ହଁ ଦର୍ଶକ ବନ୍ଧୁ ଯଦି ଆମର ପେଟରେ ଚର୍ବି ବଢିଜାର ତାହେଲେ ଆମକୁ ଦେଖିବାରେ ହେଉ ଵା କୋୖଣସି କାମ କରିବାରେ ହେଉ ବହୁତ କଷ୍ଟ ଓ ଅଶ୍ବସ୍ତି ମଧ୍ୟ ଲାଗେ |ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ, ତେଣୁ ନିଜର ଦେହ ପ୍ରତି ଯତ୍ନ ନେବାର ଟାଇମ ନଥାଏ | ବ୍ୟସ୍ତତା ଯୋଗୁ ଘରେ ଆମ ପାଇଁ ଯାହା ଦରକାର ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ନମ୍ବର ଖାଇ ଆମେ ଫାଷ୍ଟ ଫୁଡ ପରି ତେଲିଆ ଜିନିଷ ଅଧିକ କରିମାଣରେ ଖାଇବା ଯୋଗୁ ମେଦ ବହୁଳତା ଓ ପେଟରେ ଚର୍ବି ଜମାହେଲା ଭଳି ସମସ୍ୟା ଦେଖାଯାଇଥାଏ
ଡାଏଟିଂ କରିବା ଓ ନିୟମିତ ବ୍ୟାୟାମ କରିବା ଯୋଗୁ ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବା, କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ବତାଇବି କିଛି ଏପରି ଟିପ୍ସ ଯାହା ଯୋଗୁ ଆପଣମାନେ ବି ବିନା ପରିଶ୍ରମରେ କମ ଟାଇମ ରେ ନିଜର ବେଳିଫେଟକୁ କମେଇ ପାରିବେ, ଓ ବିନା ମୂଲ୍ୟରେ, ତେବେ ଆସନ୍ତୁ ଜାଣିବା କଣ ସେଇ ଜିନିଷ ଆଉ କିପରି ଉପାୟରେ ଆମେ ବ୍ୟବହାର କରିବା ଯାହା ଯୋଗୁ ମେଦକୁ ଶରୀରରୁ ଦୁରେଇ ପରି
ଆବଶ୍ୟକ ଉପକରଣ :-
ଜିରା, ଲେମ୍ବୁ, ଅଦା, ମହୁ
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆମେ ଗୋଟିଏ କଢେଇ ନେଇ ସେଥିରେ ଗୋଟିଏ ଗ୍ଲାସ ପାଣି ନେଵା ଓ ସେହି ପାଣିକୁ ଫୁଟାଇବା ଆଉ ପାଣି ଫୁଟିଲା ବେଳେ ସେଥିରେ ଗୋଟିଏ ଚାମଚ ଜିରା ପକାଇବା , କାରଣ ଆପଣ ମାନେ ଜାଣିଥିବେ କି ଜିରା ଆପଣଙ୍କ ଶରୀରରେ ଚର୍ବି କୋମାଇବାରେ ବହୁତ ସାହାଯ୍ୟ କରିଥାଏ, ତାପରେ ସେହି ଫୁଟାନ୍ତା ପାଣିରେ ଆଡ କରିବେ ଅଦା, ଅଦା ର ଛୋଟ ଅଂଶ କୁ ନେଇ ତାକୁ ଛେଞ୍ଚି ସେଇ ଫୁଟା ପାଣିରେ ପକାଇବେ , ତାପରେ ସେହି ପାଣିକୁ ଫୁଟିବା ପାଇଁ ଛାଡ଼ିଦେବେ, ପାଣିଟି ଫୁଟି ଫୁଟା ପାଣିର ରଙ୍ଗ ବଦଳି ଗଲା ପରେ ସେହି ପାଣିକୁ ଛାଣି ଦେବେ, ଆଉ ସେହି ପାଣିରେ ଆପଣ ଅଧା ଫାଙ୍କ ଲେମ୍ବୁ ମିଶାଇବେ, ତାପରେ ପାଣି ଅଳ୍ପ ଗରମ ଥିବା ବେଳେ ସେଥିରେ ମହୁ ଅଧା ଚାମର ମିଶାଇ ଗୋଟିଏ ମିଶ୍ରଣ ପ୍ରସ୍ତୁତ କରିବେ |
ବ୍ୟବହାର :-
ଏହି ମିଶ୍ରଣକୁ ଆପଣ ଦିନକୁ ଦୁଇଥର ବ୍ୟବହାର କରିପାରିବେ ଓ ଚାହା ଭଳି ଏହାକୁ ପିଇ ପାରିବେ, ଏହାକୁ ଆପଣ ସକାଳେ ଖାଲି ପେଟରେ ଓ ଭାତ ଖାଇସାରିବାର 2 ଘଣ୍ଟା ପରେ ପିଇବେ, କିନ୍ତୁ ମନେ ରଖିବେ ଯେମିତି ଏହି ମିଶ୍ରଣ କୁ ସଙ୍ଗେ ସଙ୍ଗେ ବନେଇ ଉଷୁମ ଉଷୁମ ସେବନ କରିବେ |
ତେଣୁ ଏହି ଭଳି ଭାବରେ ବିନା ବ୍ୟୟାମ ରେ ଟିକେ କଷ୍ଟ କରି ଆପଣ ପେଟରେ ବଢୁଥିବା ଚର୍ବିକୁ ସବୁଦିନ ପାଇଁ କୋମାଇ ପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।