୍ତା ଅଛି , ଗୋଟିଏ ଏହି ଅଙ୍କାବଙ୍କା ସଡକ ଦେଇ ଯିବା ପାଇଁ ପଡିବ ଏବଂ ଅନ୍ୟଟି ହେଉଛି ରୋପୱେ । ଏହି ରୋପ ୱେ ମଧ୍ୟ ସବୁଠାରୁ ଲମ୍ୱା , ଏହାର ଲମ୍ୱାଇ ହେଉଛି 24469 ଏହି ରାସ୍ତାକୁ ପାର କରି ସାରିବା ପରେ ଆପଣ 999 ସିଢି ଚଢିପାରିବେ । ଏହାପରେ ଆପଣ ମାନେ ପହଞ୍ଚିଯିବେ ସେହି ଦ୍ୱାରରେ , ଯାହାପରେ ଦୁନିଆ କେବଳ ଧଳା ହିଁ ଧଳା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.