ପେଟ ( Belly Fat ) କମାଇବା ପାଇଁ ଡାଏଟ୍‌ ( Diet Plan ) | Dr. Shubha Subramanian

ହଁ ଦର୍ଶକ ବନ୍ଧୁ ଆଜିର ଦୁନିଆରେ ମେଦ ବହୁଳତା ଵା ପେଟରେ ବଢୁଥିବା ଚର୍ବି ଆମ ଯୁବ ପିଢ଼ି ମାନଙ୍କ ପାଇଁ ଗୋଟିଏ ମୁଖ୍ୟ ସମସ୍ୟା ହୋଇ ଛିଡା ହେଇଛି | ତାହା ସହିତ ଆମେ ଆମର କର୍ମ ବହୁଳ ଜୀବନରେ ନିଜର ଦେହ ପ୍ରତି ଯତ୍ନବାନ ସେତେ ହେଇନଥାଉ | ଆଉ ଅନେକ ସମୟରେ ବାହାରୁ ତେଲିଆ ଖାଦ୍ୟ ଓ ଫାଷ୍ଟ ଫୁଡ, ଜଙ୍କ ଫୁଡ ଇତ୍ୟାଦି ଖାଇଦେଇଥାଉ | ଆଉ ଯାହା ଆମ ପେଟରେ ଚର୍ବି କୁ ବହୁତ ମାତ୍ରା ରେ ବଢ଼େଇ ଦେଇଥାଏ | ତେବେ ଯଦି ଆମେ ସବୁଦିନ ନିଜର କର୍ମ ବ୍ୟସ୍ତତା ଜୀବନରୁ କିଛି ସମୟ କାଢ଼ିକି ଆମର ଦେହ ପ୍ରତି ଧ୍ୟାନ ଦେବା ଓ ବ୍ୟାୟାମ କରିବା, ତାହା ବ୍ୟତୀତ ଆମର ଖାଇବା ପ୍ରତି ମଧ୍ୟ ଯଦି ଧ୍ୟାନ ଦେବା ତାହେଲେ କିଛିଟା ଉପକାର ପାଇପାରିବା |

ତେବେ ଆମର ବେଲି ଫେଟ କୁ କମ କରିବା ପାଇଁ ହେବେ ଆମକୁ ଆମର ଖାଇବା ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡିଥାଏ | ଅର୍ଥାତ ଆମ ଶରୀର ପାଇଁ ଯେତିକି ପରିମାଣରେ ଖାଦ୍ୟ ଆବଶ୍ୟକ ହୋଇଥାଏ ସେତିକି ପରିମାଣରେ ଖାଇବା ଆବଶ୍ୟକ ହୋଇଥାଏ | ତାହା ମାନେ ନୁହଁ ଯେ ଆମେ ସକାଳେ ଖାଇନୁ ରାତିରେ ଏକ ଥରକେ ବେସିକି ଖାଇବା | ତାହା ବ୍ୟତୀତ ଆମେ ମାନେ ପାଣି ସୋଫିସିଏଣ୍ଟ ପରିମାଣରେ ପିଇବା ନିହାତି ଆବଶ୍ୟକ ହୋଇଥାଏ | ଆଉ ଖାଇ ସାରିଲା ପରେ କେବେବି ଶୋଇ ପଡନ୍ତୁ ନାହିଁ | ଯଦି ସକାଳେ ୱାକ କରିବା ପାଇଁ ସମୟ ପାଇନ ତାହେଲେ ରାତିରେ ମଧ୍ୟ କରି ପାରିବେ କିଛି ସମୟ କିଛି କରନ୍ତୁ ୱାକ |

ଦିନରେ କେଉଁ କେଉଁ ଖାଦ୍ୟ ଖାଇବା ଯୋଗୁଁ ପେଟରେ ଚର୍ବି ବଢ଼ି ଣ ଥାଏ :-

ସକାଳେ କଣ ଖାଇବେ :-

ତେବେ ଆପଣ ମାନେ ସକାଳେ ସବୁବେଳେ ହାଲକା ଖାଦ୍ୟ ନେବା ନିହାତି ଆବଶ୍ୟକ ହୋଇଥାଏ , ଅର୍ଥାତ ଆପଣ ଙ୍କ ସକାଳ ଟା ସବୁବେଳେ ଗୋଟିଏ ଗ୍ଲାସ ପାଣିରେ ଆରମ୍ଭ ହେବା ଆବଶ୍ୟକ ହୋଇଥାଏ | ତେବେ ଆପଣ ମାନେ ସକାଳେ  ଉଷୁମ ପାଣି ରେ ଗୋଟିଏ ଚାମଚ ମେଥି ମିଶେଇକି ପିଇ ପାରିବେ ବା ଜିରା ମିଶେଇକି ମଧ୍ୟ ପିଇ ପାରିବେ | ତାହା ପରେ ଆପଣ ମାନେ 20 ମିନିଟ ୱାକ କରିବା ପାଇଁ ଯିବେ ସେଥିପାଇଁ ଆପଣ ମାନେ ଗୋଟିଏ କଦଳୀ ବା ବ୍ରେଡ ମଧ୍ୟ ଖାଇ ପାରିବେ |ତାହା ପରେ ଆପଣ ମାନେ ବ୍ରେକ ଫାଷ୍ଟ ରେ ଫଳ ଜୁସ, ମାଣ୍ଡିଆ, ଛତୁଆ ସାଲାଟ ମଧ୍ୟ ନେଇ ପାରିବେ |

ମଧ୍ୟାହ୍ନ ରେ କଣ ଖାଇବେ :-

ଆପଣ ମାନେ ଅଫିସକୁ ଯିବ ପରେ କିଛି ହାଲକା ଖାଦ୍ୟ ଅର୍ଥାତ ପଇଡ ପାଣି, ଆଲମଣ୍ଡ, ବାଃ ଫ୍ରୁଟ୍ସ ନେଇ ପାରିବେ | ତାହା ପରେ ମଧ୍ୟାହ୍ନ ରେ ଆପଣ ମାନେ ରୁଟି ବାଃ ଭାତ ଖାଇ ପାରିବେ, କିନ୍ତୁ ମନେ ରଖିବେ ଭାତ ଆଉ ରୁଟି ମିଶେଇକି ଖାଇବେ ନାହିଁ |

ରାତିରେ କଣ ଖାଇବେ :-.

ତେବେ ସାନ୍ଧ୍ୟରେ ମଧ୍ୟ ଆମେ ଗୋଟେ କପ ଗ୍ରୀନ ଟି ବା କିଛି ଫଳ ଖାଇ ପାରିବା ଏହା ପରେ ରାତିରେ ଆମେ ହାଲକା ଖାଦ୍ୟ ସନ୍ତୁଳା, ଡାଲମା, ଅଣ୍ଡା, ମାଛ, ମାଂସ ଏମିତି ହାଲକା ଖାଇକି ସଙ୍ଗେ ସଙ୍ଗେ ଶୋଇବା ଉଚିତ ନୁହଁ | କିଛି ସମୟ ୱାକ କରିକି ଶୋଇବେ |

ତେବେ ଏହି ଭଳି ଉପାୟରେ ଖାଦ୍ୟ ଗ୍ରହଣ କରିଲେ ଆମେ ବେଲି ଫେଟ କୁ କଣ୍ଟ୍ରୋଲ ରେ ରଖି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment